ଜାପାନରେ ଆସିବ ‘ମେଗା’ ଭୂମିକମ୍ପ; ସତର୍କ କରାଇଲେ ସରକାର, ପ୍ରାଣ ହରାଇବେ ୩ଲକ୍ଷ !
ନୂଆଦିଲ୍ଲୀ: ଜାପାନରେ ଆସିବ ମେଗା ଭୂମିକମ୍ପ । ପ୍ରଶାନ୍ତ ମହାସାଗର ଉପକୂଳରେ ସମ୍ଭାବ୍ୟ ଭୂକମ୍ପ ଆସିବା ନେଇ ଲମ୍ବା ସମୟ ଧରି ଅନୁମାନ କରାଯାଉଛି । ପ୍ରକୃତିରେ ଏହି ତାଣ୍ଡବରେ ପ୍ରାୟ ୩ ଲକ୍ଷ ଲୋକ ପ୍ରାଣ ହରାଇବାର ଆଶଙ୍କା କରାଯାଉଛି । ସୋମବାର ଜାପାନ ସରକାର ଜାରି କରିଥିବା ରିପୋର୍ଟରେ ଏଭଳି କିଛି କୁହାଯାଇଛି ।ପ୍ରଶାନ୍ତ ମହାସାଗରରେ ଥିବା ନାନକାଇ ଘାଟିରେ ଥିବା ସବଡକ୍ସନ ଜୋନରୁ ଭୂମିକମ୍ପର ଏପି ସେଣ୍ଟର ହେବ । ଅର୍ଥାତ୍ ସମୁଦ୍ର ଭିତରେ ଥିବା ଦୁଇଟି ଟାକ୍ଟୋନିକ୍ ପ୍ଲେଟର ଡାଇଭରଜେଣ୍ଟ ଯୋଗୁ ନାନକାଇ ଘାଟି ସୃଷ୍ଟି ହୋଇଛି । ଏହି ସ୍ଥାନ ଦକ୍ଷିଣ ହୋଂଶୁ ଦ୍ବୀପର ନନକାଇଡୋ ଅଞ୍ଚଳରେ ରହିଛି । ପୂର୍ବରୁ ଏହି ସ୍ଥାନରୁ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଛି । ଏଠାରୁ ମେଗା ଭୂମିକମ୍ପ ଆସିଲେ, ଏହାଦ୍ବାରା କୋଶୀ, ଓସାକା, ନାଗୋୟା ଭଳି ବଡ଼ ଅଞ୍ଚଳ ପ୍ରଭାବିତ ହେବ । ଭୂମିକମ୍ପ ପରେ ବିନାଶର କାରଣ ହେବ ବିଲ୍ଡିଂ ଭୁଶୁଡ଼ିବା ଏବଂ ସୁନାମୀ । ମେଗା ଭୂମିକମ୍ପ ଆସିଲେ ପ୍ରାୟ ୩ ଲକ୍ଷ ଲୋକ ଜୀବନ ହାନି ଘଟିବ ବୋଲି କୁହାଯାଇଛି । ଏହା ଜାପାନର ୧୦ ପ୍ରତିଶତ ଜନସଂଖ୍ୟା । ସେହିପରି ଭୂକମ୍ପ ଯୋଗୁ ୧.୨୩ ମିଲିୟନ ଲୋକ ଅନ୍ୟଦେଶରେ ଶରଣ ନେବା ପାଇଁ ବାଧ୍ୟ ହେବ । ଜାପାନ ସରକାର ଅନୁମାନ କରୁଛନ୍ତି, ନାନକାଇ ଘାଟିରେ ୮ରୁ ୯ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଆସିବାର ୮୦ ପ୍ରତିଶତ ସମ୍ଭାବନା ରହିଛି । ପ୍ରତ୍ୟେକ ୧୦୦ରୁ ୧୫୦ ମଧ୍ୟରେ ଏହି ସ
