କନ୍ୟା ସନ୍ତାନକୁ ସ୍ବାଗତ କଲେ ଅଭିନେତ୍ରୀ, ସୁନ୍ଦର ଫଟୋ ସେୟାର କରି କହିଲେ କିଛି ଏମିତି….

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୀଲୀଲା ତାଙ୍କ ଚମତ୍କାର ଅଭିନୟ ପାଇଁ ବେଶ୍ ଜଣାଶୁଣା ।ସେ ଅନେକାଂଶ ସମୟରେ ତାଙ୍କ ବଲିଉଡ ଡେବ୍ୟୁ ପାଇଁ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି । ସେ ସାଉଥ୍ ଫିଲ୍ମରେ ଲୋକପିୟତା ହାସଲ କରିପାରିଛନ୍ତି । କିନ୍ତୁ ଏବେ ହିନ୍ଦୀ ଫିଲ୍ମରେ ମଧ୍ୟ ଗୋଟିଏ ନୂଆ ପରିଚୟ ତିଆରି କରିବା ପାଇଁ ଚାହୁଁଛନ୍ତି । ଆଗାମୀ ଦିନରେ ତାଙ୍କର ହିନ୍ଦୀ ଡେବ୍ୟୁରେ କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ଅଭିନେତ୍ରୀ ଖୁବଶୀଘ୍ର ନଜରରେ ଆସିବାକୁ ଯାଉଛନ୍ତି । […] The post କନ୍ୟା ସନ୍ତାନକୁ ସ୍ବାଗତ କଲେ ଅଭିନେତ୍ରୀ, ସୁନ୍ଦର ଫଟୋ ସେୟାର କରି କହିଲେ କିଛି ଏମିତି…. appeared first on KNews Odisha.

କନ୍ୟା ସନ୍ତାନକୁ ସ୍ବାଗତ କଲେ ଅଭିନେତ୍ରୀ, ସୁନ୍ଦର ଫଟୋ ସେୟାର କରି କହିଲେ କିଛି ଏମିତି….

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୀଲୀଲା ତାଙ୍କ ଚମତ୍କାର ଅଭିନୟ ପାଇଁ ବେଶ୍ ଜଣାଶୁଣା ।ସେ ଅନେକାଂଶ ସମୟରେ ତାଙ୍କ ବଲିଉଡ ଡେବ୍ୟୁ ପାଇଁ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି । ସେ ସାଉଥ୍ ଫିଲ୍ମରେ ଲୋକପିୟତା ହାସଲ କରିପାରିଛନ୍ତି । କିନ୍ତୁ ଏବେ ହିନ୍ଦୀ ଫିଲ୍ମରେ ମଧ୍ୟ ଗୋଟିଏ ନୂଆ ପରିଚୟ ତିଆରି କରିବା ପାଇଁ ଚାହୁଁଛନ୍ତି । ଆଗାମୀ ଦିନରେ ତାଙ୍କର ହିନ୍ଦୀ ଡେବ୍ୟୁରେ କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ଅଭିନେତ୍ରୀ ଖୁବଶୀଘ୍ର ନଜରରେ ଆସିବାକୁ ଯାଉଛନ୍ତି । ସବୁବେଳେ ନିଜ କାମକୁ ନେଇ ଚର୍ଚ୍ଚାରେ ଥିବାବେଳେ  ଅଭିନେତ୍ରୀ ଏଥର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଘରକୁ ଆସିଥିବା ଖୁସି ଖବରକୁ ତାଙ୍କ ପ୍ରଶଂସକମାନଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଜୋର ଧରିଛି ।

ଶ୍ରୀଲୀଲାଙ୍କ ସୋସିଆଲ ମିଡିଆ ପେଜରେ ସୁନ୍ଦର, କୋମଳ ଶିଶୁ କନ୍ୟାର ଫଟୋ ସେୟାର କରିଥିବା ନଜର ଆସିଛନ୍ତି । ଶିଶୁ କନ୍ୟା ସହ ବିଭିନ୍ନ ପୋଜ ଦେଇ ଫଟୋ ଉଠାଇଥିବାର  ଦେଖିବାକୁ ମିଳୁଛି । ଏହା ମଧ୍ୟ କ୍ୟାପସନରେ ଲେଖିଛନ୍ତି ଯେ, ଘରେ ଏବେ ନୂଆ ସଦସ୍ୟ ଯୋଡିହୋଇଛନ୍ତି । ଏହାରି ମଧ୍ୟରେ ପ୍ରଶଂସକମାନେ କମେଣ୍ଟରେ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି ।

ଅନ୍ୟପଟେ ଶ୍ରୀଲୀଲା କନ୍ନଡ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ। କନ୍ନଡ ଚଳଚ୍ଚିତ୍ର ସହିତ ତେଲୁଗୁ ଚଳଚ୍ଚିତ୍ରରେ ସେ ମଧ୍ୟ କାମ କରିଛନ୍ତି। କେବଳ ଅଭିନୟ ନୁହେଁ, ଶ୍ରୀଲୀଲା ନୃତ୍ୟରେ ମଧ୍ୟ ନିପୁଣ । କିଛି ଦିନ ପୂର୍ବରୁ ‘ପୁଷ୍ପା ୨’ର ‘କିସିକ୍’ ଗୀତ ପାଇଁ ଖୁବ୍ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ କିନ୍ତୁ ସେ ଖୁବଶୀଘ୍ର ହିନ୍ଦୀ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି । ଶ୍ରୀଲୀଲା ଅନୁରାଗ ବସୁଙ୍କ ନିର୍ଦ୍ଦେଶନାରେ ଆସିବାକୁ ଯାଉଥିବା ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ନଜର ଆସିବେ ।  ଯାହା ଆଇକନିକ୍ ଆଶିକି ଫ୍ରାଞ୍ଚାଇଜର ଏକ ଅଂଶ ହେବ ବୋଲି ଶୁଣିବାକୁ ମିଳୁଛି । ସ୍କ୍ରିନ୍ ବାହାରେ ସେମାନଙ୍କ ସମ୍ପର୍କକୁ ନେଇ ବଢ଼ୁଥିବା ଚର୍ଚ୍ଚା ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି। ଶ୍ରୀଲୀଲାଙ୍କ ପାରିବାରିକ ଅନୁଷ୍ଠାନରେ କାର୍ତ୍ତିକ ଆର୍ଯ୍ୟନ୍ ପହଞ୍ଚିଥିଲେ । ଯାହା ପରେ ଦୁହିଁଙ୍କ ଡେଟିଂ ଏବଂ ପ୍ରେମକୁ ନେଇ ଆଲୋଚନା ଖୁବ ତୀବ୍ର ଗତିରେ ମାଡିବାରେ ଲାଗିଛି ।  ଯାହା ଗୁଜବ ବୋଲି ଜଣାପଡିଛି ।

ଏହା ବ୍ୟତୀତ ସେ ୨୧ ବର୍ଷ ବୟସରେ ଏକ ଅନାଥାଶ୍ରମରୁ ଦୁଇଟି ଦିବ୍ୟାଙ୍ଗ ପିଲାଙ୍କୁ ଆଡପ୍ଟ କରିଥିଲେ ।  ତାଙ୍କର ଏଭଳି କାର୍ଯ୍ୟ ତାଙ୍କ ହୃଦୟର ବିଶାଳତାକୁ ବିବେଚନା କରାଯାଇଛି । ଯାହାଫଳରେ ସେ ଆଧୁନିକ ମହିଳାମାନଙ୍କ ପାଇଁ  ଆଦର୍ଶ ହୋଇପାରିଛନ୍ତି।

ଶ୍ରୀଲୀଲା କନ୍ନଡ ଚଳଚ୍ଚିତ୍ର କିସ୍ ସହିତ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ କନ୍ନଡ ଏବଂ ତେଲୁଗୁ ସିନେମାରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏତିକି ନୁହେଁ ବରଂ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ପାଇଁ ବେଶ୍ ଜଣାଶୁଣା । ବଲିଉଡରେ  ତାଙ୍କ ଝଲକ ଦେଖିବା ପାଇଁ ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଆଗାମୀ ଆଶିକି ପ୍ରୋଜେକ୍ଟର ଟିଜର ଦମଦାର ହୋଇଛି । ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ନୂତନ ଲୁକରେ “ତୁ ମେରୀ ଜିନ୍ଦେଗୀ” ଗାଇଛନ୍ତି, ଫିଲ୍ମଟି ଭଲ ହେବ ବୋଲି ଅନୁମାନ କରାଯାଉଛି ।

Also Read : ଆମିର ଖାନଙ୍କ ‘ସୀତାରେ ଜାମିନ ପର ‘ଫିଲ୍ମକୁ ମିଳିଲା CBFCର ଅନୁମୋଦନ, ଖୁବଶୀଘ୍ର ରିଲିଜ ହେବ ଟ୍ରେଲର

 

The post କନ୍ୟା ସନ୍ତାନକୁ ସ୍ବାଗତ କଲେ ଅଭିନେତ୍ରୀ, ସୁନ୍ଦର ଫଟୋ ସେୟାର କରି କହିଲେ କିଛି ଏମିତି…. appeared first on KNews Odisha.