ରାହୁଲ ଗାନ୍ଧୀଙ୍କ ଲୋକସଭା ଆସନ ୱାୟନାଡ଼ରେ ପ୍ରାର୍ଥୀ ଦେଲା ବାମ ମୋର୍ଚ୍ଚା

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଶାସକ ବାମ ମୋର୍ଚ୍ଚା ମେଣ୍ଟ କେରଳରେ ପ୍ରାର୍ଥୀ ତାଲିକା ଜାରି କରିଛି। ବାମ ଶାଖା ଦଳ ମେଣ୍ଟ ୱାୟନାଡ଼ ସମେତ ସମସ୍ତ ୨୦ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ୱାୟନାଡ଼କୁ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତିନିଧିତ୍ବ କରୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ମେଣ୍ଟରେ ୨ଟି ବଡ଼ ଦଳ ସିପିଆଇ (ଏମ) ଏବଂ ସିପିଆଇ ବିରୋଧୀ ଇଣ୍ଡିଆ ମେଣ୍ଟର ଏକ ଅଂଶ। ଏଥିରେ କଂଗ୍ରେସ ଦଳ ବି ସାମିଲ। […]

ରାହୁଲ ଗାନ୍ଧୀଙ୍କ ଲୋକସଭା ଆସନ ୱାୟନାଡ଼ରେ ପ୍ରାର୍ଥୀ ଦେଲା ବାମ ମୋର୍ଚ୍ଚା

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଶାସକ ବାମ ମୋର୍ଚ୍ଚା ମେଣ୍ଟ କେରଳରେ ପ୍ରାର୍ଥୀ ତାଲିକା ଜାରି କରିଛି। ବାମ ଶାଖା ଦଳ ମେଣ୍ଟ ୱାୟନାଡ଼ ସମେତ ସମସ୍ତ ୨୦ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ୱାୟନାଡ଼କୁ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତିନିଧିତ୍ବ କରୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ମେଣ୍ଟରେ ୨ଟି ବଡ଼ ଦଳ ସିପିଆଇ (ଏମ) ଏବଂ ସିପିଆଇ ବିରୋଧୀ ଇଣ୍ଡିଆ ମେଣ୍ଟର ଏକ ଅଂଶ। ଏଥିରେ କଂଗ୍ରେସ ଦଳ ବି ସାମିଲ। ଆସନ ବୁଝାମଣାର ଏକ ଅଂଶ ଭାବେ ସିପିଆଇଏମ ୧୫ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସିପିଆଇ ୪ ଆସନରେ ଏବଂ କେରଳ କଂଗ୍ରେସ (ଏମ) ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛି। ୱାୟନାଡ଼ରୁ ସିପିଆଇ ବରିଷ୍ଠ ନେତା ଆନ୍ନି ରାଜାଙ୍କୁ ପ୍ରାର୍ଥୀ କରିଛି। ସିପିଆଇ ମଧ୍ୟ ଥିରୁଅନନ୍ତପୁରମରୁ ପ୍ରାର୍ଥୀ ହୋଇଛି। ସିପିଆଇ ୱାୟନାଡ଼ରେ ବରିଷ୍ଠ ନେତା ଆନ୍ନି ରାଜାଙ୍କୁ ପ୍ରାର୍ଥୀ କରିଛି। ୱାୟନାଡ଼ ବାଦ ସିପିଆଇ ମଧ୍ୟ ଥିରୁଅନନ୍ତପୁରମରୁ ପନ୍ୟାନ୍ ରବିନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି। ଇଣ୍ଡିଆ ମେଣ୍ଟର ଅଂଶ ହୋଇ ମଧ୍ୟ ସିପିଆଇ ଏବଂ ଅନ୍ୟ ବାମ ଦଳ ଗୁଡ଼ିକ କେରଳରେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ (ୟୁନାଇଟେଡ ଡିମୋକ୍ରାଟିକ ଫ୍ରଣ୍ଟ୍)ସହ ସିଧାସଳଖ ଯୋଗାଯୋଗରେ ରହିଛନ୍ତି। ସିପିଆଇ (ଏମ) ମଧ୍ୟ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା, ପୂର୍ବତନ ଅର୍ଥ ମନ୍ତ୍ରୀ ଥୋମାସ ଇସାକଙ୍କ ପରି ବରିଷ୍ଠ ନେତାଙ୍କୁ ସିପିଆଇଏମ୍ ପ୍ରାର୍ଥୀ କରିଛି। ପୂର୍ବତନ ମନ୍ତ୍ରୀ ଭିଏସ୍ ସୁନୀଲ କୁମାରଙ୍କୁ ଥ୍ରିସୁରରେ ପ୍ରାର୍ଥୀ କରାଯାଇଛି।
.