ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆତଙ୍କ: ଜୁଲାଇରେ ସହିଦ ହେଲେଣି ୧୨ ଯବାନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଜାମ୍ମୁ ଅଞ୍ଚଳରେ ଗତ କିଛି ମାସ ହେବ ଆତଙ୍କବାଦୀ ଗତିବିଧି ବଢ଼ିଛି। କେନ୍ଦ୍ର ସରକାର ଆତଙ୍କବାଦୀ ସଫେଇ ପାଇଁ ଅଭିଯାନ ଚଳାଇଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢ଼ିଛି। ସବୁଠାରୁ ବଡ଼ କଥା ହେଲା କେବଳ ଜୁଲାଇ ମାସରେ ୧୨ ଜଣ ସେନା ଯବାନଙ୍କର ମୃତ୍ୟୁ ହୋଇଛି। ଏନଇ ଟାଇମ୍ସ ଅଫ ଇଣ୍ଡିଆରେ ଖବର ପ୍ରକାଶ ପାଇଛି।ଶନିବାର ସକାଳେ ରାଇଫଲମ୍ୟାନ୍ ମୋହିତ ରାଠୋଡ଼ଙ୍କ ମୃତ୍ୟୁ ଘଟିଥିଲା ଏବଂ ଜଣେ ମେଜରଙ୍କ ସହ ଅନ୍ୟ ତିନିଜଣ ଯବାନ ଆହତ ହୋଇଥିଲେ। ଆତଙ୍କବାଦୀ ସଫେଇ ଅଭିଯାନ ଚାଲିଥିବା ବେଳେ ପାକିସ୍ତାନ ବର୍ଡର ଆକ୍ସନ ଟିମ୍‌ ଗୁଳିରେ ଯବାନ ସହିଦ ହୋଇଥିଲେ। ଜୁଲାଇ ୨୪ରେ ନାୟକ(ଗନର) ଦିଲାୱାର ଖାନ, ଲାନ୍ସ ନାୟକ ସୁଭାଷ ଚନ୍ଦେର ଜୁଲାଇ ୨୩, ଜୁଲାଇ ୧୫ରେ ଜଣେ କ୍ୟାପ୍ଟେନଙ୍କ ସହ ୧୦ ରାଷ୍ଟ୍ରୀୟ ରାଇଫଲର ୩ ଯବାନ, ଜୁଲାଇ ୮ରେରେ ୨୨ ଗର୍ହ୍ୱାଲ୍ ରାଇଫଲର ୫ ଯାବନ ସହିଦ ହୋଇଥିଲେ।ସେହିପରି ଜୁନ ୯ ତାରିଖରେ ରିଆସି ଜିଲ୍ଲାର ଶିଭ ଖୋରି ଶିବ ମନ୍ଦିରରୁ ଦର୍ଶନ କରି ଆସୁଥିବା  ୭ ତୀର୍ଥଯାତ୍ରୀଙ୍କ ସମେତ ମୋଟ ୯ ଜଣ ଯାତ୍ରୀଙ୍କର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଥିଲା।   ଜାମ୍ମୁରେ ଆତଙ୍କବାଦୀ କାର୍ଯ୍ୟକଳାପ ପୁଣି ବଢ଼ି ଯିବାରୁ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୦୦୦ ଯବାନ ସମେତ ସରକାର ଦୁଇଠି ବିଏସଏଫ ବାଟାଲିଅନ ଯବାନ ମୁତୟନ କରିଛନ୍ତି। 

ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆତଙ୍କ: ଜୁଲାଇରେ ସହିଦ ହେଲେଣି ୧୨ ଯବାନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଜାମ୍ମୁ ଅଞ୍ଚଳରେ ଗତ କିଛି ମାସ ହେବ ଆତଙ୍କବାଦୀ ଗତିବିଧି ବଢ଼ିଛି। କେନ୍ଦ୍ର ସରକାର ଆତଙ୍କବାଦୀ ସଫେଇ ପାଇଁ ଅଭିଯାନ ଚଳାଇଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢ଼ିଛି। ସବୁଠାରୁ ବଡ଼ କଥା ହେଲା କେବଳ ଜୁଲାଇ ମାସରେ ୧୨ ଜଣ ସେନା ଯବାନଙ୍କର ମୃତ୍ୟୁ ହୋଇଛି। ଏନଇ ଟାଇମ୍ସ ଅଫ ଇଣ୍ଡିଆରେ ଖବର ପ୍ରକାଶ ପାଇଛି।

ଶନିବାର ସକାଳେ ରାଇଫଲମ୍ୟାନ୍ ମୋହିତ ରାଠୋଡ଼ଙ୍କ ମୃତ୍ୟୁ ଘଟିଥିଲା ଏବଂ ଜଣେ ମେଜରଙ୍କ ସହ ଅନ୍ୟ ତିନିଜଣ ଯବାନ ଆହତ ହୋଇଥିଲେ। ଆତଙ୍କବାଦୀ ସଫେଇ ଅଭିଯାନ ଚାଲିଥିବା ବେଳେ ପାକିସ୍ତାନ ବର୍ଡର ଆକ୍ସନ ଟିମ୍‌ ଗୁଳିରେ ଯବାନ ସହିଦ ହୋଇଥିଲେ। ଜୁଲାଇ ୨୪ରେ ନାୟକ(ଗନର) ଦିଲାୱାର ଖାନ, ଲାନ୍ସ ନାୟକ ସୁଭାଷ ଚନ୍ଦେର ଜୁଲାଇ ୨୩, ଜୁଲାଇ ୧୫ରେ ଜଣେ କ୍ୟାପ୍ଟେନଙ୍କ ସହ ୧୦ ରାଷ୍ଟ୍ରୀୟ ରାଇଫଲର ୩ ଯବାନ, ଜୁଲାଇ ୮ରେରେ ୨୨ ଗର୍ହ୍ୱାଲ୍ ରାଇଫଲର ୫ ଯାବନ ସହିଦ ହୋଇଥିଲେ।

ସେହିପରି ଜୁନ ୯ ତାରିଖରେ ରିଆସି ଜିଲ୍ଲାର ଶିଭ ଖୋରି ଶିବ ମନ୍ଦିରରୁ ଦର୍ଶନ କରି ଆସୁଥିବା  ୭ ତୀର୍ଥଯାତ୍ରୀଙ୍କ ସମେତ ମୋଟ ୯ ଜଣ ଯାତ୍ରୀଙ୍କର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଥିଲା।   

ଜାମ୍ମୁରେ ଆତଙ୍କବାଦୀ କାର୍ଯ୍ୟକଳାପ ପୁଣି ବଢ଼ି ଯିବାରୁ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୦୦୦ ଯବାନ ସମେତ ସରକାର ଦୁଇଠି ବିଏସଏଫ ବାଟାଲିଅନ ଯବାନ ମୁତୟନ କରିଛନ୍ତି।