ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ; ଡାଲ୍ ଲେକ୍ରେ ଫ୍ଲୋଟିଂ ପୋଲିଂ ଷ୍ଟେସନ, ଶିକାରାରେ ହେବ ଭୋଟ୍ ଗ୍ରହଣ
ଶ୍ରୀନଗର: ସେପ୍ଟେମ୍ବର ମାସରେ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ । କେନ୍ଦ୍ର ଶାସିତ ପ୍ରଦେଶରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସେପ୍ଟେମ୍ବର୧୮ ତାରିଖରେ ହେବ । ସେହିପରି ସେପ୍ଟେମ୍ବର ୨୫ରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ଅକ୍ଟୋବର ୧ରେ ଅନ୍ତିମ ପର୍ଯ୍ୟାୟ ଭୋଟ୍ ପଡ଼ିବ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି । ଏହାକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ପ୍ରତ୍ୟେକ ଭୋଟ୍ ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଇଛି । ଏଥିପାଇଁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ମତଦାନ କେନ୍ଦ୍ର ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର । ସେହିପରି ବିଧାନସଭା ନିର୍ବାଚନରେ ମୁଖ୍ୟ ଆକର୍ଷଣ ରହିବ ଫ୍ଲୋଟିଂ ମତଦାନ କେନ୍ଦ୍ର । କାଶ୍ମୀରରେ ଥିବା ଡାଲ୍ ହ୍ରଦରେ ତିନୋଟି ଭାସମାନ ପୋଲିଂ ଷ୍ଟେସନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଲଓସି ନିକଟରେ ଗୋଟିଏ ମତଦାନ କେନ୍ଦ୍ର ଖୋଲିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଏଲଓସି ନିକଟରେ ହେବାକୁ ଥିବା ପୋଲିଂ ବୁଥ୍ କେବଳ ଅନୁସୂଚୀତ ଜନଜାତିଙ୍କ ପାଇଁ ଉଦ୍ଧିଷ୍ଟ ରହିବ । କାରଣ ଏହି ଅଞ୍ଚଳରେ ଶତ ପ୍ରତିଶତ ଭୋଟର ଅନୁସୂଚୀତ ଜନଜାତି ରହିଛନ୍ତି । ଡାଲ ଲେକ୍ ହେବାକୁ ଥିବା ୩ ଭାସମାନ ପୋଲିଂ ଷ୍ଟେସନ
ଶ୍ରୀନଗର: ସେପ୍ଟେମ୍ବର ମାସରେ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ । କେନ୍ଦ୍ର ଶାସିତ ପ୍ରଦେଶରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସେପ୍ଟେମ୍ବର୧୮ ତାରିଖରେ ହେବ । ସେହିପରି ସେପ୍ଟେମ୍ବର ୨୫ରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ଅକ୍ଟୋବର ୧ରେ ଅନ୍ତିମ ପର୍ଯ୍ୟାୟ ଭୋଟ୍ ପଡ଼ିବ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି । ଏହାକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ପ୍ରତ୍ୟେକ ଭୋଟ୍ ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଇଛି । ଏଥିପାଇଁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ମତଦାନ କେନ୍ଦ୍ର ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର । ସେହିପରି ବିଧାନସଭା ନିର୍ବାଚନରେ ମୁଖ୍ୟ ଆକର୍ଷଣ ରହିବ ଫ୍ଲୋଟିଂ ମତଦାନ କେନ୍ଦ୍ର । କାଶ୍ମୀରରେ ଥିବା ଡାଲ୍ ହ୍ରଦରେ ତିନୋଟି ଭାସମାନ ପୋଲିଂ ଷ୍ଟେସନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏଲଓସି ନିକଟରେ ଗୋଟିଏ ମତଦାନ କେନ୍ଦ୍ର ଖୋଲିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଏଲଓସି ନିକଟରେ ହେବାକୁ ଥିବା ପୋଲିଂ ବୁଥ୍ କେବଳ ଅନୁସୂଚୀତ ଜନଜାତିଙ୍କ ପାଇଁ ଉଦ୍ଧିଷ୍ଟ ରହିବ । କାରଣ ଏହି ଅଞ୍ଚଳରେ ଶତ ପ୍ରତିଶତ ଭୋଟର ଅନୁସୂଚୀତ ଜନଜାତି ରହିଛନ୍ତି । ଡାଲ ଲେକ୍ ହେବାକୁ ଥିବା ୩ ଭାସମାନ ପୋଲିଂ ଷ୍ଟେସନ ପାଇଁ ଶିକାରା ବ୍ୟବସ୍ଥା କରାଯିବ । ଭୋଟରକୁ ଶିକାରା ବା ଡଙ୍ଗା ମାଧ୍ୟମରେ ଫ୍ଲୋଟିଂ ବୁଥ୍ରେ ପହଞ୍ଚାଇ ଦିଆଯିବ । ଖାରମୋହଲ୍ଲା ଅବୀ କରପୋରାରେ ଏହି ଭସମାନ ପୋଲିଂ ଷ୍ଟେସନ ହେବ । ସେହିପରି ଗୁରେଜ ବିଧାନସଭା କ୍ଷେତ୍ରର କୋରାଗଓ୍ବଲ ଭୋଟ୍ କେନ୍ଦ୍ର ଭାରତ-ପାକିସ୍ତାନ ସୀମାରେ ରହିବ ।
ଜାମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ପାଇଁ ଜାମ୍ମୁ କାଶ୍ମୀରରେ ୨୦୧୪ରେ ନିର୍ବାଚନ ହୋଇଥିଲା । ଏଥର ଜାମ୍ମୁ କାଶ୍ମୀରର ୯୦ ବିଧାନସଭା ଆସନ ପାଇଁ ମତଦାନ ହେବ । ଏଥିରେ ୧୬ଟି (ଏସଟି-୯, ଏସସି-୭) ସଂରକ୍ଷିତ ଆସନ ରହିଛି । ରାଜୀବ କୁମାର କହିଛନ୍ତି, 'ଜାମ୍ମୁ କାଶ୍ମୀରରେ ମୋଟ ଭୋଟରଙ୍କ ସଂଖ୍ୟା ୮୭.୦୯ ଲକ୍ଷ ରହିଛି । ଏଥିରୁ ୪୪.୪୬ ଲକ୍ଷ ପୁରୁଷ ଏବଂ ୪୩.୬୨ ଲକ୍ଷ ମହିଳା ମତଦାତା ଅଛନ୍ତି । ଜାମ୍ମୁ କାଶ୍ମୀରରେ ଯୁବ ଭୋଟରଙ୍କ ସଂଖ୍ୟା ୨୦ ଲକ୍ଷ ରହିଛି ।'