ଜାମ୍ମୁ କାଶ୍ମୀର ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ, ସମନ୍ୱୟ ସ୍ଥାପନ ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଜୋର
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମଙ୍ଗଳବାର ଜାମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି । ୧୫ ଦିନ ତଳେ ପୁଞ୍ଛ ଜିଲ୍ଲାରେ ଆତଙ୍କବାଦୀ ଦ୍ୱାରା ଆକ୍ରମଣରେ ପାଞ୍ଚ ଯବାନ ସହିଦ ହୋଇଥିଲେ । ଡିସେମ୍ୱର ୨୧ରେ ଆତଙ୍କୀବାଦୀ ଆକ୍ରମଣର ଗୋଟିଏ ଦିନ ପରେ ସେନା ତିନି ନାଗରିକଙ୍କୁ ପଚରାଉଚରା ପାଇଁ ଉଠାଇ ଆଣିଥିଲା । ପରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା । ଏହି ଘଟଣା ପରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ସେନା ପ୍ରମୁଖ ମନୋଜ ପାଣ୍ଡେ ପୁଞ୍ଛ ଗସ୍ତ କରିଥିଲେ । ଆଜିର ବୈଠକରେ ଅମିତ୍ ଶାହ, ପୋଲିସ, ଭାରତୀୟ ସେନା ଏବଂ ସିଆରପିଏଫ ମଧ୍ୟରେ ସମନ୍ୱୟ ସ୍ଥାପନ ଉପରେ ଜୋର ଦେଇଛନ୍ତି । ଏହାଦ୍ୱାରା ଜାମ୍ମୁ କାଶ୍ମୀରର ସୁରକ୍ଷାକୁ ଅଧିକ ମଜଭୁତ କରାଯାଇପାରିବ । ଏହାସହ ଲୋକାଲ୍ ଅଣ୍ଟେଲିଜେନ୍ସିକୁ ବଢାଇବା ପାଇଁ ଜୋର ଦେଇଛନ୍ତି । ଏହି ବୈଠକରେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ସେନା ମୁଖ୍ୟ ମନୋଜ ପାଣ୍ଡେ ଏବଂ ଗୁଇନ୍ଦା ଓ ଅନ୍ୟ ସୁରକ୍ଷା ଏଜେନ୍ସିର ଶୀର୍ଷ ଅଧିକାରୀ ମଙ୍ଗଳବାର ବୈଠକରେ ସାମିଲ ହୋଇଥିଲେ । ପଢନ୍ତୁ: ULFA ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ, ଖୁସିର ମୁହୂର୍ତ୍ତ କହିଲେ ଅମିତ ଶାହ ଏହା ପୂର୍ବରୁ, ଜାମ୍ମୁ କାଶ୍ମୀର ପ୍ରଶାସନ ମୃତ ନା
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମଙ୍ଗଳବାର ଜାମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି । ୧୫ ଦିନ ତଳେ ପୁଞ୍ଛ ଜିଲ୍ଲାରେ ଆତଙ୍କବାଦୀ ଦ୍ୱାରା ଆକ୍ରମଣରେ ପାଞ୍ଚ ଯବାନ ସହିଦ ହୋଇଥିଲେ । ଡିସେମ୍ୱର ୨୧ରେ ଆତଙ୍କୀବାଦୀ ଆକ୍ରମଣର ଗୋଟିଏ ଦିନ ପରେ ସେନା ତିନି ନାଗରିକଙ୍କୁ ପଚରାଉଚରା ପାଇଁ ଉଠାଇ ଆଣିଥିଲା । ପରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା । ଏହି ଘଟଣା ପରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ସେନା ପ୍ରମୁଖ ମନୋଜ ପାଣ୍ଡେ ପୁଞ୍ଛ ଗସ୍ତ କରିଥିଲେ ।
ଆଜିର ବୈଠକରେ ଅମିତ୍ ଶାହ, ପୋଲିସ, ଭାରତୀୟ ସେନା ଏବଂ ସିଆରପିଏଫ ମଧ୍ୟରେ ସମନ୍ୱୟ ସ୍ଥାପନ ଉପରେ ଜୋର ଦେଇଛନ୍ତି । ଏହାଦ୍ୱାରା ଜାମ୍ମୁ କାଶ୍ମୀରର ସୁରକ୍ଷାକୁ ଅଧିକ ମଜଭୁତ କରାଯାଇପାରିବ । ଏହାସହ ଲୋକାଲ୍ ଅଣ୍ଟେଲିଜେନ୍ସିକୁ ବଢାଇବା ପାଇଁ ଜୋର ଦେଇଛନ୍ତି । ଏହି ବୈଠକରେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ସେନା ମୁଖ୍ୟ ମନୋଜ ପାଣ୍ଡେ ଏବଂ ଗୁଇନ୍ଦା ଓ ଅନ୍ୟ ସୁରକ୍ଷା ଏଜେନ୍ସିର ଶୀର୍ଷ ଅଧିକାରୀ ମଙ୍ଗଳବାର ବୈଠକରେ ସାମିଲ ହୋଇଥିଲେ ।
ପଢନ୍ତୁ: ULFA ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ, ଖୁସିର ମୁହୂର୍ତ୍ତ କହିଲେ ଅମିତ ଶାହ
ଏହା ପୂର୍ବରୁ, ଜାମ୍ମୁ କାଶ୍ମୀର ପ୍ରଶାସନ ମୃତ ନାଗରିକଙ୍କ ପରିବାର ପାଇଁ କ୍ଷତିପୂରଣ ଏବଂ ଚାକିରି ଘୋଷଣା କରିଥିଲେ । ଅନ୍ୟପଟେ ଏହି ମାମଲାରେ ତଦନ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି । ଜାମ୍ମୁ କାଶ୍ମୀରରେ ୨୦୨୩ ଆରମ୍ଭରୁ ହିଁ ଛୋଟ ଛୋଟ ହିଂସା ଜାରି ରହିଥିଲା ଏବଂ ବର୍ଷର ଶେଷ ବି ଆତଙ୍କବାଦୀ ଘଟଣା ସହ ହୋଇଥିଲା ।
The post ଜାମ୍ମୁ କାଶ୍ମୀର ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ, ସମନ୍ୱୟ ସ୍ଥାପନ ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଜୋର appeared first on Prameya News7.