ମାର୍ଚ୍ଚ ୨୨ ଶନିବାର, ବିଶ୍ୱ ଆର୍ଥ ଆଓ୍ୱାର, ୧ ଘଣ୍ଟା ବନ୍ଦ ରହିବ ଲାଇଟ୍

ନୂଆଦିଲ୍ଲୀ ୨୨/୦୩: ଆଜି ସାରା ବିଶ୍ୱରେ ପାଳନ ହେବ ‘ଆର୍ଥ ଆଓ୍ୱାର୍'। ରାତି ସାଢ଼େ ୮ଟାରୁ ସାଢ଼େ‌ ୯ଟା  ଘଣ୍ଟାଏ ଯାଏ ଲିଭିବ ଆଲୁଅ। ଘଣ୍ଟାଏ ଅନ୍ଧାର ହୋଇଯିବ ପୃଥିବୀ।  ପୃଥିବୀର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ  ନିଜର ଅନାବଶ୍ୟକ ଲାଇଟ୍‌କୁ ସୁଇଚ୍ ଅଫ କରିଥାନ୍ତି। ଏହା ହେଉଛି ଏହି ଆର୍ଥ ଆଓ୍ୱାର୍ ପାଳନର ମୁଖ୍ୟ ଉଦ୍ଦେଶ୍ୟ।୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା ୩୦ରୁ ୯ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ବିଦ୍ୟୁତ୍‌ ଲାଇଟ୍‌ଗୁଡ଼ିକୁ ବନ୍ଦ କରିବେ। ଜଳବାୟୁ ସୁରକ୍ଷା ଦିଗରେ ଉଦାହରଣ ସୃଷ୍ଟି ସକାଶେ ପ୍ରତିବର୍ଷ ମାର୍ଚ୍ଚ ୨୨ ରାତିରେ ଅଣଜରୁରୀ ଲାଇଟ୍‌ ଓ ବୈଦ୍ୟୁତିକ ଉପକରଣଗୁଡ଼ିକୁ ବନ୍ଦ ରଖାଯାଇଥାଏ। ପରିବେଶ ସୁରକ୍ଷା ସହ ଶକ୍ତି ଅପଚୟ ରୋକିବା ପାଇଁ ପ୍ରଥମେ ୨୦୦୭ରେ ଓ୍ବାଲର୍‌ଡ ଓ୍ବାଇଲ୍ଡଲାଇଫ୍‌ ଫଣ୍ଡ (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ପକ୍ଷରୁ ଏହା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ବିଶ୍ୱର ୧୯୦ରୁ ଅଧିକ ଦେଶ ଏହି ‘ସୁଇଚ୍‌ ଅଫ୍‌’ ଇଭେଣ୍ଟରେ ଭାଗ ନେଉଛନ୍ତି। 'ସୁଇଚ୍‌ ଅଫ୍ ଲାଇଟ୍ସ, ଟୁ ସୁଇଚ୍ ଅନ୍‌ ଲାଇଭସ୍' ଓଡ଼ିଶାବାସୀ ଏହି ଅଭିଯାନରେ  ନିଜକୁ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବନ କରିଛନ୍ତି। ଆଜି ରାତି ସାଢ଼େ

ମାର୍ଚ୍ଚ ୨୨ ଶନିବାର, ବିଶ୍ୱ ଆର୍ଥ ଆଓ୍ୱାର, ୧ ଘଣ୍ଟା ବନ୍ଦ ରହିବ ଲାଇଟ୍

ନୂଆଦିଲ୍ଲୀ ୨୨/୦୩: ଆଜି ସାରା ବିଶ୍ୱରେ ପାଳନ ହେବ ‘ଆର୍ଥ ଆଓ୍ୱାର୍'। ରାତି ସାଢ଼େ ୮ଟାରୁ ସାଢ଼େ‌ ୯ଟା  ଘଣ୍ଟାଏ ଯାଏ ଲିଭିବ ଆଲୁଅ। ଘଣ୍ଟାଏ ଅନ୍ଧାର ହୋଇଯିବ ପୃଥିବୀ।  ପୃଥିବୀର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ  ନିଜର ଅନାବଶ୍ୟକ ଲାଇଟ୍‌କୁ ସୁଇଚ୍ ଅଫ କରିଥାନ୍ତି। ଏହା ହେଉଛି ଏହି ଆର୍ଥ ଆଓ୍ୱାର୍ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା ୩୦ରୁ ୯ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ବିଦ୍ୟୁତ୍‌ ଲାଇଟ୍‌ଗୁଡ଼ିକୁ ବନ୍ଦ କରିବେ। ଜଳବାୟୁ ସୁରକ୍ଷା ଦିଗରେ ଉଦାହରଣ ସୃଷ୍ଟି ସକାଶେ ପ୍ରତିବର୍ଷ ମାର୍ଚ୍ଚ ୨୨ ରାତିରେ ଅଣଜରୁରୀ ଲାଇଟ୍‌ ଓ ବୈଦ୍ୟୁତିକ ଉପକରଣଗୁଡ଼ିକୁ ବନ୍ଦ ରଖାଯାଇଥାଏ। ପରିବେଶ ସୁରକ୍ଷା ସହ ଶକ୍ତି ଅପଚୟ ରୋକିବା ପାଇଁ ପ୍ରଥମେ ୨୦୦୭ରେ ଓ୍ବାଲର୍‌ଡ ଓ୍ବାଇଲ୍ଡଲାଇଫ୍‌ ଫଣ୍ଡ (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ପକ୍ଷରୁ ଏହା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ବିଶ୍ୱର ୧୯୦ରୁ ଅଧିକ ଦେଶ ଏହି ‘ସୁଇଚ୍‌ ଅଫ୍‌’ ଇଭେଣ୍ଟରେ ଭାଗ ନେଉଛନ୍ତି। 

'ସୁଇଚ୍‌ ଅଫ୍ ଲାଇଟ୍ସ, ଟୁ ସୁଇଚ୍ ଅନ୍‌ ଲାଇଭସ୍' ଓଡ଼ିଶାବାସୀ ଏହି ଅଭିଯାନରେ  ନିଜକୁ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବନ କରିଛନ୍ତି। ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ  ଆମ ଘରେ ତଥା କାର୍ଯ୍ୟାଳୟରେ ସମସ୍ତ ଅନାବଶ୍ୟକ ଲାଇଟ୍‌କୁ ସୁଇଚ୍‌ ଅଫ୍ ରଖିବାକୁ ଅପିଲ୍ କରାଯାଇଛି।