ଜାନୁଆରୀ ମାସରେ ଘଟିଛି ୮୪୮ ଦୁର୍ଘଟଣା, ୫୦୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ସଡକ ସୁରକ୍ଷା ମାସରେ ଦୁର୍ଘଟଣାରେ ଯାଇଛି ୫୦୫ ଜୀବନ । ଜାନୁଆରୀ ମାସରେ ୮୪୮ଟି ଦୁର୍ଘଟଣା ଘଟି ୪୭୨ ଜଣ ଆହତ ହେବା ସହ ୫୦୫ ଜଣଙ୍କ ପ୍ରାଣ ହାନି ଘଟିଛି । ଦୁର୍ଘଟଣା ଜନୀତ ମୃତ୍ୟୁ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ପରିବହନଦ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ ଆହୁରି କହିଛନ୍ତି, ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି ୮୯ ଲକ୍ଷ ୬୬ […]

ଜାନୁଆରୀ ମାସରେ ଘଟିଛି  ୮୪୮ ଦୁର୍ଘଟଣା, ୫୦୫ ଜଣଙ୍କ ମୃତ୍ୟୁ
ଜାନୁଆରୀ ମାସରେ ଘଟିଛି ୮୪୮ ଦୁର୍ଘଟଣା, ୫୦୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ସଡକ ସୁରକ୍ଷା ମାସରେ ଦୁର୍ଘଟଣାରେ ଯାଇଛି ୫୦୫ ଜୀବନ । ଜାନୁଆରୀ ମାସରେ ୮୪୮ଟି ଦୁର୍ଘଟଣା ଘଟି ୪୭୨ ଜଣ ଆହତ ହେବା ସହ ୫୦୫ ଜଣଙ୍କ ପ୍ରାଣ ହାନି ଘଟିଛି । ଦୁର୍ଘଟଣା ଜନୀତ ମୃତ୍ୟୁ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ପରିବହନଦ ମନ୍ତ୍ରୀ ବିଭୂତି ଜେନା ।

ମନ୍ତ୍ରୀ ଆହୁରି କହିଛନ୍ତି, ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି ୮୯ ଲକ୍ଷ ୬୬ ହଜାର ୬୯୪ ଟଙ୍କା।

ସେହିପରି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଉଦବେଗଜନକ ଉତ୍ତର ରଖି କହିଛନ୍ତି, ଓଡ଼ିଶାରେ ବିଗତ ପାଞ୍ଚ ବର୍ଷରେ ହାରାହାରି ବାର୍ଷିକ ସଡ଼କ ଦୁର୍ଘଟଣା ସଂଖ୍ୟା ୧୧ ହଜାର ୩୬୬। ଏଣେ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୧୦ ହଜାର ଆଠ।