ହସ୍ପିଟାଲରେ ବିସ୍ପୋରଣ, ଉଠିଗଲା ଚଟାଣର ଟାଇଲ

ଢେଙ୍କାନାଳ: ଢେଙ୍କାନାଳ ହସ୍ପିଟାଲର ତିନି ମହଲା ଏନଆଇସିୟୁ ୱ।ର୍ଡରେ ବିରାଟ ବିସ୍ପୋରଣରେ ଉଠିଗଲା ଚଟାଣ ଟାଇଲ।। ଭୁମିକମ୍ଫ ହେବା କିମ୍ବା ଛାତ ଭୁଷୁଡି ପଡିବା ଭାବି ବିସ୍ପୋରଣ ଶବ୍ଦ ଶୁଣି ନବଜାତ ଶିଶୁଙ୍କୁ ଧରି ତିନି ମହଲାରୁ ତଳକୁ ଧାଇଁଲେ ପ୍ରସବ ମହିଳା ଓ ସମ୍ପର୍କୀୟ। କିଛି ସମୟ ଧରି ହସ୍ପିଟାଲରେ ଖେଳିଗଲା କୋକୁଆ ଭୟ। ଏୟାର ଫୋର୍ସରେ ଚଟାଣ ଟାଇଲ ଉଠି ଯାଇଥିବା କହିଛନ୍ତି ସିଡିଏମଓ। ପ୍ରସବ ମହିଳା ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରି […]

ହସ୍ପିଟାଲରେ ବିସ୍ପୋରଣ, ଉଠିଗଲା ଚଟାଣର ଟାଇଲ

ଢେଙ୍କାନାଳ: ଢେଙ୍କାନାଳ ହସ୍ପିଟାଲର ତିନି ମହଲା ଏନଆଇସିୟୁ ୱ।ର୍ଡରେ ବିରାଟ ବିସ୍ପୋରଣରେ ଉଠିଗଲା ଚଟାଣ ଟାଇଲ।। ଭୁମିକମ୍ଫ ହେବା କିମ୍ବା ଛାତ ଭୁଷୁଡି ପଡିବା ଭାବି ବିସ୍ପୋରଣ ଶବ୍ଦ ଶୁଣି ନବଜାତ ଶିଶୁଙ୍କୁ ଧରି ତିନି ମହଲାରୁ ତଳକୁ ଧାଇଁଲେ ପ୍ରସବ ମହିଳା ଓ ସମ୍ପର୍କୀୟ। କିଛି ସମୟ ଧରି ହସ୍ପିଟାଲରେ ଖେଳିଗଲା କୋକୁଆ ଭୟ।

ଏୟାର ଫୋର୍ସରେ ଚଟାଣ ଟାଇଲ ଉଠି ଯାଇଥିବା କହିଛନ୍ତି ସିଡିଏମଓ। ପ୍ରସବ ମହିଳା ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରି ଅନ୍ୟ ଏକ ୱ।ର୍ଡରେ ରଖାଯାଇଛି। ସେପଟେ ଖବର ପାଇ ସିଡିଏମଓ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କାହିଁକି ବିସ୍ପୋରଣ ହେଲା ତାର କାରଣ ଖୋଜା ହେଉଛି। ରୋଗୀ ଓ ସମ୍ପର୍କୀୟ ଭୟଭୀତ ନ ହେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।