ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବାଜି ମାରିଲା ‘ଦମନ’, ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରର ମାନ୍ୟତା
ମୁମ୍ବାଇ 16 /08: ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ଘୋଷଣା କରିଛି ୭୦ତମ ଜାତୀୟ ପୁରସ୍କାର। ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ବିଶାଲ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ‘ଦମନ’ ୪ ନଭେମ୍ବର ୨୦୨୨ରେ ମୁକ୍ତିଲାଭ କରିଥିଲା। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ପ୍ରତିଫଳିତ ହୋଇଛି ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ। ଓଡ଼ିଶାର ମାଲାକାନଗିରି ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ଉପରେ ଆଧାରିତ ଦମନକୁ ବେଶ ଲୋକପ୍ରିୟତା ମିଳିଥିଲା । ଏପରିକି ଜାତୀୟ ସ୍ତରରେ ନାଁ କରିଥିଲା ଏହି ଚଳଚ୍ଚିତ୍ର ।ପୁରସ୍କାରରେ ବାଜି ମାରିଛି କନ୍ନଡ ଚଳଚ୍ଚିତ୍ର କାନ୍ତାରା । ଏହାସହ ନିର୍ଦ୍ଦେଶକ-ଅଭିନେତା ଋଷଭ ଶେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନୀତ କରାଯାଇଛି। ସେହିଭଳି ବେଷ୍ଟ ଚଳଚ୍ଚିତ୍ର ଅଟଳମ୍ (ମାଲାୟାଲମ୍), ସର୍ବଶ୍ରେଷ୍ଠ ଡେବ୍ୟୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରମୋଦ କୁମାର , ଫୌଜା ପୁରସ୍କାର ହାତେଇଛନ୍ତି। ବେଷ୍ଟ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ କାନ୍ତରାଙ୍କୁ ମିଳିଛି ସମ୍ମାନ । ସେହିଭଳି ଶ୍ରେଷ୍ଠ ଅଭିନେତା ଋଷଭ ଶେଟ୍ଟୀ, ଶ୍ରେଷ୍ଠ ଅଭିନେତ୍ରୀ ନିତ୍ୟା ମେନେନ୍ ଏବଂ ମାନସୀ ପାରେଖ, ଶ୍ରେଷ୍ଠ ସହ ଅଭିନେତା ପୱନ ରାଜ ମଲହୋତ୍ରା, ଶ୍ରେଷ୍ଠ ସହ ଅଭି
ମୁମ୍ବାଇ 16 /08: ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ଘୋଷଣା କରିଛି ୭୦ତମ ଜାତୀୟ ପୁରସ୍କାର। ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ବିଶାଲ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ‘ଦମନ’ ୪ ନଭେମ୍ବର ୨୦୨୨ରେ ମୁକ୍ତିଲାଭ କରିଥିଲା। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ପ୍ରତିଫଳିତ ହୋଇଛି ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ। ଓଡ଼ିଶାର ମାଲାକାନଗିରି ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ଉପରେ ଆଧାରିତ ଦମନକୁ ବେଶ ଲୋକପ୍ରିୟତା ମିଳିଥିଲା । ଏପରିକି ଜାତୀୟ ସ୍ତରରେ ନାଁ କରିଥିଲା ଏହି ଚଳଚ୍ଚିତ୍ର ।

