ସନ୍ଦେଶଖାଲି ମାମଲାକୁ ମଣିପୁର ସହ ତୁଳନା କରନା : ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଘଟିଥିବା ଗଣଦୁଷ୍କର୍ମ, ହତ୍ୟା ଓ ଜମି ହଡ଼ପ ମାମଲାର ସିବିଆଇ କିମ୍ବା ଏସଆଇଟି ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ଦାଖଲ ହୋଇଥିଲା। କିନ୍ତୁ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିନାହାନ୍ତି। ଆବେଦନର ଶୁଣାଣି କରି ବିଚାରପତି ବିଭି ନାଗରତ୍ନା ଉଜ୍ଜ୍ବଳ ଭୂୟାଁ କହିଛନ୍ତି ଯେ କଲିକତା ଉଚ୍ଚ ନ୍ୟାୟାଳୟ ଏହି ମାମଲାାରେ ନିଜଆଡ଼ୁ ହସ୍ତକ୍ଷେପ କରିଛନ୍ତି। ଏଣୁ ମାମଲା ବିଚାରାଧୀନ ଥିବାରୁ ଆମେ ଏହାର […]

ସନ୍ଦେଶଖାଲି ମାମଲାକୁ ମଣିପୁର ସହ ତୁଳନା କରନା : ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଘଟିଥିବା ଗଣଦୁଷ୍କର୍ମ, ହତ୍ୟା ଓ ଜମି ହଡ଼ପ ମାମଲାର ସିବିଆଇ କିମ୍ବା ଏସଆଇଟି ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ଦାଖଲ ହୋଇଥିଲା। କିନ୍ତୁ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିନାହାନ୍ତି। ଆବେଦନର ଶୁଣାଣି କରି ବିଚାରପତି ବିଭି ନାଗରତ୍ନା ଉଜ୍ଜ୍ବଳ ଭୂୟାଁ କହିଛନ୍ତି ଯେ କଲିକତା ଉଚ୍ଚ ନ୍ୟାୟାଳୟ ଏହି ମାମଲାାରେ ନିଜଆଡ଼ୁ ହସ୍ତକ୍ଷେପ କରିଛନ୍ତି। ଏଣୁ ମାମଲା ବିଚାରାଧୀନ ଥିବାରୁ ଆମେ ଏହାର ଶୁଣାଣି କରିପାରିବୁ ନାହିଁ। ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବର ହିଂସାକୁ ଆବେଦନକାରୀ ସନ୍ଦେଶଖାଲି ଘଟଣା ସହ ତୁଳନା କରିଥିବାରୁ ସୁପ୍ରିମକୋର୍ଟ ଏଥିରେ ଉଦବେଗ ପ୍ରକାଶ କରିଛନ୍ତି। ସନ୍ଦେଶଖାଲି ଘଟଣାକୁ ମଣିପୁର ଘଟଣା ସହ ତୁଳନା ନକରିବାପାଇଁ ସୁପ୍ରିମକୋର୍ଟ କହିଛନ୍ତି।