ଜାରି ରହିଛି ଅଗ୍ନିବର୍ଷା, ଆହୁରି ୫ ଦିନ ଖରାରେ ସିଝିବ ପୁରା ରାଜ୍ୟ

ଭୁବନେଶ୍ଵର: ସାରା ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଡହଡହ  ଖରାରେ ତରାହି ତ୍ରାହି ଡାକୁଛନ୍ତି ଓଡ଼ିଶା ବାସୀ । ଗତକାଲି ଅପେକ୍ଷା ଆଜି ରାଜ୍ୟର ତାପମାତ୍ରା ବଢିଛି ।  ଆଗାମୀ ୨୦ ପର୍ଯ୍ୟନ୍ତ ଏମିତି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।ଆଜି ବି ମିଲିଲାନି ଖରାରୁ ତ୍ରାହି । ଡହ ଡହ ଖରାରେ ଜଳିଛି ସାରା ଓଡିଶା । ଜାରି ରହିଛି ଅଗ୍ନିବର୍ଷା । ଭୁବନେଶ୍ବର ତାପମାତ୍ରା ଆଜି ସାଢେ ୨ଟା ସୁଦ୍ଧା ୪୧.୯ ଡିଗ୍ରୀ ରହିଛି । ଚାନ୍ଦବାଲି, ଝାରସୁଗୁଡା, ବାଲେଶ୍ବର, ସମ୍ବଲପୁର, କେନ୍ଦୁଝର ଭଳି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଗାମୀ ୫ ଦିନ ଏଭଳି ସ୍ଥିତି ରହିବ ବୋଲି ପାଣିପାଗ ବିଭାଗ କହିଛି । ଗତକାଲି ତୁଳନାରେ ଆଜି ଅଧିକ ତାତି ହୋଇଛି। ସେହିଭଳି କିଛି ସ୍ଥାନରେ ଆଦ୍ରତା ମଧ୍ୟ ବୃଦ୍ଧି ପାଇଛି।  ତେଣୁ ଖରା ଓ ତାତିରେ ସାରା ଓଡିଶା ସନ୍ତୁଳି ହେଉଛି। ଗ୍ରୀଷ୍ମ ପ୍ରବାହ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଖୋର୍ଦ୍ଧା ,ଢେଙ୍କାନାଳ  ,ନୟାଗଡ଼, ମାଲକାନଗିରି କୋରାପୁଟ , ଯାଜପୁର , କନ୍ଧମାଲା , ଜଗତସିଂପୁର,କେନ୍ଦ୍ରାପଡ଼ା, ଭଦ୍ରକ, କଟକ ।  ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ପର୍ଯ୍ୟ

ଜାରି ରହିଛି ଅଗ୍ନିବର୍ଷା, ଆହୁରି ୫ ଦିନ ଖରାରେ ସିଝିବ ପୁରା ରାଜ୍ୟ

ଭୁବନେଶ୍ଵର: ସାରା ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଡହଡହ  ଖରାରେ ତରାହି ତ୍ରାହି ଡାକୁଛନ୍ତି ଓଡ଼ିଶା ବାସୀ । ଗତକାଲି ଅପେକ୍ଷା ଆଜି ରାଜ୍ୟର ତାପମାତ୍ରା ବଢିଛି ।  ଆଗାମୀ ୨୦ ପର୍ଯ୍ୟନ୍ତ ଏମିତି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।

ଆଜି ବି ମିଲିଲାନି ଖରାରୁ ତ୍ରାହି । ଡହ ଡହ ଖରାରେ ଜଳିଛି ସାରା ଓଡିଶା । ଜାରି ରହିଛି ଅଗ୍ନିବର୍ଷା । ଭୁବନେଶ୍ବର ତାପମାତ୍ରା ଆଜି ସାଢେ ୨ଟା ସୁଦ୍ଧା ୪୧.୯ ଡିଗ୍ରୀ ରହିଛି । ଚାନ୍ଦବାଲି, ଝାରସୁଗୁଡା, ବାଲେଶ୍ବର, ସମ୍ବଲପୁର, କେନ୍ଦୁଝର ଭଳି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଗାମୀ ୫ ଦିନ ଏଭଳି ସ୍ଥିତି ରହିବ ବୋଲି ପାଣିପାଗ ବିଭାଗ କହିଛି । ଗତକାଲି ତୁଳନାରେ ଆଜି ଅଧିକ ତାତି ହୋଇଛି। ସେହିଭଳି କିଛି ସ୍ଥାନରେ ଆଦ୍ରତା ମଧ୍ୟ ବୃଦ୍ଧି ପାଇଛି।  ତେଣୁ ଖରା ଓ ତାତିରେ ସାରା ଓଡିଶା ସନ୍ତୁଳି ହେଉଛି। ଗ୍ରୀଷ୍ମ ପ୍ରବାହ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଦିଆଯାଇଛି। 

ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଖୋର୍ଦ୍ଧା ,ଢେଙ୍କାନାଳ  ,ନୟାଗଡ଼, ମାଲକାନଗିରି କୋରାପୁଟ , ଯାଜପୁର , କନ୍ଧମାଲା , ଜଗତସିଂପୁର,କେନ୍ଦ୍ରାପଡ଼ା, ଭଦ୍ରକ, କଟକ ।  ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ଯିବାର ସମ୍ଭାବନା ଥିବା ଅନୁମାନ କରିଛି ପାଣିପାଗ ବିଭାଗ । 

ରାଜ୍ୟରେ ଆଗାମୀ  ଦିନରେ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ବୃଦ୍ଧି ହେବ ବୋଲି ସତର୍କ କରାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।   ତେବେ ୨୦ ରୁ ୨୨ ଯାଏଁ ପାଗ ମେଘୁଆ ରହିବ। ଗୋଟେ ଦୁଇଟି ସ୍ଥାନରେ କାଁଭାଁ ବର୍ଷା ହୋଇପାରେ।  ରାଜ୍ୟକୁ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେଉଛି । ଦିନ ୧୨ ଟା ଯାଏ ସାମୁଦ୍ରିକ ପବନ ବି ଉପକୂଳ ପଟୁ ଆସୁନି । 

ସାମୁଦ୍ରିକ ପବନ ନଆସିବା ଓ ବାୟୁମଣ୍ଡଳ ଶୁଷ୍କ ହେବା ଯୋଗୁ ତାତି ବଢୁଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ତେଣୁ ଖରା ରେ ବାହାରକୁ ବାହାରୁଥିଲେ ପ୍ରଚୁର ପାଣି ପିଇବା ପାଇଁ ପରାମର୍ଶ ଦେଇଛନ୍ତି ସୋଆ, ସି ଇ ସିର ନିର୍ଦ୍ଦେଶକ ।  ୨୦ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେଲେବି କାଳବୈଶାଖୀ ସମ୍ଭାବନା ନଥିବା ଜଣାପଡିଛି ।