ଜାନୁଆରୀ ୩୧ରେ ପଚରାଉଚରା ପାଇଁ ଇଡିକୁ ସମୟ ଦେଲେ ମୁଖ୍ୟମନ୍ତ୍ରୀ ସୋରେନ
ରାଞ୍ଚି,୨୯।୧: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡିକୁ ଜାନୁଆରୀ ୩୧ରେ ପଚରାଉଚରା ପାଇଁ ସମୟ ଦେଇଛନ୍ତି। ତାଙ୍କର ଉପଲବ୍ଧତା ବିଷୟରେ ସୂଚନା ଦେଇ ଆଜି ଇଡିକୁ ଏକ ମେଲ ପଠାଯାଇଥିବା ପାର୍ଟି ସୂତ୍ରରୁ ଏହି ସୂଚନା ମିଳିଛି। ଜାନୁଆରୀ ୨୭ରେ ଇଡି ଏହି ମାମଲାରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାନୁଆରୀ ୨୯ କିମ୍ବା ୩୧ ତାରିଖ ମାଗିଥିଲେ। ଅନ୍ୟପକ୍ଷରେ, ଇଡି ଦଳ ସୋମବାର ଦିଲ୍ଲୀସ୍ଥିତ ହେମନ୍ତ […] The post ଜାନୁଆରୀ ୩୧ରେ ପଚରାଉଚରା ପାଇଁ ଇଡିକୁ ସମୟ ଦେଲେ ମୁଖ୍ୟମନ୍ତ୍ରୀ ସୋରେନ appeared first on Dharitri Odia News.
ରାଞ୍ଚି,୨୯।୧: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡିକୁ ଜାନୁଆରୀ ୩୧ରେ ପଚରାଉଚରା ପାଇଁ ସମୟ ଦେଇଛନ୍ତି। ତାଙ୍କର ଉପଲବ୍ଧତା ବିଷୟରେ ସୂଚନା ଦେଇ ଆଜି ଇଡିକୁ ଏକ ମେଲ ପଠାଯାଇଥିବା ପାର୍ଟି ସୂତ୍ରରୁ ଏହି ସୂଚନା ମିଳିଛି। ଜାନୁଆରୀ ୨୭ରେ ଇଡି ଏହି ମାମଲାରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାନୁଆରୀ ୨୯ କିମ୍ବା ୩୧ ତାରିଖ ମାଗିଥିଲେ।
ଅନ୍ୟପକ୍ଷରେ, ଇଡି ଦଳ ସୋମବାର ଦିଲ୍ଲୀସ୍ଥିତ ହେମନ୍ତ ସୋରେନଙ୍କ ବାସଭବନ ଯାଇଥିଲେ। ସୂଚନାଯୋଗ୍ୟ, ଜମି ଦୁର୍ନୀତି ସହ ଜଡିତ ମାମଲାରେ ଇଡି ଜାନୁଆରୀ ୨୦ରେ ରାଞ୍ଚିରେ ଥିବା ତାଙ୍କ ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପଚରାଉଚରା କରିଥିଲା। ଗତ ସପ୍ତାହରେ ଇଡି ସୋରେନଙ୍କୁ ଏକ ନୂତନ ସମନ ଜାରି କରିଥିଲା ଏବଂ ତାଙ୍କୁ ଜାନୁଆରୀ ୨୯ରୁ ଜାନୁୟାରୀ ୩୧ମଧ୍ୟରେ ଉପଲବ୍ଧତା ବିଷୟରେ ଜଣାଇବାକୁ କୁହାଯାଇଥିଲା।
The post ଜାନୁଆରୀ ୩୧ରେ ପଚରାଉଚରା ପାଇଁ ଇଡିକୁ ସମୟ ଦେଲେ ମୁଖ୍ୟମନ୍ତ୍ରୀ ସୋରେନ appeared first on Dharitri Odia News.