ଗ୍ବାଲିୟରରେ ଶ୍ରମ ମନ୍ତ୍ରୀ ମନୋହର ଲାଲଙ୍କୁ ଆକ୍ରମଣ, ୪ଗିରଫ

ଭୋପାଳ: ଉତ୍ତରପ୍ରଦେଶର ମନ୍ତ୍ରୀ ମନୋହର ଲାଲଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ମନ୍ତ୍ରୀଙ୍କ କୌଣସି କ୍ଷତି ହୋଇନାହିଁ, ତେବେ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଆହତ ହୋଇଛନ୍ତି। ତାଙ୍କର ସରକାରୀ ପିସ୍ତଲକୁ ଆକ୍ରମଣକାରୀମାନେ ଛଡ଼ାଇନେଇଛନ୍ତି। ସୂଚନାନୁସାରେ, ଉତ୍ତରପ୍ରଦେଶ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନୋହର ଲାଲ ଆଗ୍ରା ଠାରୁ ନିଜ ସହର ଲଳିତପୁର ଯାଉଥିଲେ। ସାଥିରେ ପାଇଲଟ୍‌ ଗାଡ଼ି ଓ ଉତ୍ତରପ୍ରଦେଶର ପୁଲିସର ସୁରକ୍ଷାକର୍ମୀଙ୍କ ଗାଡ଼ି ଯାଉଥିଲା। ରାତି ୮ଟା ବେଳେ, ଗ୍ବାଲିୟର ଠାରୁ […]

ଗ୍ବାଲିୟରରେ ଶ୍ରମ ମନ୍ତ୍ରୀ ମନୋହର ଲାଲଙ୍କୁ ଆକ୍ରମଣ, ୪ଗିରଫ

ଭୋପାଳ: ଉତ୍ତରପ୍ରଦେଶର ମନ୍ତ୍ରୀ ମନୋହର ଲାଲଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ମନ୍ତ୍ରୀଙ୍କ କୌଣସି କ୍ଷତି ହୋଇନାହିଁ, ତେବେ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଆହତ ହୋଇଛନ୍ତି। ତାଙ୍କର ସରକାରୀ ପିସ୍ତଲକୁ ଆକ୍ରମଣକାରୀମାନେ ଛଡ଼ାଇନେଇଛନ୍ତି। ସୂଚନାନୁସାରେ, ଉତ୍ତରପ୍ରଦେଶ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନୋହର ଲାଲ ଆଗ୍ରା ଠାରୁ ନିଜ ସହର ଲଳିତପୁର ଯାଉଥିଲେ। ସାଥିରେ ପାଇଲଟ୍‌ ଗାଡ଼ି ଓ ଉତ୍ତରପ୍ରଦେଶର ପୁଲିସର ସୁରକ୍ଷାକର୍ମୀଙ୍କ ଗାଡ଼ି ଯାଉଥିଲା। ରାତି ୮ଟା ବେଳେ, ଗ୍ବାଲିୟର ଠାରୁ ୨୦ କିମି ଦୂର ବିଲାଉଆ ଜୌରାସି ଘାଟି ଠାରେ ଟ୍ରାଫିକ୍‌ ଜାମ ହୋଇଥିଲା। ଟ୍ରାଫିକ୍‌ ଜାମରେ ପାଇଲଟ ଗାଡ଼ି ଆଗକୁ ଚାଲିଯାଇଥିବା ବେଳେ ଅନ୍ୟ ଗାଡ଼ିଗୁଡ଼ିକ ପଛରେ ରହିଯାଇଥିଲା। ଟ୍ରାଫିକଜାମ୍‌ରୁ ବର୍ତ୍ତିବା ପାଇଁ ମନ୍ତ୍ରୀଙ୍କ ଗାଡ଼ି ଭୁଲ ରାସ୍ତାରେ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସ୍ଥାନୀୟ କେତେକ ମୋଟରସାଇକଲ ଆରୋହୀଙ୍କ ସହ ବିବାଦ ହୋଇଥିଲା। ବିବାଦ ବେଳେ ମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ଜଣକ ଜନୈକ ମୋଟରସାଇକଲ ଆରୋହୀଙ୍କୁ ଚାପୁଡ଼ା ମାରିଥିଲେ। ପରେ ଯୁବକଜଣକ ନିଜର ଅନ୍ୟ ବନ୍ଧୁଙ୍କୁ ଡାକିଥିଲେ। ସୁରକ୍ଷା ଅଧିକାରୀଙ୍କୁ ମାଡ଼ ମାରିବା ସହ ବନ୍ଧୁକଟି ଛଡ଼ାଇନେଇଯାଇଥିଲେ। ଏନେଇ ସୂଚନା ପାଇବା ପରେ ଅଭିଯୁକ୍ତ ୪ଜଣଙ୍କୁ ଗିରଫ କରାଯାଇଛି, ଛଡ଼ାଇ ନେଇଥିବା ସରକାରୀ ବନ୍ଧୁକକୁ ଉଦ୍ଧାର କରାଯାଇଛି ବୋଲି ଏସ୍‌ପି ଧରମବୀର ସିଂହ କହିଛନ୍ତି।