ଠକେଇ କରି ପରିବାର ଗିରଫ, ଲୁଟିଥିଲେ ୧୫ ଲକ୍ଷରୁ ଅଧିକ ଟଙ୍କା

ସୁନ୍ଦରଗଡ଼: ସୋସିଆଲ ମିଡିଆଫେସବୁକ୍‌ରେ ହୋଇଥିବା ବନ୍ଧୁତାର କୁଫଳ ଅନେକ ସମୟରେ ସାମ୍‌ନାକୁ ଆସିଛି ।ଏବେ ପୁଣି ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ଯେଉଁଠାରେ ଫେସବୁକ୍‌ ବନ୍ଧୁ ଠକିନେଇଛନ୍ତି ୧୫ ଲକ୍ଷରୁ ଅଧିକ ଟଙ୍କା।ବଡ଼ କଥା ହେଉଛି ଏହି ଗ୍ୟାଙ୍ଗ୍‌ରେ ଅଛନ୍ତି ସ୍ବାମୀ-ସ୍ତ୍ରୀ ଓ ଭାଇ-ଭଉଣୀ, ପୂରା ପରିବାର। ଆଉ ଏହିଭଳି ଏକ ଠକେଇ ଗ୍ୟାଙ୍ଗ ପର୍ଦ୍ଦାଫାସ କରିଛି ସୁନ୍ଦରଗଡ ଟାଉନ ଥାନା ପୋଲିସ। ସୂଚନା ଅନୁଯାୟୀ, ଝରଣା ବାଦୀ ନାମକ ଜଣେ ମହିଳା ଫେସବୁକରେ ଆକାଉଣ୍ଟ ଖୋଲି ନିଜ ପ୍ରୋଫାଇଲରେ ନିଜକୁ ସୁନା ବ୍ୟବସାୟୀ, ଟ୍ରକମାଲିକ ତଥା ଅଟୋମୋବାଇଲ ମାଲିକ ବୋଲି ଲେଖିଥିଲେ।  ଏହା ଦେଖି ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଅଂଚଳର ସୁମିତ ମିଶ୍ର ନାମକ ଜଣେ ଠିକାଦାର ତଥା ଗାଡ଼ି ମାଲିକ ଫେସବୁକରେ ଝରଣା ବାଦୀଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କୁ ଅତି ସହଜରେ ଶୀଘ୍ର ଟଙ୍କା ଦିଗୁଣା କରିହେବ ସେନେଇ ଲୋଭନୀୟ ଅଫର ଦେଇଥିଲେ। ଆଉ ତାଙ୍କର ଏହି କଥାରେ ଫସି ସୁମିତ ୧୫ ଲକ୍ଷ ଟଙ୍କା ଧରି ସେମାନଙ୍କ ପାଖକୁ ଯାଇଥିଲେ। ମାତ୍ର ଚାଲାକି କରି ସେମାନେ ଏହି ବ୍ୟାଗ ବଦଳାଇଦେଇଥିଲେ। ଆଉ ସେଠାରୁ ଚମ୍ପଟ ମାରିଥିଲେ। ପରେ ସନ୍ଦେହ ହେବାରୁ ସୁମିତ ଯେତେବେଳେ ବ୍ୟାଗ ଖୋଲିଥିଲେ ସେଥିରୁ ବାହାରିଥିଲା କାଗଜ ବିଡା। ତେବେ ଠକିଯାଇଥିବା ଜାଣିବା ପରେ ସୁମିତ ସୁନ୍ଦରଗଡ଼ ଟାଉନ ଥାନାରେ ଲିଖିତ ଭାବେ ଜଣାଇଥିଲେ। ସୁନ୍ଦରଗଡ଼ ଟାଉନ ପୋଲିସ ଏହି ଘଟ

ଠକେଇ କରି ପରିବାର ଗିରଫ, ଲୁଟିଥିଲେ ୧୫ ଲକ୍ଷରୁ ଅଧିକ ଟଙ୍କା

ସୁନ୍ଦରଗଡ଼: ସୋସିଆଲ ମିଡିଆଫେସବୁକ୍‌ରେ ହୋଇଥିବା ବନ୍ଧୁତାର କୁଫଳ ଅନେକ ସମୟରେ ସାମ୍‌ନାକୁ ଆସିଛି ।ଏବେ ପୁଣି ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ଯେଉଁଠାରେ ଫେସବୁକ୍‌ ବନ୍ଧୁ ଠକିନେଇଛନ୍ତି ୧୫ ଲକ୍ଷରୁ ଅଧିକ ଟଙ୍କା।ବଡ଼ କଥା ହେଉଛି ଏହି ଗ୍ୟାଙ୍ଗ୍‌ରେ ଅଛନ୍ତି ସ୍ବାମୀ-ସ୍ତ୍ରୀ ଓ ଭାଇ-ଭଉଣୀ, ପୂରା ପରିବାର। ଆଉ ଏହିଭଳି ଏକ ଠକେଇ ଗ୍ୟାଙ୍ଗ ପର୍ଦ୍ଦାଫାସ କରିଛି ସୁନ୍ଦରଗଡ ଟାଉନ ଥାନା ପୋଲିସ। 

