ଜାତୀୟ ରେକର୍ଡ ଭାଙ୍ଗିଲେ ଗୁରିନ୍ଦରବୀର
ବେଙ୍ଗାଲୁରୁ, ୨୮ା୩: ଗୁରିନ୍ଦରବୀର ସିଂ ରେକର୍ଡ ବୁକ୍ରେ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ସେ ୧୦.୨୦ ସେକେଣ୍ଡ ଟାଇମିଂରେ ପୁରୁଷ ୧୦୦ ମିଟର ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ପଞ୍ଜାବର ଏହି ୨୪ ବର୍ଷୀୟ ସ୍ପ୍ରିଣ୍ଟର ମଣିକାନ୍ତ ହୋବ୍ଲିଧରଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ମଣିକାନ୍ତ ୨୦୨୩ ଅକ୍ଟୋବରରେ ୧୦.୨୩ ଟାଇମିଂରେ ରେକର୍ଡର ଅଧିକାରୀ ହୋଇଥିଲେ। ଗୁରିନ୍ଦରବୀରଙ୍କ ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨୦୨୧ରେ ୧୦.୨୭ ସେକେଣ୍ଡ ରହିଥିଲା। ସେ ୧୦.୨୨ ଟାଇମିଂରେ […] The post ଜାତୀୟ ରେକର୍ଡ ଭାଙ୍ଗିଲେ ଗୁରିନ୍ଦରବୀର appeared first on Dharitri Odia News.
ବେଙ୍ଗାଲୁରୁ, ୨୮ା୩: ଗୁରିନ୍ଦରବୀର ସିଂ ରେକର୍ଡ ବୁକ୍ରେ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ସେ ୧୦.୨୦ ସେକେଣ୍ଡ ଟାଇମିଂରେ ପୁରୁଷ ୧୦୦ ମିଟର ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି।
ପଞ୍ଜାବର ଏହି ୨୪ ବର୍ଷୀୟ ସ୍ପ୍ରିଣ୍ଟର ମଣିକାନ୍ତ ହୋବ୍ଲିଧରଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ମଣିକାନ୍ତ ୨୦୨୩ ଅକ୍ଟୋବରରେ ୧୦.୨୩ ଟାଇମିଂରେ ରେକର୍ଡର ଅଧିକାରୀ ହୋଇଥିଲେ। ଗୁରିନ୍ଦରବୀରଙ୍କ ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨୦୨୧ରେ ୧୦.୨୭ ସେକେଣ୍ଡ ରହିଥିଲା। ସେ ୧୦.୨୨ ଟାଇମିଂରେ ସ୍ବଳ୍ପ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଗୁରିନ୍ଦରବୀର ପୂର୍ବରୁ ୨୦୨୧ ଓ ୨୦୨୪ ଜାତୀୟ ଆନ୍ତଃରାଜ୍ୟ ଚାମ୍ପିୟନଶିପ୍ ସମେତ ୨୦୨୪ ଫେଡେରେଶନ କପ୍ରେ ୧୦୦ ମିଟରରେ ସ୍ବର୍ଣ୍ଣ ଜିତିଛନ୍ତି।
The post ଜାତୀୟ ରେକର୍ଡ ଭାଙ୍ଗିଲେ ଗୁରିନ୍ଦରବୀର appeared first on Dharitri Odia News.