ଜାନୁଆରୀ ୨୨ରେ ମମତା କରିବେ ‘ସଦଭାବ ରାଲି’ : କାଳିଘାଟ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆରମ୍ଭ ହେବ ଯାତ୍ରା…
କୋଲକାତା : ଜାନୁୟାରୀ ୨୨ରେ ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସମଗ୍ର ଦେଶରେ ଉତ୍ସବର ମାହୋଲ ଥିବ, ଠିକ୍ ସେତିକିବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଏକ ‘ସଦଭାବ ରାଲି’ କରିବେ। ତାଙ୍କ ଗସ୍ତ ସମୟରେ ସେ ମସଜିଦ, ମନ୍ଦିର, ଚର୍ଚ୍ଚ ଏବଂ ଗୁରୁଦ୍ୱାର ପରିଦର୍ଶନ କରିବେ। ଏହି ରାଲି ସମ୍ପର୍କରେ ମମତା ବାନାର୍ଜୀ କହିଛନ୍ତି, ‘ମୁଁ ଜାନୁୟାରୀ ୨୨ ରେ ଏକ ରାଲି କରିବି, କାଳିଘାଟ ମନ୍ଦିରରେ ପୂଜାର୍ଚ୍ଚନା କରିବା […]

କୋଲକାତା : ଜାନୁୟାରୀ ୨୨ରେ ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସମଗ୍ର ଦେଶରେ ଉତ୍ସବର ମାହୋଲ ଥିବ, ଠିକ୍ ସେତିକିବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଏକ ‘ସଦଭାବ ରାଲି’ କରିବେ। ତାଙ୍କ ଗସ୍ତ ସମୟରେ ସେ ମସଜିଦ, ମନ୍ଦିର, ଚର୍ଚ୍ଚ ଏବଂ ଗୁରୁଦ୍ୱାର ପରିଦର୍ଶନ କରିବେ। ଏହି ରାଲି ସମ୍ପର୍କରେ ମମତା ବାନାର୍ଜୀ କହିଛନ୍ତି, ‘ମୁଁ ଜାନୁୟାରୀ ୨୨ ରେ ଏକ ରାଲି କରିବି, କାଳିଘାଟ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦକ୍ଷିଣ କୋଲକାତାର ହାଜରା ଛକରୁ ଏହି ରାଲିର ଆରମ୍ଭ ହେବ।
ଆଜି ରାଜ୍ୟ ସଚିବାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି, “ଜାନୁଆରୀ ୨୨ରେ ମୁଁ କାଳିଘାଟ ମନ୍ଦିରକୁ ଯାଇ ପୂଜା କରିବି। ତା’ପରେ ମୁଁ ସମସ୍ତ ଧର୍ମର ଲୋକଙ୍କ ସହ ଏକ ସଦଭାବନା ରାଲିରେ ଭାଗ ନେବି। ଅନ୍ୟ କୌଣସି କାର୍ଯ୍ୟକ୍ରମ ସହିତ ଏହାର କୌଣସି ସମ୍ପର୍କ ନାହିଁ। ” ଟିଏମସି ଦ୍ୱାରା ଆୟୋଜିତ ଏହି ରାଲି ମସଜିଦ, ଚର୍ଚ୍ଚ ଏବଂ ଗୁରୁଦ୍ୱାର ସହ ବିଭିନ୍ନ ଧର୍ମର ଉପାସନା ସ୍ଥଳୀ ଦେଇ ଯିବ ଓ ପାର୍କ ସର୍କସ ଗ୍ରାଉଣ୍ଡରେ ଶେଷ ହେବ ବୋଲି ସେ କହିଛନ୍ତି।
ମମତା ନିଜ ଦଳର କର୍ମୀଙ୍କୁ ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାରେ ସମାନ ରାଲିର ଆୟୋଜନ କରିବାକୁ କହିଛନ୍ତି । ସେ କହିଛନ୍ତି ଯେ ‘ପ୍ରାଣ ପ୍ରତିଷ୍ଠା’ ନେତାଙ୍କ କାମ ନୁହେଁ ବରଂ ଧାର୍ମିକ ନେତାଙ୍କ କାମ। ଆମର କାମ ହେଉଛି ଭିତ୍ତିଭୂମି ନିର୍ମାଣ କରିବା ।ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସେ ଓ ଟିଏମସିର ସବୁ ନେତା ଦୂରେଇ ରହିବେ ବୋଲିି ମମତା ପୂର୍ବରୁ ସ୍ପଷ୍ଟ କରିଥିଲେ ।