ପୁରସ୍କାରରେ ବାଜି ମାରିଛି କନ୍ନଡ ଚଳଚ୍ଚିତ୍ର କାନ୍ତାରା । ଏହାସହ ନିର୍ଦ୍ଦେଶକ-ଅଭିନେତା ଋଷଭ ଶେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନୀତ କରାଯାଇଛି। ସେହିଭଳି ବେଷ୍ଟ ଚଳଚ୍ଚିତ୍ର ଅଟଳମ୍ (ମାଲାୟାଲମ୍), ସର୍ବଶ୍ରେଷ୍ଠ ଡେବ୍ୟୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରମୋଦ କୁମାର , ଫୌଜା ପୁରସ୍କାର ହାତେଇଛନ୍ତି। ବେଷ୍ଟ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ କାନ୍ତରାଙ୍କୁ ମିଳିଛି ସମ୍ମାନ । ସେହିଭଳି ଶ୍ରେଷ୍ଠ ଅଭିନେତା ଋଷଭ ଶେଟ୍ଟୀ, ଶ୍ରେଷ୍ଠ ଅଭିନେତ୍ରୀ ନିତ୍ୟା ମେନେନ୍ ଏବଂ ମାନସୀ ପାରେଖ, ଶ୍ରେଷ୍ଠ ସହ ଅଭିନେତା ପୱନ ରାଜ ମଲହୋତ୍ରା, ଶ୍ରେଷ୍ଠ ସହ ଅଭିନେତ୍ରୀ ନୀନା ଗୁପ୍ତା, ଶ୍ରେଷ୍ଠ ଶିଶୁ କଳାକାର ଶ୍ରୀପଥଙ୍କୁ ମିଳିଛି ସମ୍ମାନ। ବ୍ରହ୍ମାସ୍ତ୍ର ପାଇଁ ଶ୍ରେଷ୍ଠ ଗାୟକ ଭାବେ ଅରିଜିତ ସିଂହ, ଶ୍ରେଷ୍ଠ ମହିଳା ଗାୟୀକ ବମ୍ବେ ଜୟଶ୍ରୀ, ଶ୍ରେଷ୍ଠ ସିନେମାଟୋଗ୍ରାଫି ରବି ଭର୍ମାନ୍, ବ୍ରହ୍ମାସ୍ତ୍ର ପାଇଁ ପ୍ରୀତମଙ୍କୁ ମିଳିଛି ସର୍ବୋତ୍ତମ ସଂଗୀତ ନିର୍ଦ୍ଦେଶକ ସମ୍ମାନ, ବ୍ୟାକରାଉଣ୍ଡ ସ୍କୋର ସଂଗୀତ ନିର୍ଦ୍ଦେଶକ ଭାବେ ଏ.ଆର ରେହମାନ ଓ 'ଗୁଲମୋହର' ପାଇଁ ମନୋଜ ବାଜପେୟୀଙ୍କୁ ମିଳିଛି ସମ୍ମାନ । ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ଆତମ। ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ- ସୂରଜ ବର୍ଜାତିୟା।

ଆଞ୍ଚଳିକ ଫିଲ୍ମ ପୁରସ୍କାର ରେ ବେଷ୍ଟ ଓଡ଼ିଆ ଫିଲ୍ମ- ଦମନ, ବେଷ୍ଟ ତେଲୁଗୁ ଫିଲ୍ମ- କାର୍ତ୍ତିକେୟ-୨, ବେଷ୍ଟ ପଞ୍ଜାବୀ ଫିଲ୍ମ- ବାଘି ଦି ଧି, ବେଷ୍ଟ ତାମିଲ ଫିଲ୍ମ- ପିଏସ୍-୧, ବେଷ୍ଟ ମାଲାୟାଲମ ଫିଲ୍ମ- ସାଉଦି ଭେଲାକା, ବେଷ୍ଟ ମରାଠୀ ଫିଲ୍ମ- ବାଲଭି ,ବେଷ୍ଟ କନ୍ନଡ ଫିଲ୍ମ- କେଜିଏଫ-ଚାପ୍ଟର ୨, ବେଷ୍ଟ ହିନ୍ଦୀ ଫିଲ୍ମ- ଗୁଲମୋହର।
Also Read- କମଲ ହାସନଙ୍କୁ ରିପ୍ଲେସ୍ କରିବେ ବିଜୟ , ‘Bigg Boss’କୁ ମିଳିଲା ନୂଆ ହୋଷ୍ଟ !