ଆମେରିକାର ବର୍ମିଂହାମ୍ ନାଇଟ୍ କ୍ଲବ୍ରେ ଗୁଳିକାଣ୍ଡ; ୪ ମୃତ, ୯ ଆହତ
ବର୍ମିଂହାମ୍: ଆମେରିକା ଆଲାବାମାର ବର୍ମିଂହାମ୍ ସ୍ଥିତ ଏକ ନାଇଟ୍ କ୍ଲବ୍ରେ ହୋଇଥିବା ଏକ ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୯ ଜଣ ଆହତ ହୋଇଛନ୍ତି। ନାଇଟ୍ କ୍ଲବ୍ରେ ଏକ ଜନ୍ମଦିନ ଉତ୍ସବ ଚାଲିଥିବା ବେଳେ ଜଣେ ବ୍ୟକ୍ତି ସ୍ବୟଂଚାଳିତ ବନ୍ଧୁକରୁ ରାସ୍ତାରୁ ଗୁଳିବର୍ଷା କରିବାରୁ ଅତିକମ୍ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। କେତେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଗୁଳିକାଣ୍ଡ ମାମଲାରେ ପୁଲିସ କୌଣସି ସନ୍ଦିଗ୍ଧଙ୍କୁ […]

ବର୍ମିଂହାମ୍: ଆମେରିକା ଆଲାବାମାର ବର୍ମିଂହାମ୍ ସ୍ଥିତ ଏକ ନାଇଟ୍ କ୍ଲବ୍ରେ ହୋଇଥିବା ଏକ ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୯ ଜଣ ଆହତ ହୋଇଛନ୍ତି। ନାଇଟ୍ କ୍ଲବ୍ରେ ଏକ ଜନ୍ମଦିନ ଉତ୍ସବ ଚାଲିଥିବା ବେଳେ ଜଣେ ବ୍ୟକ୍ତି ସ୍ବୟଂଚାଳିତ ବନ୍ଧୁକରୁ ରାସ୍ତାରୁ ଗୁଳିବର୍ଷା କରିବାରୁ ଅତିକମ୍ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। କେତେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଗୁଳିକାଣ୍ଡ ମାମଲାରେ ପୁଲିସ କୌଣସି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିନାହିଁ ଏବଂ କାହାରିକୁ ଗିରଫ କରାଯାଇନାହିଁ। କେଉଁ କାରଣରୁ ଗୁଳି ବିନିମୟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଏହି ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ ସିସିଟିଭି ଯାଞ୍ଚ କରୁଛି।