ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ କରୁଛନ୍ତି। ଏହି ସମୟରେ ଗୁଗ୍‌ଲରୁ ମଧ୍ୟ ଏହି ରେସ୍‌ରେ ସାମିଲ୍‌ ହୋଇଛି। ପୁଣିଥରେ ଆଲଫାବେଟ ମାଲିକାନା ଗୁଗ୍‌ଲ ଏହାର କର୍ମଚାରୀମାନଙ୍କୁ ଛଟେଇ କରିଛି। କମ୍ପାନୀର ମୁଖପାତ୍ର କହିଛନ୍ତି, ଖର୍ଚ୍ଚ ହ୍ରାସ କରିବା ପାଇଁ କର୍ମଚାରୀଙ୍କୁ ଛଟେଇ କରିଛି। ସମଗ୍ର କମ୍ପାନୀରେ ଛଟେଇ କରାଯାଉ ନାହିଁ। ତେଣୁ ଏହା ଦ୍ୱାରା ପ୍ରଭାବିତ […] The post ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ appeared first on Dharitri Odia News.

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ କରୁଛନ୍ତି। ଏହି ସମୟରେ ଗୁଗ୍‌ଲରୁ ମଧ୍ୟ ଏହି ରେସ୍‌ରେ ସାମିଲ୍‌ ହୋଇଛି। ପୁଣିଥରେ ଆଲଫାବେଟ ମାଲିକାନା ଗୁଗ୍‌ଲ ଏହାର କର୍ମଚାରୀମାନଙ୍କୁ ଛଟେଇ କରିଛି।
କମ୍ପାନୀର ମୁଖପାତ୍ର କହିଛନ୍ତି, ଖର୍ଚ୍ଚ ହ୍ରାସ କରିବା ପାଇଁ କର୍ମଚାରୀଙ୍କୁ ଛଟେଇ କରିଛି। ସମଗ୍ର କମ୍ପାନୀରେ ଛଟେଇ କରାଯାଉ ନାହିଁ। ତେଣୁ ଏହା ଦ୍ୱାରା ପ୍ରଭାବିତ କର୍ମଚାରୀମାନେ ଅନ୍ୟ କୌଣସି ଭୂମିକା ପାଇଁ ଆବେଦନ କରିବାକୁ ସମର୍ଥ ହେବେ। ତେବେ ଛଟେଇ କିମ୍ବା ସମ୍ପୃକ୍ତ ଦଳ ଦ୍ୱାରା ପ୍ରଭାବିତ କର୍ମଚାରୀଙ୍କ ସଂଖ୍ୟା ସମ୍ପର୍କରେ ମୁଖପାତ୍ର କୌଣସି ସୂଚନା ଦେଇନାହାଁନ୍ତି।
କମ୍ପାନୀ ଛଟେଇ ଦ୍ୱାରା ପ୍ରଭାବିତ କିଛି ଲୋକଙ୍କୁ ଭାରତ, ଚିକାଗୋ, ଆଟଲାଣ୍ଟା ଏବଂ ଡବଲିନ ସମେତ ନିବେଶ କରୁଥିବା ସ୍ଥାନକୁ ପଠାଇବ।
ଏହା ପ୍ରଥମ ଘଟଣା ନୁହେଁ ଯେ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଛି। ଏହାପୂର୍ବରୁ ଜାନୁଆରୀ ମାସରେ ଗୁଗଲ ଏହାର ଇଞ୍ଜିନିୟରିଂ, ହାର୍ଡୱେର୍‌ ଏବଂ ସପୋର୍ଟ ଟିମ ସମେତ ଅନେକ ଟିମ୍‌ର ଶହ ଶହ କର୍ମଚାରୀଙ୍କୁ ଛଟେଇ କରିଥିଲା। ଗୁଗଲ ସିଇଓ ସୁନ୍ଦର ପିଚାଇ ଚଳିତ ବର୍ଷ ଆରମ୍ଭରେ ଚାକିରି ହ୍ରାସ ବିଷୟରେ କର୍ମଚାରୀମାନଙ୍କୁ ଚେତାବନୀ ଦେଇଥିବା ଜଣାଯାଇଛି।

The post ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ appeared first on Dharitri Odia News.