ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ
ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଏଲ୍ କେ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା ଘୋଷଣା କରିଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଅତ୍ୟନ୍ତ ଖୁସିର ସହ ଏହା ଜଣାଇବାକୁ ଚାହୁଛି ଯେ ଶ୍ରୀ ଏଲ୍ କେ ଆଡଭାନୀଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଆଡଭାନୀଙ୍କ ସହ କଥା ହୋଇ ମୁଁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛି। […]

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଏଲ୍ କେ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା ଘୋଷଣା କରିଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଅତ୍ୟନ୍ତ ଖୁସିର ସହ ଏହା ଜଣାଇବାକୁ ଚାହୁଛି ଯେ ଶ୍ରୀ ଏଲ୍ କେ ଆଡଭାନୀଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଆଡଭାନୀଙ୍କ ସହ କଥା ହୋଇ ମୁଁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛି। ମୋଦୀ କହିଛନ୍ତି, ଆମ ସମୟର ସବୁଠୁ ସମ୍ମାନନୀୟ ରାଷ୍ଟ୍ରନେତା ହେଉଛନ୍ତି ଆଡଭାନୀ। ଦେଶର ବିକାଶ ଦିଗରେ ତାଙ୍କର ଅବଦାନ ଅତୁଳନୀୟ। ତୃଣମୂଳ ସ୍ତରରୁ କାମ କରି ସେ ଦେଶର ଉପପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ସେ ମଧ୍ୟ ଆମର ଗୃହ ମନ୍ତ୍ରୀ ଥିଲେ। ସଂସଦରେ ତାଙ୍କ କାର୍ଯ୍ୟ ସବୁ ସମୟରେ ଉଦାହରଣୀୟ ବୋଲି ମୋଦୀ କହିଛନ୍ତି। ମୋଦୀ ମଧ୍ୟ ଆଡଭାନୀଙ୍କ ସହ ତାଙ୍କର ୨ଟି ଫଟୋ ସେୟାର କରିଛନ୍ତି। ମୋଦୀ କହିଛନ୍ତି, ଆଡଭାନୀଙ୍କୁ ଭାରତ ରତ୍ନ ମିଳିବା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ। ଆଡଭାନୀଙ୍କ ସହ କାର୍ଯ୍ୟ କରିବାର ଏବଂ ତାଙ୍କ ଠାରୁ ଅନେକ କିଛି ଶିଖିଥିବାର ସୁଯୋଗ ମତେ ମିଳିଥିବାରୁ ଏହା ମୋର ସୌଭାଗ୍ୟ । ଲାଲକୃଷ୍ଣ ଆଡଭାନୀ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ସପ୍ତମ ଉପପ୍ରଧାନମନ୍ତ୍ରୀ ଥିଲେ। ସେ ବିଜେପିର ଜଣେ ସହ ପ୍ରତିଷ୍ଠାତା ଏବଂ ଆରଏସଏସ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ)ର ସଦସ୍ୟ। ଆଡଭାନୀ ମଧ୍ୟ ସର୍ବାଧିକ ସମୟ ପାଇଁ ଦେଶର ଗୃହମନ୍ତ୍ରୀ ଥିଲେ ଏବଂ ସେ ଦୀର୍ଘ ସମୟ ପାଇଁ ଲୋକସଭାରେ ବିରୋଧୀ ଦଳ ନେତା ଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ।