ପୃଥିବୀକୁ ଅତିକ୍ରମ କରିବ ୩୮୦ ଫୁଟର ଗ୍ରହାଣୁ । ଘଣ୍ଟାପ୍ରତି ୨୮,୯୪୬ କିମି ବେଗରେ ମାଡ଼ିଆସୁଛି

ନୂଆଦିଲ୍ଲୀ ୨୫।୦୭:  ଆଜି ପୃଥିବୀକୁ ଅତିକ୍ରମ କରିବ ଏକ ବଡ ଗ୍ରହାଣୁ । ଗ୍ରହାଣୁଟି ଘଣ୍ଟାପ୍ରତି ୨୮,୯୪୬ କିମି ବେଗରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି । ଏନେଇ ଚେତାବନୀ ଜାରି କରିଛି ନାସା । ଗ୍ରହାଣୁର ନାଁ ହେଉଛି ‘୨୦୧୧ ଏମ୍‌ଡବ୍ଲ୍ୟୁ୧’ । ଏହାକୁ ଆପୋଲୋ-କ୍ଲାସ୍‌ ଗ୍ରହାଣୁ ଭାବେ ବର୍ଗୀକୃତ କରାଯାଇଛି, ଯାହାର ଆକାର ହାରାହାରି ୩୮୦ ଫୁଟ । ନାସାର ତଥ୍ୟ ଅନୁସାରେ ୨୫ ତାରିଖ ଅର୍ଥାତ୍‌ ଆଜି ଏହା ପୃଥିବୀର ସବୁଠୁ ନିକଟତମ ୩୮.୫ ଲକ୍ଷ କିମି ଦୂରରେ ଅତିକ୍ରମ କରିବ । ୨୦୧୧ ଏମ୍‌ଡବ୍ଲ୍ୟୁ୧ ଏକ ବିଶାଳ ଗ୍ରହାଣୁ । ଯାହାର କକ୍ଷ ପୃଥିବୀ କକ୍ଷର ନିକଟତର ହୁଏ । କିନ୍ତୁ ଖୁବ୍‌ ବେଶି ନୁହେଁ । ନାସାର ଜେଟ୍‌ ପ୍ରପଲସନ୍‌ ଲାବୋରେଟୋରୀ ଏହାକୁ ନିୟର ଆର୍ଥ୍‌ ଆଷ୍ଟରଏଡ୍‌ (ଏନ୍‌ଇଓ) ଶ୍ରେଣୀଭୁକ୍ତ କରିଛି । କିନ୍ତୁ ଏହା ବିପଦପୂର୍ଣ୍ଣ ଗ୍ରହାଣୁ ତାଲିକାରେ ନାହିଁ । ପୃଥିବୀର ନିକଟତର ହେଉଥିବା ୩୫ ହଜାରରୁ କମ୍‌ ବସ୍ତୁ ଏହା ଚିହ୍ନଟ କରିଛି । ତେବେ ୨୦୧୧ ଏମ୍‌ଡବ୍ଲ୍ୟୁ୧ ଗ୍ରହାଣୁର ଆକାର ସ୍କାଇସ୍କ୍ରାପର୍‌ ଭଳି । ଏହାର ଗତିପଥକୁ ସବିଶେଷ ଯାଞ୍ଚ୍‌ କରି ନାସା ସ୍ପଷ୍ପ କରିଛି ଯେ ଏହା ପୃଥିବୀ ପ୍ରତି ବିପଦପୂର୍ଣ୍ଣ ନୁହେଁ । ଗ୍ରହାଣୁଙ୍କୁ ଗୌଣ ଗ୍ରହ ମଧ୍ୟ କୁହାଯାଏ । ଏଗୁଡ଼ିକ ସୌରମଣ୍ଡଳ ଗଠନ ସମୟରେ ବଳି ପଡ଼ିଥିବା ପିଣ୍ଡ । ଗ୍ରହଙ୍କଠାରୁ ଯଥେଷ୍ଟ ଛୋଟ ଏବଂ ମୁଖ୍ୟତଃ ସୂର୍ଯ୍ୟ ଚତୁପାଶ୍ୱର୍ରେ ଘୂରନ୍ତି । ଅଧିକାଂଶ ଗ୍ରହାଣୁ ବୃହସ୍ପତ

ପୃଥିବୀକୁ ଅତିକ୍ରମ କରିବ ୩୮୦ ଫୁଟର ଗ୍ରହାଣୁ । ଘଣ୍ଟାପ୍ରତି ୨୮,୯୪୬ କିମି ବେଗରେ ମାଡ଼ିଆସୁଛି

ନୂଆଦିଲ୍ଲୀ ୨୫।୦୭:  ଆଜି ପୃଥିବୀକୁ ଅତିକ୍ରମ କରିବ ଏକ ବଡ ଗ୍ରହାଣୁ । ଗ୍ରହାଣୁଟି ଘଣ୍ଟାପ୍ରତି ୨୮,୯୪୬ କିମି ବେଗରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି । ଏନେଇ ଚେତାବନୀ ଜାରି କରିଛି ନାସା । ଗ୍ରହାଣୁର ନାଁ ହେଉଛି ‘୨୦୧୧ ଏମ୍‌ଡବ୍ଲ୍ୟୁ୧’ । ଏହାକୁ ଆପୋଲୋ-କ୍ଲାସ୍‌ ଗ୍ରହାଣୁ ଭାବେ ବର୍ଗୀକୃତ କରାଯାଇଛି, ଯାହାର ଆକାର ହାରାହାରି ୩୮୦ ଫୁଟ । 

ନାସାର ତଥ୍ୟ ଅନୁସାରେ ୨୫ ତାରିଖ ଅର୍ଥାତ୍‌ ଆଜି ଏହା ପୃଥିବୀର ସବୁଠୁ ନିକଟତମ ୩୮.୫ ଲକ୍ଷ କିମି ଦୂରରେ ଅତିକ୍ରମ କରିବ । ୨୦୧୧ ଏମ୍‌ଡବ୍ଲ୍ୟୁ୧ ଏକ ବିଶାଳ ଗ୍ରହାଣୁ । ଯାହାର କକ୍ଷ ପୃଥିବୀ କକ୍ଷର ନିକଟତର ହୁଏ । କିନ୍ତୁ ଖୁବ୍‌ ବେଶି ନୁହେଁ । ନାସାର ଜେଟ୍‌ ପ୍ରପଲସନ୍‌ ଲାବୋରେଟୋରୀ ଏହାକୁ ନିୟର ଆର୍ଥ୍‌ ଆଷ୍ଟରଏଡ୍‌ (ଏନ୍‌ଇଓ) ଶ୍ରେଣୀଭୁକ୍ତ କରିଛି । 

କିନ୍ତୁ ଏହା ବିପଦପୂର୍ଣ୍ଣ ଗ୍ରହାଣୁ ତାଲିକାରେ ନାହିଁ । ପୃଥିବୀର ନିକଟତର ହେଉଥିବା ୩୫ ହଜାରରୁ କମ୍‌ ବସ୍ତୁ ଏହା ଚିହ୍ନଟ କରିଛି । ତେବେ ୨୦୧୧ ଏମ୍‌ଡବ୍ଲ୍ୟୁ୧ ଗ୍ରହାଣୁର ଆକାର ସ୍କାଇସ୍କ୍ରାପର୍‌ ଭଳି । ଏହାର ଗତିପଥକୁ ସବିଶେଷ ଯାଞ୍ଚ୍‌ କରି ନାସା ସ୍ପଷ୍ପ କରିଛି ଯେ ଏହା ପୃଥିବୀ ପ୍ରତି ବିପଦପୂର୍ଣ୍ଣ ନୁହେଁ । ଗ୍ରହାଣୁଙ୍କୁ ଗୌଣ ଗ୍ରହ ମଧ୍ୟ କୁହାଯାଏ । 

ଏଗୁଡ଼ିକ ସୌରମଣ୍ଡଳ ଗଠନ ସମୟରେ ବଳି ପଡ଼ିଥିବା ପିଣ୍ଡ । ଗ୍ରହଙ୍କଠାରୁ ଯଥେଷ୍ଟ ଛୋଟ ଏବଂ ମୁଖ୍ୟତଃ ସୂର୍ଯ୍ୟ ଚତୁପାଶ୍ୱର୍ରେ ଘୂରନ୍ତି । ଅଧିକାଂଶ ଗ୍ରହାଣୁ ବୃହସ୍ପତି ଓ ମଙ୍ଗଳ ଗ୍ରହ ମଧ୍ୟରେ ସ୍ଥିତ ମୁଖ୍ୟ ଗ୍ରହାଣୁ ବେଲ୍ଟରେ ଥାନ୍ତି ।

ନାସାର ଜେଟ୍‌ ପ୍ରପଲସନ୍‌ ଲାବୋରେଟୋରୀର ସୋଲାର ସିଷ୍ଟମ୍‌ ଡାଇନାମିକ୍ସ ୱେବ୍‌ସାଇଟ୍‌ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧,୩୮୫୨୧୭ ଗ୍ରହାଣୁ ଚିହ୍ନଟ ହୋଇଛି । ଏମାନେ ଆମ ସୌରମଣ୍ଡଳ ଓ ଗ୍ରହ ଉତ୍ପତ୍ତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତି ।