ଜାମୁମାଳ ସେବାଶ୍ରମ ରେ ବାର୍ଷିକ କ୍ରୀଡା ଉଦଯାପିତ

ଜମନକିରା : ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ଜାମୁମାଲ ସେବାଶ୍ରମ ସ୍କୁଲରେ ଆଜି ବାର୍ଷିକ କ୍ରୀଡା ଉଦଯାପିତ ହୋଇ ଯାଇଛି। ଆଜିର ଉଦଯାପନୀ କ୍ରୀଡା ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ସମିତିସଭ୍ୟା ଜେମାଦେଇ ମାଝୀ ଯୋଗଦେଇ ଛାତ୍ରିଛାତ୍ର ଙ୍କୁ ଉଷଗିତ କରିବା ସହ କ୍ରୀଡା ଉତ୍ସବ କୁ ମଶାଲ ଲିଭେଇ ସମାପନ କରିଥିଲେ। ଏହି କ୍ରୀଡା ସଭାରେ ସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଧାନ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ […] The post ଜାମୁମାଳ ସେବାଶ୍ରମ ରେ ବାର୍ଷିକ କ୍ରୀଡା ଉଦଯାପିତ appeared first on Odisha.News.

ଜାମୁମାଳ ସେବାଶ୍ରମ ରେ ବାର୍ଷିକ କ୍ରୀଡା ଉଦଯାପିତ

ଜମନକିରା : ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ଜାମୁମାଲ ସେବାଶ୍ରମ ସ୍କୁଲରେ ଆଜି ବାର୍ଷିକ କ୍ରୀଡା ଉଦଯାପିତ ହୋଇ ଯାଇଛି। ଆଜିର ଉଦଯାପନୀ କ୍ରୀଡା ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ସମିତିସଭ୍ୟା ଜେମାଦେଇ ମାଝୀ ଯୋଗଦେଇ ଛାତ୍ରିଛାତ୍ର ଙ୍କୁ ଉଷଗିତ କରିବା ସହ କ୍ରୀଡା ଉତ୍ସବ କୁ ମଶାଲ ଲିଭେଇ ସମାପନ କରିଥିଲେ। ଏହି କ୍ରୀଡା ସଭାରେ ସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଧାନ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆରସିଶି ରମଣୀ ରଂଜନ କିସାନ ଯୋଗଦେଇ କୃତି ଛାତ୍ରୀ ଛାତ୍ର ଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ୧୦୦, ୨୦୦ ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସର୍ଟ ଫୁଟ, ଜବେଲିନ ଥ୍ରୋ ଆଦି ଖେଳ ପ୍ରତିଯୋଗିତା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାୟକ, ସୁନିଲ ବାଗ ପରିଚାଳନା କରିଥିବା ବେଳେ ତପସ୍ୱିନୀ ମାଝୀ, ମହେଶ୍ୱର କାଲୋ, ରେବତୀ ନାଏକ, କୈଳସିନି କାଲୋ ଏବଂ ରାଇବାରି ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ସରୋଜ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

The post ଜାମୁମାଳ ସେବାଶ୍ରମ ରେ ବାର୍ଷିକ କ୍ରୀଡା ଉଦଯାପିତ appeared first on Odisha.News.