ପ୍ରଚାରରୁ ଫେରିବା ବେଳେ ଯୁବ ଭାଜପା ରାଜ୍ୟ ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର,୩୦।୫: ଯୁବ ଭାଜପା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ହୋଇଛି। ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିଯାଇଥିବା ଜଣାପଡିଛି। ଏନେଇ ଅଭିଳାଷ କହିଛନ୍ତି, ବିଜେଡି ପକ୍ଷରୁ ଯୋଜନାବଦ୍ଧ ଆକ୍ରମଣ ହୋଇଛି। ପ୍ରଚାରରୁ ଫେରିବା ବେଳେ ଦେଢ଼ଶହରୁ ଅଧିକ ବିଜେଡି କର୍ମୀ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଆକ୍ରମଣ ପଛରେ ସ୍ଥାନୀୟ […] The post ପ୍ରଚାରରୁ ଫେରିବା ବେଳେ ଯୁବ ଭାଜପା ରାଜ୍ୟ ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ appeared first on Dharitri Odia News.

ପ୍ରଚାରରୁ ଫେରିବା ବେଳେ ଯୁବ ଭାଜପା ରାଜ୍ୟ ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର,୩୦।୫: ଯୁବ ଭାଜପା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ହୋଇଛି। ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିଯାଇଥିବା ଜଣାପଡିଛି।

ଏନେଇ ଅଭିଳାଷ କହିଛନ୍ତି, ବିଜେଡି ପକ୍ଷରୁ ଯୋଜନାବଦ୍ଧ ଆକ୍ରମଣ ହୋଇଛି। ପ୍ରଚାରରୁ ଫେରିବା ବେଳେ ଦେଢ଼ଶହରୁ ଅଧିକ ବିଜେଡି କର୍ମୀ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଆକ୍ରମଣ ପଛରେ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଥିବା ମନେ କରୁଛି।

The post ପ୍ରଚାରରୁ ଫେରିବା ବେଳେ ଯୁବ ଭାଜପା ରାଜ୍ୟ ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ appeared first on Dharitri Odia News.