ମେକ୍ସିକୋ କ୍ୟୁରୋଟାରୋ ସହରର ଏକ ବାର୍‌ରେ ଗୁଳିକାଣ୍ଡ, ୧୦ ମୃତ

ମେକ୍ସିକୋ: କ୍ୟୁରୋଟାରୋ ସହରର ଜନବହୁଳ ଲସ୍‌ କାଣ୍ଟାରିଟୋସ୍‌ ବାର୍‌ରେ ଗୁଳିକାଣ୍ଡ ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଛି ଓ ୭ ଜଣ ଗୁରୁତର ଆହତ ହୋଇଛନ୍ତି। କ୍ୟୁରୋଟାରୋ ଜନସୁରକ୍ଷା ବିଭାଗର ମୁଖ୍ୟ ଜୁଆନ୍‌ ଲୁଇସ୍‌ ଫେରୁସ୍କା କହିଛନ୍ତି, ରାତିରେ ଚାରିଜଣ ବନ୍ଧୁକଧାରୀ ଆତତାୟୀ ବାର୍‌ ମଧ୍ୟକୁ ଆସିଥିଲେ। ସେଠାରେ ଥିବା କାଉଣ୍ଟର ଓ ଖାଦ୍ୟ ପରଷୁଥିବା କର୍ମଚାରୀଙ୍କୁ ଲକ୍ଷ୍ୟ କରି ପ୍ରଥମେ ଗୁଳି ଚଳାଇଥିଲେ। ଲୋକମାନେ ପ୍ରାଣବିକଳରେ ଦୌଡ଼ି ପଳାଇବା ଓ ଟେବୁଲ୍‌ ଉହାଡ଼ରେ ଲୁଚିବାକୁ‌ ଚେଷ୍ଟା କରିବା […]

ମେକ୍ସିକୋ କ୍ୟୁରୋଟାରୋ ସହରର ଏକ ବାର୍‌ରେ ଗୁଳିକାଣ୍ଡ, ୧୦ ମୃତ

ମେକ୍ସିକୋ: କ୍ୟୁରୋଟାରୋ ସହରର ଜନବହୁଳ ଲସ୍‌ କାଣ୍ଟାରିଟୋସ୍‌ ବାର୍‌ରେ ଗୁଳିକାଣ୍ଡ ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଛି ଓ ୭ ଜଣ ଗୁରୁତର ଆହତ ହୋଇଛନ୍ତି। କ୍ୟୁରୋଟାରୋ ଜନସୁରକ୍ଷା ବିଭାଗର ମୁଖ୍ୟ ଜୁଆନ୍‌ ଲୁଇସ୍‌ ଫେରୁସ୍କା କହିଛନ୍ତି, ରାତିରେ ଚାରିଜଣ ବନ୍ଧୁକଧାରୀ ଆତତାୟୀ ବାର୍‌ ମଧ୍ୟକୁ ଆସିଥିଲେ। ସେଠାରେ ଥିବା କାଉଣ୍ଟର ଓ ଖାଦ୍ୟ ପରଷୁଥିବା କର୍ମଚାରୀଙ୍କୁ ଲକ୍ଷ୍ୟ କରି ପ୍ରଥମେ ଗୁଳି ଚଳାଇଥିଲେ। ଲୋକମାନେ ପ୍ରାଣବିକଳରେ ଦୌଡ଼ି ପଳାଇବା ଓ ଟେବୁଲ୍‌ ଉହାଡ଼ରେ ଲୁଚିବାକୁ‌ ଚେଷ୍ଟା କରିବା ବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆଖିବୁଜା ଗୁଳି ଚଳାଇଥିଲେ। ଏହି ଘଟଣାରେ ଜଣେ ଆତତାୟୀକୁ ସ୍ଥାନୀୟ ଲୋକ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଆତତାୟୀମାନେ ଛାଡ଼ିଯାଇଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ପୋଡ଼ିଦେଇଥିଲେ। ଏହି ଗୁଳିକାଣ୍ଡଟି ପୂର୍ବ ଶତ୍ରୁତା ଓ ଡ୍ରଗ୍ସ କାରବାରକୁ ନେଇ‌ ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟ ତିନିଜଣ ଫେରାର୍‌ ଅଛନ୍ତି, ସିସିଟିଭି ଫୁଟେଜ୍‌ ଆଧାରରେ ସେମାନଙ୍କୁ ଚିହ୍ନଟ କରାଯିବା ସହ ଧରିବାକୁ ଯଥାସମ୍ଭବ ଉଦ୍ୟମ କରାଯାଉଛି।