ବଳଙ୍ଗା ପୀଡ଼ିତାଙ୍କ ବୟାନରେ ରହୁନାହିଁ ତାଳମେଳ,ପୁଣି ଥରେ ଆରମ୍ଭ ହେବ ତଦନ୍ତ

ଭୁବନେଶ୍ୱର : ପୁଣିଥରେ ବଳଙ୍ଗା ନାବାଳିକା ପୋଡି ଘଟଣାରେ ତଦନ୍ତ ତ୍ଵରାନ୍ଵିତ ହେବ। ପୀଡ଼ିତାଙ୍କ ବୟାନରେ ରହୁନାହିଁ ତାଳମେଳ । ଭୁବନେଶ୍ୱର ଏମ୍ସ ଏବଂ ଦିଲ୍ଲୀ ଏମ୍ସରେ ପୀଡିତା ଦେଇଥିବା ବୟାନରେ ରହୁଛି ଫରକ । ସୁସ୍ଥ ହେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କର ପୁଣି ଥରେ ହେବ ବୟାନ ରେକର୍ଡ । ଏନେଇ ଆଜି ବଳଙ୍ଗା ଥାନାରେ ପହଞ୍ଚିଥିଲେ ପୁରୀ ଏସ୍ପି । କ୍ରାଇମବ୍ରାଞ୍ଚ ଟିମ ଏବଂ ବଳଙ୍ଗ। ପୋଲିସ ସହ କରିଛନ୍ତି ବିଚାରବିମର୍ଷ । […]

ବଳଙ୍ଗା ପୀଡ଼ିତାଙ୍କ ବୟାନରେ ରହୁନାହିଁ ତାଳମେଳ,ପୁଣି ଥରେ ଆରମ୍ଭ ହେବ ତଦନ୍ତ
ବଳଙ୍ଗା ପୀଡ଼ିତାଙ୍କ ବୟାନରେ ରହୁନାହିଁ ତାଳମେଳ,ପୁଣି ଥରେ ଆରମ୍ଭ ହେବ ତଦନ୍ତ

ଭୁବନେଶ୍ୱର : ପୁଣିଥରେ ବଳଙ୍ଗା ନାବାଳିକା ପୋଡି ଘଟଣାରେ ତଦନ୍ତ ତ୍ଵରାନ୍ଵିତ ହେବ। ପୀଡ଼ିତାଙ୍କ ବୟାନରେ ରହୁନାହିଁ ତାଳମେଳ । ଭୁବନେଶ୍ୱର ଏମ୍ସ ଏବଂ ଦିଲ୍ଲୀ ଏମ୍ସରେ ପୀଡିତା ଦେଇଥିବା ବୟାନରେ ରହୁଛି ଫରକ । ସୁସ୍ଥ ହେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କର ପୁଣି ଥରେ ହେବ ବୟାନ ରେକର୍ଡ । ଏନେଇ ଆଜି ବଳଙ୍ଗା ଥାନାରେ ପହଞ୍ଚିଥିଲେ ପୁରୀ ଏସ୍ପି । କ୍ରାଇମବ୍ରାଞ୍ଚ ଟିମ ଏବଂ ବଳଙ୍ଗ। ପୋଲିସ ସହ କରିଛନ୍ତି ବିଚାରବିମର୍ଷ । ଗତକାଲି ଦିଲ୍ଲୀ ଏମ୍ସରେ ତଦନ୍ତକାରୀ ଟିମ୍ ପୀଡ଼ିତାଙ୍କ ବୟାନ ନେଇଛି। ଏହାର ସଂପୂର୍ଣ୍ଣ ଭିଡିଓ କରାଯାଇଥିଲା। ପୀଡ଼ିତାଙ୍କ ବାପାଙ୍କ ସହ ମଧ୍ୟ ଟିମ୍‌ ଆଲୋଚନା କରିଥିଲା। ଖୁବ୍‌ଶୀଘ୍ର ପୀଡ଼ିତାଙ୍କ ମା’ ଦିଲ୍ଲୀ ଯାଇପାରନ୍ତି ବୋଲି ଜଣାପଡ଼ିଛି।

ଘଟଣାକୁ ୮ ଦିନ ବିତିଥିଲେ ବି ଘଟଣା ପାଇଁ କିଏ ଦାୟୀ ସେପର୍ଯ୍ୟନ୍ତ ପଞ୍ଚିପାରୁନି ତଦନ୍ତକାରୀ ସଂସ୍ଥା । ଏଥିସହ କେବେ ସାମ୍ନାକୁ ଆସିବ ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ସତ। ଏପଟେ ତଦନ୍ତ ପାଇଁ ଜଟଣୀରେ ପହଞ୍ଚିଲା ବଳଙ୍ଗା ପୁଲିସର ଏକ ଟିମ । ଜଟଣୀ ଥାନା ଅଂଚଳର ଜଣେ ସଂପର୍କୀୟଙ୍କ ଘଟଣାରେ ସଂପୃକ୍ତି ସନ୍ଦେହରେ ତଦନ୍ତ କରି ବଳଙ୍ଗା ପୁଲିସ୍ ଫେରିଥିବା ସୂଚନା ମିଳିଛି ।