‘ ଜାତୀୟ ଏକତା ଦିବସ’; ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଅକ୍ଟୋବର ୩୧ ତାରିଖ ଜାତୀୟ ଏକତା ଦିବସ । ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତି । ଏହି ଅବସରରେ ସାରା ଦେଶରେ ପାଳନ ହେଉଛି ଏକତା ଦିବସ । ଗୁରୁବାର ସକାଳ ପ୍ରାୟ ୭ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଞ୍ଚି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରି ଏକତା ଦିବସ ଶପଥ ପାଠ କରାଇଛନ୍ତି | ଏହା ପରେ ଏକତା ଦିବସ ପରେଡ୍ ସାମିଲ୍ ହୋଇଥିଲେ ପିଏମ୍ ମୋଦି । ଏହି ଅବସରରେ ୯ ରାଜ୍ୟ ଏବଂ ୧ କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ମାର୍ଚିଂ ଦଳ, ୪ଟି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଏନସିସି ସାମିଲ୍ ହୋଇଥିଲେ ।ଏନଏସଜିର ହେଲ୍ ମାର୍ଚ ଦଳ, ବିଏସଏଫ ଓ ସିଆରପିଏଫ ମହିଳା ଓ ପୁରୁଷ ବାଇକ୍ ଆରୋହୀଙ୍କ ଡେୟାରଡେଭିଲ୍ ସୋ, ବିଏସଏଫ ଦ୍ୱାରା ଭାରତୀୟ ମାର୍ଶାଲ ଆର୍ଟର ମିଶ୍ରଣ ଉପରେ ଏକ ଶୋ, ସ୍କୁଲ ପିଲାଙ୍କ ପାଇପ୍ ବ୍ୟାଣ୍ଡ୍ ଶୋ, ଭାରତୀୟ ବାୟୁସେନା ଦ୍ୱାରା 'ସୂର୍ଯ୍ୟ କିରଣ' ଫ୍ଲାଇପାଷ୍ଟ ଦେଖିବାକୁ ମିଳିଛି | ତେବେ ସର୍ଦ୍ଦାର ବଲ୍ଲଭଭାଇଙ୍କ ବାବଦରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ ଜନ୍ମ ବାର୍ଷିକୀରେ ଜାତିର ଏକତା ଏବଂ ସାର୍ବଭମତ୍ୱ ରକ୍ଷା କରିବା ତାଙ୍କ ଜୀବନର ସର୍ବୋ
ନୂଆଦିଲ୍ଲୀ: ଅକ୍ଟୋବର ୩୧ ତାରିଖ ଜାତୀୟ ଏକତା ଦିବସ । ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତି । ଏହି ଅବସରରେ ସାରା ଦେଶରେ ପାଳନ ହେଉଛି ଏକତା ଦିବସ । ଗୁରୁବାର ସକାଳ ପ୍ରାୟ ୭ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଞ୍ଚି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରି ଏକତା ଦିବସ ଶପଥ ପାଠ କରାଇଛନ୍ତି | ଏହା ପରେ ଏକତା ଦିବସ ପରେଡ୍ ସାମିଲ୍ ହୋଇଥିଲେ ପିଏମ୍ ମୋଦି । ଏହି ଅବସରରେ ୯ ରାଜ୍ୟ ଏବଂ ୧ କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ମାର୍ଚିଂ ଦଳ, ୪ଟି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଏନସିସି ସାମିଲ୍ ହୋଇଥିଲେ ।
ଏନଏସଜିର ହେଲ୍ ମାର୍ଚ ଦଳ, ବିଏସଏଫ ଓ ସିଆରପିଏଫ ମହିଳା ଓ ପୁରୁଷ ବାଇକ୍ ଆରୋହୀଙ୍କ ଡେୟାରଡେଭିଲ୍ ସୋ, ବିଏସଏଫ ଦ୍ୱାରା ଭାରତୀୟ ମାର୍ଶାଲ ଆର୍ଟର ମିଶ୍ରଣ ଉପରେ ଏକ ଶୋ, ସ୍କୁଲ ପିଲାଙ୍କ ପାଇପ୍ ବ୍ୟାଣ୍ଡ୍ ଶୋ, ଭାରତୀୟ ବାୟୁସେନା ଦ୍ୱାରା 'ସୂର୍ଯ୍ୟ କିରଣ' ଫ୍ଲାଇପାଷ୍ଟ ଦେଖିବାକୁ ମିଳିଛି | ତେବେ ସର୍ଦ୍ଦାର ବଲ୍ଲଭଭାଇଙ୍କ ବାବଦରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ ଜନ୍ମ ବାର୍ଷିକୀରେ ଜାତିର ଏକତା ଏବଂ ସାର୍ବଭମତ୍ୱ ରକ୍ଷା କରିବା ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଥିଲା। ତାଙ୍କର ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ । ତାଙ୍କର ପାଇଁ ସାରା ଦେଶ ଆଜି ଏକତାର ସୂତ୍ରରେ ବାନ୍ଧି ହୋଇଛି ।
ଏହାଛଡ଼ା ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତ କରି କେଓ୍ବଡିଆରେ ବିକାଶମୂଳକ ଯୋଜନାର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଦୀପାବଳି ପୂର୍ବରୁ ଗୁଜରାଟବାସୀଙ୍କୁ ୨୮୪ କୋଟି ଟଙ୍କାର ଭେଟି ଦେଇଛନ୍ତି । ଏଥିରେ ଏରତା ନଗର ରହିଛି ।