ଜାପାନ ଜଳକ୍ଷେତ୍ରରେ ଓଲଟିଲା ଦକ୍ଷିଣ କୋରିଆର କେମିକାଲ ବୋଝେଇ ଟ୍ୟାଙ୍କର, ଅନେକ ନିଖୋଜ

ଟୋକିଓ ୨୦।୩: ଦକ୍ଷିଣ କୋରିଆର ଏକ କେମିକାଲ ଟ୍ୟାଙ୍କର ବୁଧବାର ଜାପାନ ଜଳକ୍ଷେତ୍ରରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି। ଦୁର୍ଘଟଣା ଭୋର ସମୟରେ ହୋଇଥିଲା, ନିଖୋଜ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସନ୍ଧାନ କରାଯାଉଛି। ଦକ୍ଷିଣ-ପଶ୍ଚିମ ଜାପାନର ଏକ ଦ୍ୱୀପ ନିକଟରେ ଏହି ଦୁର୍ଘଟଣା ହୋଇଛି। ଜାପାନ କୋଷ୍ଟଗାର୍ଡ ସୂଚନା ଅନୁସାରେ ଚାଳକ ଦଳର ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ବାକି ୭ ଜଣ ନିଖୋଜ ଅଛନ୍ତି। ଜାପାନୀ କୋଷ୍ଟଗାର୍ଡ ଅନୁସାରେ କେଓୟଙ୍ଗ ସନ୍ କେମିକାଲ ଟ୍ୟାଙ୍କର ସମସ୍ୟାରେ ଥିବାର ସୂଚନା ଦେଇଥିଲା। ଏଥିରେ ଜାହାଜ ଅଣେଇ ହେଉଥିବା  ଓ ଜାପାନୀ ଦ୍ୱୀପ ମ୍ୟୁଟସୁର ନିକଟରେ ଶରଣ ନେଇଥିବା ସୂଚନା ଦିଆଯାଇଥିଲା। ଉଦ୍ଧାର ହୋଇଥିବା ଚାଳକଦଳ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ତାହା ଜଣାପଡି ନାହିଁ। ଏନଏଚକେ ଟେଲିଭିଜନ ସୂଚନା ଅନୁସାରେ ଚାଳକ ଦଳ ସଦସ୍ୟଙ୍କ ମଧ୍ୟରେ ଜଣେ ଚୀନ୍, ୨ ଦକ୍ଷିଣ କୋରିଆ ଓ ୮ ଜଣ ଇଣ୍ଡୋନେସୀୟ ଅଛନ୍ତି। ଜାହାଜ କିପରି ଓଲଟିଲା ସେ ସମ୍ପର୍କରେ କିଛି ଜଣା ପଡି ନାହିଁ। ଉଲ୍ଲେଖଯୋଗ୍ୟ ଯେ ଜାପାନ ଓ ଦକ୍ଷିଣ କୋରିଆ ଉଭୟ ଉତ୍ତରକୋରିଆକୁ ନେଇ ଚିନ୍ତିତ। ଉତ୍ତକୋରିଆ ଏଛତ୍ରବାଦୀ କିମ ଜୋଙ୍ଗ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷଣ ଓ ଯୁଦ୍ଧାଭ୍ୟାସ କରି ଉସକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି। କିମ୍ ନିକଟରେ ଯୁଦ୍ଧାଭ୍ୟାସ କରି ଆମେରିକା ଓ ଜାପାନ ନିକଟରେ ନ

ଜାପାନ ଜଳକ୍ଷେତ୍ରରେ ଓଲଟିଲା ଦକ୍ଷିଣ କୋରିଆର କେମିକାଲ ବୋଝେଇ ଟ୍ୟାଙ୍କର, ଅନେକ ନିଖୋଜ

ଟୋକିଓ ୨୦।୩: ଦକ୍ଷିଣ କୋରିଆର ଏକ କେମିକାଲ ଟ୍ୟାଙ୍କର ବୁଧବାର ଜାପାନ ଜଳକ୍ଷେତ୍ରରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି। ଦୁର୍ଘଟଣା ଭୋର ସମୟରେ ହୋଇଥିଲା, ନିଖୋଜ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସନ୍ଧାନ କରାଯାଉଛି। ଦକ୍ଷିଣ-ପଶ୍ଚିମ ଜାପାନର ଏକ ଦ୍ୱୀପ ନିକଟରେ ଏହି ଦୁର୍ଘଟଣା ହୋଇଛି। ଜାପାନ କୋଷ୍ଟଗାର୍ଡ ସୂଚନା ଅନୁସାରେ ଚାଳକ ଦଳର ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ବାକି ୭ ଜଣ ନିଖୋଜ ଅଛନ୍ତି। 

ଜାପାନୀ କୋଷ୍ଟଗାର୍ଡ ଅନୁସାରେ କେଓୟଙ୍ଗ ସନ୍ କେମିକାଲ ଟ୍ୟାଙ୍କର ସମସ୍ୟାରେ ଥିବାର ସୂଚନା ଦେଇଥିଲା। ଏଥିରେ ଜାହାଜ ଅଣେଇ ହେଉଥିବା  ଓ ଜାପାନୀ ଦ୍ୱୀପ ମ୍ୟୁଟସୁର ନିକଟରେ ଶରଣ ନେଇଥିବା ସୂଚନା ଦିଆଯାଇଥିଲା। ଉଦ୍ଧାର ହୋଇଥିବା ଚାଳକଦଳ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ତାହା ଜଣାପଡି ନାହିଁ। ଏନଏଚକେ ଟେଲିଭିଜନ ସୂଚନା ଅନୁସାରେ ଚାଳକ ଦଳ ସଦସ୍ୟଙ୍କ ମଧ୍ୟରେ ଜଣେ ଚୀନ୍, ୨ ଦକ୍ଷିଣ କୋରିଆ ଓ ୮ ଜଣ ଇଣ୍ଡୋନେସୀୟ ଅଛନ୍ତି। ଜାହାଜ କିପରି ଓଲଟିଲା ସେ ସମ୍ପର୍କରେ କିଛି ଜଣା ପଡି ନାହିଁ। 

ଉଲ୍ଲେଖଯୋଗ୍ୟ ଯେ ଜାପାନ ଓ ଦକ୍ଷିଣ କୋରିଆ ଉଭୟ ଉତ୍ତରକୋରିଆକୁ ନେଇ ଚିନ୍ତିତ। ଉତ୍ତକୋରିଆ ଏଛତ୍ରବାଦୀ କିମ ଜୋଙ୍ଗ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷଣ ଓ ଯୁଦ୍ଧାଭ୍ୟାସ କରି ଉସକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି। କିମ୍ ନିକଟରେ ଯୁଦ୍ଧାଭ୍ୟାସ କରି ଆମେରିକା ଓ ଜାପାନ ନିକଟରେ ନିଜର ଆକ୍ରମକ ଉଦ୍ଦେଶ୍ୟ ବ୍ୟକ୍ତ କରିଥିଲେ। ନିକଟରେ ଉତ୍ତରକୋରିଆ ପୁଣି ଥରେ ଉକସାଇବା ଭଳି କାମ କରିଛି ଯାହା କ୍ଷେତ୍ରରେ ପୁଣି ଥରେ ଉତ୍ତେଜନାର କାରଣ ପାଲଟିଛି। 

ଉତ୍ତରକୋରିଆ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା ଦକ୍ଷିଣ କୋରିଆ ସେନା ଦାବି କରିଛି। ଉତ୍ତରକୋରିଆ ସୋମବାର ସକାଳେ ପୂର୍ବଉପକୂଳକୁ ଏକ କ୍ଷେପଣାସ୍ତ୍ର ଫାୟରିଂ କରିଥିଲା। ତେବେ ଦକ୍ଷିଣକୋରିଆ ସେନା ମୁଖ୍ୟ ପ୍ରସଙ୍ଗରେ ବିସ୍ତୃତ ବିବରଣୀ ଦେଇ ନାହାନ୍ତି। ଏହି ପ୍ରକ୍ଷେପଣ ଆମେରିକା ଓ ଦକ୍ଷିଣ କୋରିଆ ସେନାଙ୍କ ଦ୍ୱାରା ବାର୍ଷିକ ସୈନ୍ୟ ଅଭ୍ୟାସ ସମାପ୍ତ ହେବାର କିଛିଦିନ ପରେ  ହୋଇଛି।