ନୂଆଦିଲ୍ଲୀ: ଜାପାନରେ ଆସିବ ମେଗା ଭୂମିକମ୍ପ । ପ୍ରଶାନ୍ତ ମହାସାଗର ଉପକୂଳରେ ସମ୍ଭାବ୍ୟ ଭୂକମ୍ପ ଆସିବା ନେଇ ଲମ୍ବା ସମୟ ଧରି ଅନୁମାନ କରାଯାଉଛି । ପ୍ରକୃତିରେ ଏହି ତାଣ୍ଡବରେ ପ୍ରାୟ ୩ ଲକ୍ଷ ଲୋକ ପ୍ରାଣ ହରାଇବାର ଆଶଙ୍କା କରାଯାଉଛି । ସୋମବାର ଜାପାନ ସରକାର ଜାରି କରିଥିବା ରିପୋର୍ଟରେ ଏଭଳି କିଛି କୁହାଯାଇଛି ।
ପ୍ରଶାନ୍ତ ମହାସାଗରରେ ଥିବା ନାନକାଇ ଘାଟିରେ ଥିବା ସବଡକ୍ସନ ଜୋନରୁ ଭୂମିକମ୍ପର ଏପି ସେଣ୍ଟର ହେବ । ଅର୍ଥାତ୍ ସମୁଦ୍ର ଭିତରେ ଥିବା ଦୁଇଟି ଟାକ୍ଟୋନିକ୍ ପ୍ଲେଟର ଡାଇଭରଜେଣ୍ଟ ଯୋଗୁ ନାନକାଇ ଘାଟି ସୃଷ୍ଟି ହୋଇଛି । ଏହି ସ୍ଥାନ ଦକ୍ଷିଣ ହୋଂଶୁ ଦ୍ବୀପର ନନକାଇଡୋ ଅଞ୍ଚଳରେ ରହିଛି । ପୂର୍ବରୁ ଏହି ସ୍ଥାନରୁ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଛି । ଏଠାରୁ ମେଗା ଭୂମିକମ୍ପ ଆସିଲେ, ଏହାଦ୍ବାରା କୋଶୀ, ଓସାକା, ନାଗୋୟା ଭଳି ବଡ଼ ଅଞ୍ଚଳ ପ୍ରଭାବିତ ହେବ । ଭୂମିକମ୍ପ ପରେ ବିନାଶର କାରଣ ହେବ ବିଲ୍ଡିଂ ଭୁଶୁଡ଼ିବା ଏବଂ ସୁନାମୀ । ମେଗା ଭୂମିକମ୍ପ ଆସିଲେ ପ୍ରାୟ ୩ ଲକ୍ଷ ଲୋକ ଜୀବନ ହାନି ଘଟିବ ବୋଲି କୁହାଯାଇଛି । ଏହା ଜାପାନର ୧୦ ପ୍ରତିଶତ ଜନସଂଖ୍ୟା । ସେହିପରି ଭୂକମ୍ପ ଯୋଗୁ ୧.୨୩ ମିଲିୟନ ଲୋକ ଅନ୍ୟଦେଶରେ ଶରଣ ନେବା ପାଇଁ ବାଧ୍ୟ ହେବ ।
ଜାପାନ ସରକାର ଅନୁମାନ କରୁଛନ୍ତି, ନାନକାଇ ଘାଟିରେ ୮ରୁ ୯ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଆସିବାର ୮୦ ପ୍ରତିଶତ ସମ୍ଭାବନା ରହିଛି । ପ୍ରତ୍ୟେକ ୧୦୦ରୁ ୧୫୦ ମଧ୍ୟରେ ଏହି ସବଡକ୍ସନ ଜୋନରୁ ମେଗା ଭୂମିକମ୍ପ ଆସିଥାଏ । ୨୦୧୧ରେ ନାନକାଇ ଘାଟିରେ ୯.୦ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଆସିଥିଲା । ଏଥିରେ ପ୍ରାୟ ୧୫ ହାଜରଙ୍କ ଜୀବନ ଯାଇଥିଲା । ମେଗା ଭୂମିକମ୍ପ ଆସିଲେ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇବେ ବୋଲି କୁହାଯାଇଛି । ...