ଜାତି ଜନଗଣନା ସମ୍ୱେଦନଶୀଳ ପ୍ରସଙ୍ଗ, ନିର୍ବାଚନୀ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାନଯାଉ: RSS
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଜାତିଗତ ଜନଗଣନା ପ୍ରସଙ୍ଗକୁ ନେଇ ବଡ଼ ବୟାନ ଦେଇଛି । ସଂଘ ଜାତି ଜନଗଣନା ପାଇଁ ନିଜ ସମର୍ଥନ ଜଣାଇଛି, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖିଛି । କେରଳର ପଲକ୍କଡରେ ତିନି ଦିନ ଯାଏଁ ଚାଲିଥିବା ସମନ୍ୱୟ ବୈଠକ ଶେଷ ହେବା ପରେ ଆରଏସଏସର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ୱେକର କହିଛନ୍ତି ହିନ୍ଦୁ ସମାଜରେ ଜାତି ଏକ ସମ୍ୱେଦନଶୀଳ ପ୍ରସଙ୍ଗ ଅଟେ । ଏହା ଆମ ରାଷ୍ଟ୍ରୀୟ ଏକତା ଏବଂ ଅଖଣ୍ଡତା ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେଣୁ କେବଳ ନିର୍ବାଚନ କିମ୍ୱା ରାଜନୀତି ଦୃଷ୍ଟିରୁ ଏହାକୁ ଦେଖିବା ଠିକ୍ ନୁହେଁ । ସୁନୀଲ ଆମ୍ୱେକର କହିଛନ୍ତି ଯେ ଅନେକ ସମୟରେ କଲ୍ୟାଣକାରୀ ଯୋଜନା ପାଇଁ ପରିସଂଖ୍ୟାନ ଦରକାର ପଡ଼ିଥାଏ । ସରକାରଙ୍କୁ ମଧ୍ୟ ଡାଟା ଦରକାର ପଡ଼େ । କିନ୍ତୁ ଏହା କେବଳ ସେହି ଜାତିର କଲ୍ୟାଣ ପାଇଁ ହେବା ଦରକାର, ଏହାକୁ ନିର୍ବାଚନରେ ରାଜନୈତିକ ହତିଆର ରୂପେ ବ୍ୟବହାର ନକରାଯିବା ଦରକାର ।ସଂଘର ବୈଠକରେ ପଶ୍ଚିମବଙ୍ଗ ମହିଳା ଡାକ୍ତରଙ୍କ ସହ ଘଟିଥିବା ଜଘନ୍ୟ ଘଟଣାର ନିନ୍ଦା କରାଯାଇଛି ଏବଂ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କୁହାଯାଇଛି । ଅତ୍ୟାଚାରରେ ପୀଡ଼ିତ ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଆଇନ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ପୁଣି ଥରେ ବିଚାର କରିବା ଉପରେ ଜୋର ଦିଆଯାଇଛି । ଅମ୍ୱେକର କହିଛନ୍ତି, 'ବୈଠକରେ ଉପସ୍ଥିତ ସମସ୍ତଙ୍କ ମତ ଥିଲା
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଜାତିଗତ ଜନଗଣନା ପ୍ରସଙ୍ଗକୁ ନେଇ ବଡ଼ ବୟାନ ଦେଇଛି । ସଂଘ ଜାତି ଜନଗଣନା ପାଇଁ ନିଜ ସମର୍ଥନ ଜଣାଇଛି, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖିଛି । କେରଳର ପଲକ୍କଡରେ ତିନି ଦିନ ଯାଏଁ ଚାଲିଥିବା ସମନ୍ୱୟ ବୈଠକ ଶେଷ ହେବା ପରେ ଆରଏସଏସର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ୱେକର କହିଛନ୍ତି ହିନ୍ଦୁ ସମାଜରେ ଜାତି ଏକ ସମ୍ୱେଦନଶୀଳ ପ୍ରସଙ୍ଗ ଅଟେ । ଏହା ଆମ ରାଷ୍ଟ୍ରୀୟ ଏକତା ଏବଂ ଅଖଣ୍ଡତା ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେଣୁ କେବଳ ନିର୍ବାଚନ କିମ୍ୱା ରାଜନୀତି ଦୃଷ୍ଟିରୁ ଏହାକୁ ଦେଖିବା ଠିକ୍ ନୁହେଁ । ସୁନୀଲ ଆମ୍ୱେକର କହିଛନ୍ତି ଯେ ଅନେକ ସମୟରେ କଲ୍ୟାଣକାରୀ ଯୋଜନା ପାଇଁ ପରିସଂଖ୍ୟାନ ଦରକାର ପଡ଼ିଥାଏ । ସରକାରଙ୍କୁ ମଧ୍ୟ ଡାଟା ଦରକାର ପଡ଼େ । କିନ୍ତୁ ଏହା କେବଳ ସେହି ଜାତିର କଲ୍ୟାଣ ପାଇଁ ହେବା ଦରକାର, ଏହାକୁ ନିର୍ବାଚନରେ ରାଜନୈତିକ ହତିଆର ରୂପେ ବ୍ୟବହାର ନକରାଯିବା ଦରକାର ।
ସଂଘର ବୈଠକରେ ପଶ୍ଚିମବଙ୍ଗ ମହିଳା ଡାକ୍ତରଙ୍କ ସହ ଘଟିଥିବା ଜଘନ୍ୟ ଘଟଣାର ନିନ୍ଦା କରାଯାଇଛି ଏବଂ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କୁହାଯାଇଛି । ଅତ୍ୟାଚାରରେ ପୀଡ଼ିତ ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଆଇନ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ପୁଣି ଥରେ ବିଚାର କରିବା ଉପରେ ଜୋର ଦିଆଯାଇଛି । ଅମ୍ୱେକର କହିଛନ୍ତି, 'ବୈଠକରେ ଉପସ୍ଥିତ ସମସ୍ତଙ୍କ ମତ ଥିଲା ଯେ ଏହା ଉପରେ ପୁଣି ଥରେ ବିଚାର କରିବାର ଆବଶ୍ୟକତା ରହିଛି ଫଳରେ ଆମ ପାଖରେ ଉଚିତ୍ ପ୍ରକ୍ରିୟା, ଫାଷ୍ଟ-ଟ୍ରାକ୍ ପ୍ରକ୍ରିୟା ଉପଲବ୍ଧ ରହିବ ଏବଂ ଆମେ ପୀଡ଼ିତାଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିପାରିବା ।'
ଉଲ୍ଲେଖଯୋଗ୍ୟ ଯେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ୬ ଯୁଗ୍ମ ମହାସଚିବଙ୍କ ଉପସ୍ଥିତିରେ ତିନି ଦିନିଆ ଅଖିଳ ଭାରତୀୟ ସମନ୍ୱୟ ବୈଠକ ଶନିବାର ଆରମ୍ଭ ହୋଇଥିଲା । ବୈଠକରେ ସଂଘର ୩୨ ସଂଗଠନର ରାଷ୍ଟ୍ରୀୟ ସ୍ତରର ନେତା ମଧ୍ୟ ସାମିଲ ହୋଇଥିଲେ । ବିଜେପିରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସଂଗଠନ ମହାସଚିବ ବିଏଲ୍ ସନ୍ତୋଷ, ବିଶ୍ୱ ହିନ୍ଦୁ ପରିଷଦର ପ୍ରମୁଖ ଆଲୋକ କୁମାର ଏବଂ ଭାରତୀୟ ମଜଦୂର ସଂଘର ଅଧ୍ୟକ୍ଷ ହିରଣମ୍ୟ ପାଣ୍ଡ୍ୟା ସାମିଲ ହୋଇଥିଲେ ।