ଓପନିଂ କରିବେ ଗିଲ୍-ଯଶସ୍ଵୀ ଓ ରିଙ୍କୁ-ଦୁବେ ଫିନିସର, ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ର ପ୍ଲେଇଙ୍ଗ ଇଲେଭେନ !
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ବାହାରି ସାରିଛି। ଏହି ଗସ୍ତରେ ଭାରତୀୟ ଦଳ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ର ଟି-୨୦ ଏବଂ ଦିନିକିଆ ଶୃଙ୍ଖଳା ଖେଳିବ। ଜୁଲାଇ ୨୭ରୁ ଟି-୨୦ ସିରିଜ୍ ଆରମ୍ଭ ହେବ। ଅନ୍ୟପଟେ ଅଗଷ୍ଟ ୨ରୁ ଖେଳାଯିବ ଦିନିକିଆ ଶୃଙ୍ଖଳା । ଏହା ପୂର୍ବରୁ ଟି-୨୦ ଶୃଙ୍ଖଳାରେ କେମିତି ରହିବ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଏହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି।ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ରୁ ଭାରତୀୟ ଦଳ ନୂତନ ଯୁଗ ଆରମ୍ଭ କରିବ। ନୂତନ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ମୁଖ୍ୟ କୋଚ୍ ଭାବେ ଏହା ପ୍ରଥମ ସିରିଜ୍ ହେବ। ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କ ସନ୍ନ୍ୟାସ ପରେ ନୂତନ ଦଳ ପାଇଁ ପ୍ରସ୍ତୁତି ଚାଲିଛି। ଏମିତିରେ ଏହି ଟି-୨୦ ସିରିଜ୍ରେ ଯେଉଁ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିଛି, ସେମାନେ ୨୦୨୬ ଟି-୨୦ ବିଶ୍ଵକପ୍ ଯୋଜନାର ଅଂଶ ବିଶେଷ ଅଛନ୍ତି।Also read: କମାଲ କରିବେ ବିରାଟ କୋହଲି, ଯାହା ଆଜି ଯାଏଁ କେହି କହିପାରିନାହାଁନ୍ତି, ଅପେକ୍ଷାର ହେବ ଅନ୍ତଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଉପ ଅଧିନାୟକ ଶୁଭମନ ଗିଲ୍ ଓ ଯଶସ୍ଵୀ ଜୟସ୍ଵାଲ ଇନିଂସର ଆରମ୍ଭ କରି ପାରନ୍ତି। ଏହାପରେ ତିନି ନମ୍ବରରେ ଋଷଭ ପନ୍ତ ଖେଳି ପାରନ୍ତି। ପନ୍ତ ୨୦୨୪ ଟି-୨୦ ବିଶ୍ଵକପ୍ରେ ତିନି ନମ୍ବରରେ ବ୍ୟାଟିଂ କରିଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ୪ ନମ୍ବର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ବାହାରି ସାରିଛି। ଏହି ଗସ୍ତରେ ଭାରତୀୟ ଦଳ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ର ଟି-୨୦ ଏବଂ ଦିନିକିଆ ଶୃଙ୍ଖଳା ଖେଳିବ। ଜୁଲାଇ ୨୭ରୁ ଟି-୨୦ ସିରିଜ୍ ଆରମ୍ଭ ହେବ। ଅନ୍ୟପଟେ ଅଗଷ୍ଟ ୨ରୁ ଖେଳାଯିବ ଦିନିକିଆ ଶୃଙ୍ଖଳା । ଏହା ପୂର୍ବରୁ ଟି-୨୦ ଶୃଙ୍ଖଳାରେ କେମିତି ରହିବ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଏହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି।
ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ରୁ ଭାରତୀୟ ଦଳ ନୂତନ ଯୁଗ ଆରମ୍ଭ କରିବ। ନୂତନ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ମୁଖ୍ୟ କୋଚ୍ ଭାବେ ଏହା ପ୍ରଥମ ସିରିଜ୍ ହେବ। ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କ ସନ୍ନ୍ୟାସ ପରେ ନୂତନ ଦଳ ପାଇଁ ପ୍ରସ୍ତୁତି ଚାଲିଛି। ଏମିତିରେ ଏହି ଟି-୨୦ ସିରିଜ୍ରେ ଯେଉଁ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିଛି, ସେମାନେ ୨୦୨୬ ଟି-୨୦ ବିଶ୍ଵକପ୍ ଯୋଜନାର ଅଂଶ ବିଶେଷ ଅଛନ୍ତି।
Also read: କମାଲ କରିବେ ବିରାଟ କୋହଲି, ଯାହା ଆଜି ଯାଏଁ କେହି କହିପାରିନାହାଁନ୍ତି, ଅପେକ୍ଷାର ହେବ ଅନ୍ତ
ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଉପ ଅଧିନାୟକ ଶୁଭମନ ଗିଲ୍ ଓ ଯଶସ୍ଵୀ ଜୟସ୍ଵାଲ ଇନିଂସର ଆରମ୍ଭ କରି ପାରନ୍ତି। ଏହାପରେ ତିନି ନମ୍ବରରେ ଋଷଭ ପନ୍ତ ଖେଳି ପାରନ୍ତି। ପନ୍ତ ୨୦୨୪ ଟି-୨୦ ବିଶ୍ଵକପ୍ରେ ତିନି ନମ୍ବରରେ ବ୍ୟାଟିଂ କରିଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ୪ ନମ୍ବରରେ ବ୍ୟାଟିଂ କରିବେ।
ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ ଓ ଶିବମ ଦୁବେ ଫିନିସର ଭୂମିକାରେ ନଜର ଆସିବେ। ଦୁବେ ଷଷ୍ଠ ବୋଲିଂ ବିକଳ୍ପ ମଧ୍ୟ ରହିବେ। ସ୍ପିନ ବିଭାଗରେ ଅକ୍ଷର ପଟେଲ ଏବଂ ରବି ବିଷ୍ନୋଇ ନିଜର ଦାୟିତ୍ଵ ସମ୍ଭାଳିବେ। ପଟେଲ ଆଠ ନମ୍ବରରେ ବ୍ୟାଟିଂ କରିବେ ଏବଂ ଦଳର ବ୍ୟାଟିଂ କ୍ରମ ଆହୁରି ମଜବୁତ ରହିବ। ହାର୍ଦ୍ଦିକ ଥିବାରୁ ସୂର୍ଯ୍ୟକୁମାର ଦୁଇ ଜଣ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇ ପାରନ୍ତି।
ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଭାରତର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ଶୁଭମନ ଗିଲ୍(ଉପଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଶିବମ ଦୁବେ, ଅକ୍ଷର ପଟେଲ୍, ରବି ବିଷ୍ନୋଇ, ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ।