ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ; ଆସିବ ବିଜେପିର ପ୍ରାର୍ଥୀ ତାଲିକା, ୬୦ରୁ ୭୦ ନାଁ ଚୂଡ଼ାନ୍ତ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ୧୮ ତାରିଖରୁ ତିନୋଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ୨୫ରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ଅକ୍ଟୋବର ପହିଲାରେ ହେବ ଅନ୍ତିମ ପର୍ଯ୍ୟାୟ ଭୋଟ୍ । ସେହିପରି ଅକ୍ଟୋବର ୪ ତାରିଖରେ ମତଗଣନା ହେବ । ତେବେ ନିର୍ବାଚନକୁ ନେଇ ଜାମ୍ମୁ-କାଶ୍ମୀରରେ ରାଜନୀତି ହଲଚଲ ଆରମ୍ଭ ହୋଇଗଲାଣି । ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସୋମବାର ପ୍ରାର୍ଥୀ ତାଲିକା ଘୋଷଣା କରିବ । ବିଜେପିର କେନ୍ଦ୍ରୀୟ ନିର୍ବାଚନ କିମିଟି ବୈଠକ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଇଣ୍ଡିଆ ଟୁଡେ’ ସୂତ୍ରରୁ ପ୍ରକାଶ ପାଇଛି, କେନ୍ଦ୍ର ଶାସିତ ପ୍ରଦେଶର ମୋଟ୍ ୯୦ ବିଧାନସଭା ଆସନରୁ ୬୦ରୁ ୭୦ ସିଟ୍ ବିଜେପି ନିର୍ବାଚନ ଲଢ଼ିପାରେ । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରାୟ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେଇଛି । ମାତ୍ର ଏହି ନିର୍ବାଚନରେ ବିଜେପି କୌଣସି ପାର୍ଟି ସହିତ ମେଣ୍ଟ ନକରି ନିର୍ବାଚନ ମୈଦନକୁ ଓହ୍ଲାଇଛି । ସୂଚନା ଅନୁଯାୟୀ, ଆଜିର ସିଇସି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ଅଧ୍ୟକ୍ଷ ଜେ.ପି ନଡ୍ଡା ସହିତ ବିଜେପିର ବରିଷ୍ଠ ନେତା ଭାଗ ନେବେ । ଜମ୍ମୁ କ୍ଷେତ୍ରର କିଛି ପ୍ରମୁଖ ନେତାଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କରିବା ନେଇ ସୂତ୍ରରୁ ଖବର ମିଳିଛି । କୁହାଯାଉଛି, କାଶ୍ମୀର ଘାଟିରେ ନିର୍

ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ; ଆସିବ ବିଜେପିର ପ୍ରାର୍ଥୀ ତାଲିକା, ୬୦ରୁ ୭୦ ନାଁ ଚୂଡ଼ାନ୍ତ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ୧୮ ତାରିଖରୁ ତିନୋଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ୨୫ରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ଅକ୍ଟୋବର ପହିଲାରେ ହେବ ଅନ୍ତିମ ପର୍ଯ୍ୟାୟ ଭୋଟ୍ । ସେହିପରି ଅକ୍ଟୋବର ୪ ତାରିଖରେ ମତଗଣନା ହେବ । ତେବେ ନିର୍ବାଚନକୁ ନେଇ ଜାମ୍ମୁ-କାଶ୍ମୀରରେ ରାଜନୀତି ହଲଚଲ ଆରମ୍ଭ ହୋଇଗଲାଣି । ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସୋମବାର ପ୍ରାର୍ଥୀ ତାଲିକା ଘୋଷଣା କରିବ । ବିଜେପିର କେନ୍ଦ୍ରୀୟ ନିର୍ବାଚନ କିମିଟି ବୈଠକ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଇଣ୍ଡିଆ ଟୁଡେ’ ସୂତ୍ରରୁ ପ୍ରକାଶ ପାଇଛି, କେନ୍ଦ୍ର ଶାସିତ ପ୍ରଦେଶର ମୋଟ୍ ୯୦ ବିଧାନସଭା ଆସନରୁ ୬୦ରୁ ୭୦ ସିଟ୍ ବିଜେପି ନିର୍ବାଚନ ଲଢ଼ିପାରେ । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରାୟ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେଇଛି । ମାତ୍ର ଏହି ନିର୍ବାଚନରେ ବିଜେପି କୌଣସି ପାର୍ଟି ସହିତ ମେଣ୍ଟ ନକରି ନିର୍ବାଚନ ମୈଦନକୁ ଓହ୍ଲାଇଛି । 

ସୂଚନା ଅନୁଯାୟୀ, ଆଜିର ସିଇସି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ଅଧ୍ୟକ୍ଷ ଜେ.ପି ନଡ୍ଡା ସହିତ ବିଜେପିର ବରିଷ୍ଠ ନେତା ଭାଗ ନେବେ । ଜମ୍ମୁ କ୍ଷେତ୍ରର କିଛି ପ୍ରମୁଖ ନେତାଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କରିବା ନେଇ ସୂତ୍ରରୁ ଖବର ମିଳିଛି । କୁହାଯାଉଛି, କାଶ୍ମୀର ଘାଟିରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ସ୍ବାଧୀନ ପ୍ରାର୍ଥୀଙ୍କୁ ବିଜେପି ସମର୍ଥନ କରିପାରେ । ଗତ ୨୦୧୪ ନିର୍ବାଚନରେ ବିଜେପି ଏବଂ ପିଡିପି ମେଣ୍ଟ ସରକାର ଗଠନ କରିଥିଲେ । ଯେଉଁଥିରେ ମୁଫତି ମେହବୁବା ସଈଦ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୬ରେ ତାଙ୍କର ମୃତ୍ୟୁ ହେବା ପରେ  ରାଜ୍ୟପାଳ ଶାସନ ଲାଗିଥିଲା । ଏହାପରେ ତାଙ୍କ ଝିଅ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ ।  ୨୦୧୮ରେ ବିଜେପି, ପିଡିପି ନେତୃତ୍ବରେ ଚାଲୁଥିବା ମେଣ୍ଟ ସରକାରକୁ ସାଇଟ୍ ଅଲଗା ହୋଇଥିଲା । ସରକାର ଭାଙ୍ଗିବା ପରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା । ସେବେଠାରୁ ଏଯାଏ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇନାହିଁ  ।