ଜାପାନରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଆଶଙ୍କା
ନୂଆଦିଲ୍ଲୀ, ୧୩।୧: ସୋମବାର ଜାପାନର କ୍ୟୁଶୁ ଅଞ୍ଚଳରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଖବରକୁ ସ୍ଥାନୀୟ ପାଣିପାଗ ନିଶ୍ଚିତ କରିଥିବା ରିପୋର୍ଟ କରିଛି ଆସୋସିଏଟ ପ୍ରେସ। ୟୁରୋପୀୟ ଭୂତତ୍ୱ ସଂସ୍ଥା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୩୭ କିମି ତଳେ ରହିଛି। ଗଲା ବର୍ଷ ଅଗଷ୍ଟ ୮ ତାରିଖରେ ଜାପାନର କ୍ୟୁଶୁ ଏବଂ ଶିକକୁ ଅଞ୍ଚଳରେ ୬.୯ ଏବଂ ୭.୧ ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାପରେ ଅଧିକାରୀ ସୁନାମି […] The post ଜାପାନରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଆଶଙ୍କା appeared first on Dharitri Odia News.
ନୂଆଦିଲ୍ଲୀ, ୧୩।୧: ସୋମବାର ଜାପାନର କ୍ୟୁଶୁ ଅଞ୍ଚଳରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଖବରକୁ ସ୍ଥାନୀୟ ପାଣିପାଗ ନିଶ୍ଚିତ କରିଥିବା ରିପୋର୍ଟ କରିଛି ଆସୋସିଏଟ ପ୍ରେସ। ୟୁରୋପୀୟ ଭୂତତ୍ୱ ସଂସ୍ଥା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୩୭ କିମି ତଳେ ରହିଛି।
ଗଲା ବର୍ଷ ଅଗଷ୍ଟ ୮ ତାରିଖରେ ଜାପାନର କ୍ୟୁଶୁ ଏବଂ ଶିକକୁ ଅଞ୍ଚଳରେ ୬.୯ ଏବଂ ୭.୧ ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାପରେ ଅଧିକାରୀ ସୁନାମି ସତର୍କତା ଜାରି କରିଥିଲେ, କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ରିପୋର୍ଟ ହୋଇ ନ ଥିଲା।
ଏହା ପୂର୍ବରୁ ୨୦୨୪ ଜାନୁଆରୀ ୧ ରେ ସୁଜୁ ୱାଜିମା ଅଞ୍ଚଳରେ ୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଯେଉଁଥିରେ ୩୦୦ ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇଥିଲେ।
ଜାପାନ ଅନେକ ଟେକ୍ଟୋନିକ୍ ପ୍ଲେଟର ସନ୍ଧିସ୍ଥଳରେ ଅବସ୍ଥିତ ହୋଇଥିବାରୁ ଏଠାରେ ଭୂମିକମ୍ପ ହେବାର ସମ୍ଭାବନା ଅଧିକ। ଜାପାନ ପ୍ରଶାନ୍ତ ମହାସାଗରୀୟ ଅଗ୍ନି ବଳୟରେ ଅବସ୍ଥିତ, ଯେଉଁଠାରେ ବାରମ୍ବାର ଭୂକମ୍ପ ଆସିବାର ସମ୍ଭାବନା ରହିଥାଏ।
The post ଜାପାନରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଆଶଙ୍କା appeared first on Dharitri Odia News.