ଜିନତ୍ ଗଲା ଘଞ୍ଚ ଜଙ୍ଗଲ
ମୟୂରଭଞ୍ଜ,୨୫।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏନ୍କ୍ଲୋଜରୁ ବାହାରିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍’। ‘ଜିନତ୍’କୁ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଥିବା ଶିମିଳିପାଳ ଆରସିସିଏଫ୍ ସୂଚନା ଦେଇଛନ୍ତି। ରାତି ୯ଟା ୩୦ରେ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ତେବେ ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତ୍। ନିକଟରେ ‘ଜିନତ୍’ ପୁଣି ବାର୍ହା ଶିକାର କରି ଖାଦ୍ୟ ଗ୍ରହଣ କରିଥିଲା। ପାଣି ପିଇବା ସହ ଗାଧୋଇବା ଏବଂ ଚଳପ୍ରଚଳ କରୁଥିବାରୁ ସେ ସମ୍ପୂର୍ଣ୍ଣ ସୁସ୍ଥ […] The post ଜିନତ୍ ଗଲା ଘଞ୍ଚ ଜଙ୍ଗଲ appeared first on Dharitri Odia News.
ମୟୂରଭଞ୍ଜ,୨୫।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏନ୍କ୍ଲୋଜରୁ ବାହାରିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍’। ‘ଜିନତ୍’କୁ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଥିବା ଶିମିଳିପାଳ ଆରସିସିଏଫ୍ ସୂଚନା ଦେଇଛନ୍ତି। ରାତି ୯ଟା ୩୦ରେ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ତେବେ ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତ୍।
ନିକଟରେ ‘ଜିନତ୍’ ପୁଣି ବାର୍ହା ଶିକାର କରି ଖାଦ୍ୟ ଗ୍ରହଣ କରିଥିଲା। ପାଣି ପିଇବା ସହ ଗାଧୋଇବା ଏବଂ ଚଳପ୍ରଚଳ କରୁଥିବାରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ କହିଥିଲା। ପ୍ରାଣୀ ବିଶେଷଜ୍ଞ ଡାକ୍ତର ବାଘୁଣୀର ସ୍ବାସ୍ଥ୍ୟ ପ୍ରତି ସଜାଗ ରହିଥିବା ବେଳେ ସ୍ବତନ୍ତ୍ର ତାଲିମପ୍ରାପ୍ତ କର୍ମଚାରୀମାନେ ୨୪ ଘଣ୍ଟିଆ ଅନୁଧ୍ୟାନ ଜାରି ରଖିଥିଲେ। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ଏବଂ ଡାକ୍ତରୀଦଳ ସହିତ ଆଲୋଚନା ପରେ ୨/୩ ଦିନ ମଧ୍ୟରେ ଜିନତ୍କୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନରେ ଛଡ଼ାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡା. ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରକାଶ କରିଥିଲେ।
The post ଜିନତ୍ ଗଲା ଘଞ୍ଚ ଜଙ୍ଗଲ appeared first on Dharitri Odia News.