ଜାମିନ୍ରେ ଆସିଥିବା ପୁଅ ହତ୍ୟାକାରୀଙ୍କୁ ମରଣାନ୍ତକ ଆକ୍ରମଣ: ମା’ବାପା, ଝିଅ ଗିରଫ
ରାଉରକେଲା,୨୨ା୨(ସଙ୍ଗୀତା ଜେନା) ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଟିମ୍ବରକଲୋନୀର ଜଣେ ଯୁବକ ଶମ୍ଭୁନାଥ ଘଡେଇ(୨୭)ଙ୍କୁ ତାଙ୍କ ସାଙ୍ଗମାନେ କୋରାପୁଟ ବୁଲାଇନେଇ ହତ୍ୟା କରିଥିବା ୨୦୨୩ ନଭେମ୍ବର ମାସରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମୃତକଙ୍କ ୩ ସାଙ୍ଗ ଗିରଫ ହୋଇ ଜେଲ୍ରେ ଥିଲେ। ଏହି ମାମଲା ବିଚାରାଧୀନ ଥିବାବେଳେ ୨ ଦିନ ତଳେ ସେମାନେ ଜାମିନ୍ରେ ମୁକୁଳି ରାଉରକେଲା ଫେରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ମୃତ ଶମ୍ଭୁଙ୍କ ପିତା, ମାତା ଓ ଭଉଣୀ ପ୍ରତିଶୋଧ ପରାୟଣ […] The post ଜାମିନ୍ରେ ଆସିଥିବା ପୁଅ ହତ୍ୟାକାରୀଙ୍କୁ ମରଣାନ୍ତକ ଆକ୍ରମଣ: ମା’ବାପା, ଝିଅ ଗିରଫ appeared first on Dharitri Odia News.
ରାଉରକେଲା,୨୨ା୨(ସଙ୍ଗୀତା ଜେନା) ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଟିମ୍ବରକଲୋନୀର ଜଣେ ଯୁବକ ଶମ୍ଭୁନାଥ ଘଡେଇ(୨୭)ଙ୍କୁ ତାଙ୍କ ସାଙ୍ଗମାନେ କୋରାପୁଟ ବୁଲାଇନେଇ ହତ୍ୟା କରିଥିବା ୨୦୨୩ ନଭେମ୍ବର ମାସରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମୃତକଙ୍କ ୩ ସାଙ୍ଗ ଗିରଫ ହୋଇ ଜେଲ୍ରେ ଥିଲେ। ଏହି ମାମଲା ବିଚାରାଧୀନ ଥିବାବେଳେ ୨ ଦିନ ତଳେ ସେମାନେ ଜାମିନ୍ରେ ମୁକୁଳି ରାଉରକେଲା ଫେରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ମୃତ ଶମ୍ଭୁଙ୍କ ପିତା, ମାତା ଓ ଭଉଣୀ ପ୍ରତିଶୋଧ ପରାୟଣ ହୋଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଶୁକ୍ରବାର ରାତିରେ ସେମାନେ ଉକ୍ତ ଯୁବକଙ୍କୁ ମାରଣାସ୍ତ୍ର ସହ ପଥରରେ ଆକ୍ରମଣ କରିଥିବା ବେଳେ ବଞ୍ଚାଇବାକୁ ଆସିଥିବା ତାଙ୍କ ମା’ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଯୁବକଙ୍କ ପିତା ରାମବଲ୍ଲଭ ପ୍ରସାଦ ଏ ନେଇ ଥାନାରେ ଏତଲା ଦେବା ପରେ ପୋଲିସ ୩ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ ଘଡେଇ(୫୮), ଲକ୍ଷ୍ମୀଲତା ଘଡେଇ ଓ ମନୋରମା ଘଡେଇ। ସେମାନଙ୍କଠାରୁ ଧାରୁଆ ରଡ୍ ଓ ପଥର ଜବତ ହୋଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୧୧୩/୨୫) ରୁଜୁ କରିଛି। ସେହିପରି ଆକ୍ରମଣର ଶିକାର ହୋଇଥିବା ଯୁବକ ଓ ତାଙ୍କ ମା’ଙ୍କୁ ଚିକିତ୍ସା ପାଇଁ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ୨୦୨୩ରେ ପ୍ଲାଣ୍ଟସାଇଟ୍ ଥାନାରେ ଶମ୍ଭୁଙ୍କ ନିଖୋଜ ନେଇ ଏକ ମାମଲା (ନଂ.୬୧/୨୩) ରୁଜୁ ହୋଇଥିଲା। ୩ ଦିନ ପରେ ଶମ୍ଭୁଙ୍କ ମୃତଦେହ କୋରାପୁଟ ଜିଲା ପଟାଙ୍ଗୀରୁ ଉଦ୍ଧାର କରାଯାଇଥିଲା। ତେବେ ସେଠାକାର ପୋଲିସ ଏକ ମାମଲା (ନଂ.୧୩୬/୨୩) ରୁଜୁ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଟିମ୍ବରକଲୋନୀର ରାଜଦୀପକ ଓ ଅନ୍ୟ ୨ଜଣଙ୍କୁ ଗିରଫ କରିଥିଲା। ସେବେଠାରୁ ଅଭିଯୁକ୍ତମାନେ ଜେଲ୍ରେ ଥିଲେ। ୨ଦିନ ତଳେ ରାଜଦୀପକ ଜାମିନ୍ରେ ଆସିଥିଲେ। ଏକମାତ୍ର ପୁଅର ହତ୍ୟା ଅଭିଯୁକ୍ତଙ୍କୁ ଦେଖିବା ପରେ ପ୍ରତିଶୋଧପରାୟଣ ହୋଇ ମୃତ ଶମ୍ଭୁଙ୍କ ପରିବାର ଲୋକେ ରାଜଦୀପକଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ତାଙ୍କୁ ପଥରରେ ଛେଚି ମାରିବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା।
ଏଥିରେ ରାଜ୍ଙ୍କ ମା’ ରେଣୁ ଦେବୀ ମଧ୍ୟ ଆହତ ହୋଇଥିଲେ। ଉଲ୍ଲେଖନୀୟ, ଗୌତମ ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ। ସେ ପତ୍ନୀ ଲକ୍ଷ୍ମୀଲତା, ପୁଅ ଶମ୍ଭୁ ଏବଂ ଝିଅ ମନୋରମାଙ୍କୁ ନେଇ ଟିମ୍ବରକଲୋନିରେ ରହୁଥିଲେ। ଜନ୍ମ ଦିନ ପାଳନ ପାଇଁ ଶମ୍ଭୁଙ୍କୁ ଟିମ୍ବରକଲୋନିର ୩ ଜଣ ଯୁବକ କୋରାପୁଟ ବୁଲାଇ ନେବା ପରେ ସେଠାରେ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
The post ଜାମିନ୍ରେ ଆସିଥିବା ପୁଅ ହତ୍ୟାକାରୀଙ୍କୁ ମରଣାନ୍ତକ ଆକ୍ରମଣ: ମା’ବାପା, ଝିଅ ଗିରଫ appeared first on Dharitri Odia News.