ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୧%
ନୂଆଦିଲ୍ଲୀ,୧୩।୨: କ୍ରମାଗତ ଭାବେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ପାଉଛି। ଏପରିକି ୨୦୨୪ ଜାନୁଆରୀରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୫.୧% ହୋଇଛି। ୨୦୨୩ ଡିସେମ୍ବରରେ ଏହି ହାର ୫.୬୯% ଥିଲା ବୋଲି ସୋମବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ୨୦୨୪ ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୩୦% ହୋଇଥିଲାବେଳେ ୨୦୨୩ ଡିସେମ୍ବରରେ ଏହାର ହାର ୯.୫୩% ଥିଲା। ତେବେ ଦରଦାମରେ କୌଣସି […] The post ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୧% appeared first on Dharitri Odia News.
ନୂଆଦିଲ୍ଲୀ,୧୩।୨: କ୍ରମାଗତ ଭାବେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ପାଉଛି। ଏପରିକି ୨୦୨୪ ଜାନୁଆରୀରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୫.୧% ହୋଇଛି। ୨୦୨୩ ଡିସେମ୍ବରରେ ଏହି ହାର ୫.୬୯% ଥିଲା ବୋଲି ସୋମବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ୨୦୨୪ ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୩୦% ହୋଇଥିଲାବେଳେ ୨୦୨୩ ଡିସେମ୍ବରରେ ଏହାର ହାର ୯.୫୩% ଥିଲା। ତେବେ ଦରଦାମରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ, ୨୦୨୩ ଡିସେମ୍ବର ତୁଳନାରେ ୨୦୨୪ ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ମଧ୍ୟ ସାମାନ୍ୟ ହ୍ରାସ ପାଇଛି। ଅପରପକ୍ଷରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ମହଙ୍ଗା ସ୍ଥିତିରେ ଯଦିଓ ସାମାନ୍ୟ ହ୍ରାସ ହୋଇଥିଲେ ସୁଦ୍ଧା ପନିପରିବା ଦରବୃଦ୍ଧି ବର୍ତ୍ତମାନ ସମୟରେ ଚିନ୍ତାର କାରଣ ପାଲଟିଛି। ସେହିପରି ଶାଗ ଓ ପନିପରିବା ଆଦିର ଦର ୨୫%ରୁ ଅଧିକ ରହିଛି। ଏପରିକି ଡାଲିର ଦର ପ୍ରାୟ ୨୦% ରହିଛି। ୨୦୨୩ ଡିସେମ୍ବର ତୁଳନାରେ ଚଳିତ ବର୍ଷ ଜାନୁଆରୀରେ ଡାଲିର ମୁଦ୍ରାସ୍ଫୀତି ହାର ସାମାନ୍ୟ ହ୍ରାସ ଘଟିଛି। ୨୦୨୩ ଡିସେମ୍ବରରେ ଏହାର ହାର ୨୦.୭୩% ଥିଲାବେଳେ ୨୦୨୪ ଜାନୁଆରୀରେ ଡାଲିର ମୁଦ୍ରାସ୍ଫୀତି ହାର ୧୯.୫୪%କୁ ଖସି ଆସିଛି। ବିଶେଷ କରି ପନିପରିବାର ମୁଦ୍ରାସ୍ଫୀତି ହାରରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଛି। ୨୦୨୩ ଡିସେମ୍ବରରେ ଏହାର ପରିମାଣ ୨୭.୬୪% ଥିଲା। ଡିସେମ୍ବର ତୁଳନାରେ ଜାନୁଆରୀରେ ଏହାର ହାର ସାମାନ୍ୟ ହ୍ରାସ ହୋଇ ୨୭.୦୩%କୁ ଖସି ଆସିଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ହୋଇ ୭.୮୩% ରହିଛି, ୨୦୨୩ ଡିସେମ୍ବରରେ ଏହାର ହାର ୯.୯୩% ଥିଲା। ୨୦୨୪ ଜାନୁଆରୀରେ ଫଳର ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ପାଇ ୮.୬୫% ହୋଇଛି, ୨୦୨୩ ଡିସେମ୍ବରରେ ଏହାର ହାର ୧୧.୧୪% ଥିଲା।
ସୂଚନାଯୋଗ୍ୟ, ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫% କୁ ଖସି ଆସିଛି। ବର୍ତ୍ତମାନ ଏହି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଟଲରାନ୍ସ ବଣ୍ଡ୍ ମଧ୍ୟରେ ଅଛି କିନ୍ତୁ ଆରବିଆଇର ଲକ୍ଷ୍ୟ ୪%କୁ ଆଣିବା ।
The post ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୧% appeared first on Dharitri Odia News.