ଜାତୀୟସ୍ତରରେ କବାଡ଼ି ଖେଳିବେ ଦାରିଙ୍ଗବାଡ଼ିର ଛାତ୍ର ‘ଅଭିଜ୍ଞାନ’, ଛୁଟୁଛି ପ୍ରଶଂସାର ସୁଅ
ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଡ଼ଃ ଭୀମାରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଏବେ ରାଜ୍ୟସ୍ତରୀୟ କବାଡି ଦଳରେ ସାମିଲ ହୋଇଛନ୍ତି। ସେ ଏବେ ଜାତୀୟ ସ୍ତରରେ ଖେଳିବା ପାଇଁ ହରିଆନା ଗସ୍ତ କରିଥିବା ବିଦ୍ୟାଳୟର ଖେଳ ଶିକ୍ଷକ ରଶ୍ମିରଂଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ଉକ୍ତ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଦିତୀୟ ବର୍ଷର ଛାତ୍ର ଅଭିଜ୍ଞାନ ନାୟକ ପ୍ରଥମେ ଜିଲା ଓ ପରେ ରାଜ୍ୟସ୍ତରୀୟ କବାଡି ଖେଳି ରାଜ୍ୟସ୍ତରୀୟ ଦଳରେ ସାମିଲ ହୋଇପାରିଛନ୍ତି। […] The post ଜାତୀୟସ୍ତରରେ କବାଡ଼ି ଖେଳିବେ ଦାରିଙ୍ଗବାଡ଼ିର ଛାତ୍ର ‘ଅଭିଜ୍ଞାନ’, ଛୁଟୁଛି ପ୍ରଶଂସାର ସୁଅ appeared first on Dharitri Odia News.
ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଡ଼ଃ ଭୀମାରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଏବେ ରାଜ୍ୟସ୍ତରୀୟ କବାଡି ଦଳରେ ସାମିଲ ହୋଇଛନ୍ତି। ସେ ଏବେ ଜାତୀୟ ସ୍ତରରେ ଖେଳିବା ପାଇଁ ହରିଆନା ଗସ୍ତ କରିଥିବା ବିଦ୍ୟାଳୟର ଖେଳ ଶିକ୍ଷକ ରଶ୍ମିରଂଜନ ତ୍ରିପାଠୀ ସୂଚନା ଦେଇଛନ୍ତି।
ଉକ୍ତ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଦିତୀୟ ବର୍ଷର ଛାତ୍ର ଅଭିଜ୍ଞାନ ନାୟକ ପ୍ରଥମେ ଜିଲା ଓ ପରେ ରାଜ୍ୟସ୍ତରୀୟ କବାଡି ଖେଳି ରାଜ୍ୟସ୍ତରୀୟ ଦଳରେ ସାମିଲ ହୋଇପାରିଛନ୍ତି। ତାଙ୍କୁ ଜାତୀୟ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚୟନ କରାଯାଇଛି, ଯାହାକି ଦାରିଙ୍ଗବାଡି ତଥା ଜିଲା ପାଇଁ ଗୌରବ ପାଲଟିଛି।
ତେବେ ଅଭିଜ୍ଞାନଙ୍କ ସଫଳତା ନେଇ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରତାପ ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ତାଙ୍କୁ ପ୍ରଂଶସା କରିଛନ୍ତି । ଖେଳ ଶିକ୍ଷକ ରଶ୍ମୀ ରଞ୍ଜନ ତ୍ରିପାଠୀ ତାଙ୍କୁ ପରିଶ୍ରମ କରି ଦୈନିକ କବାଡି ଖେଳ ରେ ବିଭିନ୍ନ କୌଶଳ ପ୍ରୟୋଗ ଶିଖାଇଥିବା କହିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କ ପ୍ରଶିକ୍ଷଣରେ ଏକାଧିକ ଛାତ୍ରଜାତୀୟ ସ୍ତରରେ କବାଡି ଖେଳି କୃତିତ୍ୱ ଅର୍ଜନ କରିଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ୨୦୨୪/୨୫ ଆର୍ଥିକ ବର୍ଷ ପାଇଁ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରୀୟ ବାଳକ ବିଭାଗର କବାଡି ପ୍ରତିଯୋଗିତା ସୁନ୍ଦରଗଡ଼ ଜିଲା ରାଉରକେଲାଠାରେ ଗତ ୨୧ ଓ ୨୨ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଏବେ ଆସନ୍ତା ୬ ରୁ ୧୧ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
The post ଜାତୀୟସ୍ତରରେ କବାଡ଼ି ଖେଳିବେ ଦାରିଙ୍ଗବାଡ଼ିର ଛାତ୍ର ‘ଅଭିଜ୍ଞାନ’, ଛୁଟୁଛି ପ୍ରଶଂସାର ସୁଅ appeared first on Dharitri Odia News.