ପ୍ରଧାନମନ୍ତ୍ରୀ ଶପଥ ନେବାର ୪ ଦିନରେ ୪ ଆତଙ୍କବାଦୀ ଆକ୍ରମଣ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ କଥା ହୋଇ ମୋଦି କହିଲେ…

ନୂଆଦିଲ୍ଲୀ,୧୩ା୬: କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଗତ ଚାରି ଦିନ ମଧ୍ୟରେ ରେସି, କାଠୁଆ ଏବଂ ଡୋଡା ଜିଲାର ୪ଟି ସ୍ଥାନ ଉପରେ ଆକ୍ରମଣ କରି ୯ ଜଣ ତୀର୍ଥଯାତ୍ରୀ ଏବଂ ଜଣେ ସିଆର୍‌ପିଏଫ୍‌ ଯବାନଙ୍କୁ ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ୭ଜଣ ସୁରକ୍ଷାକର୍ମୀ ଏବଂ ଅନ୍ୟ ଅନେକ ମଧ୍ୟ ଆହତ ହୋଇଥିଲେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ […] The post ପ୍ରଧାନମନ୍ତ୍ରୀ ଶପଥ ନେବାର ୪ ଦିନରେ ୪ ଆତଙ୍କବାଦୀ ଆକ୍ରମଣ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ କଥା ହୋଇ ମୋଦି କହିଲେ… appeared first on Dharitri Odia News.

ପ୍ରଧାନମନ୍ତ୍ରୀ ଶପଥ ନେବାର ୪ ଦିନରେ ୪ ଆତଙ୍କବାଦୀ ଆକ୍ରମଣ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ କଥା ହୋଇ ମୋଦି କହିଲେ…

ନୂଆଦିଲ୍ଲୀ,୧୩ା୬: କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଗତ ଚାରି ଦିନ ମଧ୍ୟରେ ରେସି, କାଠୁଆ ଏବଂ ଡୋଡା ଜିଲାର ୪ଟି ସ୍ଥାନ ଉପରେ ଆକ୍ରମଣ କରି ୯ ଜଣ ତୀର୍ଥଯାତ୍ରୀ ଏବଂ ଜଣେ ସିଆର୍‌ପିଏଫ୍‌ ଯବାନଙ୍କୁ ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ୭ଜଣ ସୁରକ୍ଷାକର୍ମୀ ଏବଂ ଅନ୍ୟ ଅନେକ ମଧ୍ୟ ଆହତ ହୋଇଥିଲେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଏବଂ ଅନ୍ୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

ଜମ୍ମୁ-କଶ୍ମୀରର ସୁରକ୍ଷା ପରିସ୍ଥିତି ତଥା ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଥିଲା। ଏହି ସମୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ପୂର୍ଣ୍ଣ ଶକ୍ତି ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହାଙ୍କ ସହ କଥାବାର୍ତ୍ତା କରି ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ନିୟୋଜନ ଏବଂ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିଛନ୍ତି।

ଜମ୍ମୁ-କଶ୍ମୀରରେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଏଲ୍‌ଜି ମନୋଜ ସିହ୍ନାଙ୍କ ସହ କଥା ହୋଇଥିଲେ। ସ୍ଥାନୀୟ ପ୍ରଶାସନ ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ଦେଇଛନ୍ତି।

The post ପ୍ରଧାନମନ୍ତ୍ରୀ ଶପଥ ନେବାର ୪ ଦିନରେ ୪ ଆତଙ୍କବାଦୀ ଆକ୍ରମଣ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ କଥା ହୋଇ ମୋଦି କହିଲେ… appeared first on Dharitri Odia News.