ସୂଚନା ଅନୁଯାୟୀ, ଝରଣା ବାଦୀ ନାମକ ଜଣେ ମହିଳା ଫେସବୁକରେ ଆକାଉଣ୍ଟ ଖୋଲି ନିଜ ପ୍ରୋଫାଇଲରେ ନିଜକୁ ସୁନା ବ୍ୟବସାୟୀ, ଟ୍ରକମାଲିକ ତଥା ଅଟୋମୋବାଇଲ ମାଲିକ ବୋଲି ଲେଖିଥିଲେ।  ଏହା ଦେଖି ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଅଂଚଳର ସୁମିତ ମିଶ୍ର ନାମକ ଜଣେ ଠିକାଦାର ତଥା ଗାଡ଼ି ମାଲିକ ଫେସବୁକରେ ଝରଣା ବାଦୀଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କୁ ଅତି ସହଜରେ ଶୀଘ୍ର ଟଙ୍କା ଦିଗୁଣା କରିହେବ ସେନେଇ ଲୋଭନୀୟ ଅଫର ଦେଇଥିଲେ। ଆଉ ତାଙ୍କର ଏହି କଥାରେ ଫସି ସୁମିତ ୧୫ ଲକ୍ଷ ଟଙ୍କା ଧରି ସେମାନଙ୍କ ପାଖକୁ ଯାଇଥିଲେ। ମାତ୍ର ଚାଲାକି କରି ସେମାନେ ଏହି ବ୍ୟାଗ ବଦଳାଇଦେଇଥିଲେ। ଆଉ ସେଠାରୁ ଚମ୍ପଟ ମାରିଥିଲେ। ପରେ ସନ୍ଦେହ ହେବାରୁ ସୁମିତ ଯେତେବେଳେ ବ୍ୟାଗ ଖୋଲିଥିଲେ ସେଥିରୁ ବାହାରିଥିଲା କାଗଜ ବିଡା। ତେବେ ଠକିଯାଇଥିବା ଜାଣିବା ପରେ ସୁମିତ ସୁନ୍ଦରଗଡ଼ ଟାଉନ ଥାନାରେ ଲିଖିତ ଭାବେ ଜଣାଇଥିଲେ। 

ସୁନ୍ଦରଗଡ଼ ଟାଉନ ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ହୋଟେଲର ସିସି କ୍ୟାମେରା ଯାଞ୍ଚ କରି ସମ୍ଵଲପୁର ହୀରାକୁଦ ୪ ଅଂଚଳରୁ ମାଷ୍ଟର ମାଇଣ୍ଡ ଝରଣା ବାଦୀ। ତା’ର ସହଯୋଗୀ ସ୍ଵାମୀ ସୁବାଶ ତନ୍ତୀ , ଝରଣାଙ୍କ ଭଉଣୀ ରାଜକୁମାରୀ ଓ ଭାଇ ଯୁବରାଜଙ୍କୁ ଗିରଫ କରିଛି।  କେବଳ ଏତିକି ନୁହେଁ ଏମାନଙ୍କ ନିକଟରୁ ୧୫ ରୁ ଉର୍ଦ୍ଧ୍ବ ନକଲି ଆଧାର କାର୍ଡ, ପାନ କାର୍ଡ। ବ୍ୟାଙ୍କ୍‌ ପାସବୁକ,ନକଲି ସୁନା ମୁଦି, ହାର, ଆଦି ଜବତ କରିଛି। 

ଏହି ୪ ଜଣ ମିଶି ପୁର୍ବରୁ ଝାରସୁଗୁଡା ଜିଲ୍ଲାରେ ଗତ ୨୦୨୧ ମସିହାରେ ମଧ୍ୟ ଏହିଭଳି ଠକେଇ କରି ଧରାପଡିଥିଲେ। ପୋଲିସ ଏମାନଙ୍କ ନିକଟରୁ ଠକେଇ କରିଥିବା ୧୫ ଲକ୍ଷ ମଧ୍ୟରୁ ନଗଦ ସାଢେ ଆଠ ଲକ୍ଷ ଜବତ କରିବା ସହ ଏକ କାର, ସ୍କୁଟି, ୫ଟି ଭୁଜାଲି,ମୋବାଇଲ, ସମାନ ଧରଣର ୧୫ ଟି ବ୍ୟାଗ ସହ ନକଲି ସୁନା ଅଳଙ୍କାର ଜବତ କରିଛି। ଏପରିକି ଝରଣାଙ୍କ ସ୍ଵାମୀ ନିଜକୁ ବିହାର ପୋଲିସର ଜଣେ କର୍ମଚାରୀ ମଧ୍ୟ ପରିଚୟ ଦେଉଥିଲେ। ଯାହାର ନକଲି ପରିଚୟ ପତ୍ର ମଧ୍ୟ ପୋଲିସ ଜବତ କରିଛି। ସଂଧ୍ୟାରେ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।