ଜାପାନକୁ ସୁନାମି ଆତଙ୍କ

୩୦ ଜୁଲାଇ ବୁଧବାର ସକାଳେ ରୁଷିଆର କାମଚାଟକା ଉପଦ୍ୱୀପରେ ହୋଇଥିବା 8.8 ତୀବ୍ରତାର ଭୟଙ୍କର ଭୂମିକମ୍ପ ପରେ ପ୍ରଶାନ୍ତ ମହାସାଗରରେ ସୁନାମି ଲହରୀ ଉଠିଛି। ସୁନାମି ରୁଷ, ଆମେରିକା, ନ୍ୟୁଜିଲ୍ୟାଣ୍ଡ, ଜାପାନ ଭଳି ଦେଶର ଉପକୂଳ ଅଞ୍ଚଳକୁ ପ୍ରଭାବିତ କରିଛି । ଜାପାନ ଏହି ସୁନାମି ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛି । ଜାପାନ ପାଣିପାଗ ସଂସ୍ଥାର ରିପୋର୍ଟ ଅନୁସାରେ 60 ସେମି ଅର୍ଥାତ୍ 2 ଫୁଟ ଉଚ୍ଚ ସୁନାମିର ପ୍ରଥମ ଲହରୀ ହୋକାଇଡୋର ପୂର୍ବ ଉପକୂଳରେ ନେମୁରୋରେ ପହଞ୍ଚିଛି। ଏହି ଲହରୀଗୁଡ଼ିକ ପ୍ରଶାନ୍ତ ମହାସାଗର ଉପକୂଳ ଦେଇ ଦକ୍ଷିଣ ଆଡକୁ ହୋକାଇଡୋରୁ ଟୋକିଓ ବେ ଆଡକୁ ଗତି କରୁଛି। ସୁନାମି ଯୋଗୁଁ ଜାପାନର ପ୍ରାୟ 20 ଲକ୍ଷ ଲୋକଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି।

ଜାପାନକୁ ସୁନାମି ଆତଙ୍କ
Array