ଜାତୀୟ ବଡି ବିଲଡଙ୍ଗ ପ୍ରତିଯୋଗିତାରେ ବୌଦ୍ଧର ବାଦଲ ବେହେରା ପ୍ରଥମ

ବୌଦ୍ଧ: ବୌଦ୍ଧଜିଲା ହରଭଙ୍ଗା ବ୍ଲକର ଅନ୍ତର୍ଗତ ସରସରା ଗ୍ରାମର ବାଦଲ ବେହେରା ବୌଦ୍ଧ ଜିଲା ପାଇଁ ଗୌରବ ଆଣିଛନ୍ତି। କେରଳ ଠାରେ ଅନୁଷ୍ଠିତ ଜାତୀୟ ବଡି ବିଲଡଙ୍ଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ୭୦ କିଲୋ ଗ୍ରାମ ବର୍ଗରେ ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେଥିପାଇଁ ସେ ଆନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ଏସିଆନ ବଡି ବିଲଡଙ୍ଗ ଚାମ୍ପିଅନସିପ ୨୦୨୪ ପାଇଁ ଭାରତର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଛନ୍ତି। । ଯାହାକି ଇଣ୍ଡୋନେସିଆ ଠାରେ […]

ଜାତୀୟ ବଡି ବିଲଡଙ୍ଗ ପ୍ରତିଯୋଗିତାରେ ବୌଦ୍ଧର ବାଦଲ ବେହେରା ପ୍ରଥମ

ବୌଦ୍ଧ: ବୌଦ୍ଧଜିଲା ହରଭଙ୍ଗା ବ୍ଲକର ଅନ୍ତର୍ଗତ ସରସରା ଗ୍ରାମର ବାଦଲ ବେହେରା ବୌଦ୍ଧ ଜିଲା ପାଇଁ ଗୌରବ ଆଣିଛନ୍ତି। କେରଳ ଠାରେ ଅନୁଷ୍ଠିତ ଜାତୀୟ ବଡି ବିଲଡଙ୍ଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ୭୦ କିଲୋ ଗ୍ରାମ ବର୍ଗରେ ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେଥିପାଇଁ ସେ ଆନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ଏସିଆନ ବଡି ବିଲଡଙ୍ଗ ଚାମ୍ପିଅନସିପ ୨୦୨୪ ପାଇଁ ଭାରତର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଛନ୍ତି। । ଯାହାକି ଇଣ୍ଡୋନେସିଆ ଠାରେ ଆସନ୍ତା ଅଗଷ୍ଟ ମାସ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କିନ୍ତୁ  ତାଙ୍କ ପାଇଁ ଏକ ବଡ ସମସ୍ୟା ଭାବରେ ଦେଖା ଦେଇଛି ଆର୍ଥିକ ସମସ୍ୟା। ଏହି ଆନ୍ତର୍ଜାତିକ ବଡି ବିଲଡିଙ୍ଗ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ହେଲେ ତାଙ୍କୁ ନିଜସ୍ୱ ଖର୍ଚ୍ଚ ନିଜେ ହିଁ ବହନ କରିବ। ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ହେଲେ ତାଙ୍କୁ ପ୍ରାୟ ୫ ଲକ୍ଷ ଟଙ୍କା ଆବଶ୍ୟକତା ପଡୁଛି। ଯାହାକି ତାଙ୍କ ପକ୍ଷେ ସଂଗ୍ରହ କରିବା ବର୍ତ୍ତମାନ ପାଇଁ ଏକ ବଡ ସମସ୍ୟା ଭାବରେ ଛିଡା ହୋଇଛି।

ତାଙ୍କ ବାପା ଜଣେ ଚାଷୀ ହୋଇଥିବାରୁ ଏତେ ଗୁଡାଏ ଟଙ୍କା ଖୁବ୍ କମ ସମୟ ମଧ୍ୟରେ ଯୋଗାଡ କରିବା କାଠିକାର ପାଠ ହୋଇଛି। ଯଦି ପଇସା ଯୋଗାଡ ହୋଇନପାରେ ତାହାହେଲେ ତାଙ୍କ ପାଇଁ ଏସିଆନ ଚମ୍ପିଆନସିପ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିବ। ତେଣୁ ଏଥି ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସହଯୋଗର ହାତ ବଢାଇଲେ ସେ ଆନ୍ତର୍ଜାତିକସ୍ତରରେ ବୌଦ୍ଧ ଜିଲା ପାଇଁ ଗୌରବ ଆଣିବା ସହିତ ସେ ବୌଦ୍ଧ ଜିଲାରୁ ପ୍ରଥମ ଖେଳାଳୀ ଭାବରେ ଆନ୍ତର୍ଜାତିକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପାରିବେ ବୋଲି ବାଦଲ ବେହେରା ପ୍ରକାଶ କରିଛନ୍ତି।