ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ
ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍ ନଜର ରଖୁ ନ ଥିବାରୁ ହାତୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଶନିବାର ଏକ ଛୋଟ ମାଈ ହାତୀଛୁଆର ମୃତଦେହ ବନ ବିଭାଗ ଠାବ କରିଥିବାର ଜଣାପଡିଛି। ରେଞ୍ଜର ଘନଶ୍ୟାମ ସିଂଙ୍କ ସୂଚନା ଅନୁଯାୟୀ, ଏହି ରେଞ୍ଜ ଅଧୀନ କଶାଫଳିଆ ଜଙ୍ଗଲ ନିକଟ ଦୁଆରଶୁଣି ଗ୍ରାମର ଏକ ବିଲ […] The post ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ appeared first on Dharitri Odia News.
ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍ ନଜର ରଖୁ ନ ଥିବାରୁ ହାତୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।
ଶନିବାର ଏକ ଛୋଟ ମାଈ ହାତୀଛୁଆର ମୃତଦେହ ବନ ବିଭାଗ ଠାବ କରିଥିବାର ଜଣାପଡିଛି। ରେଞ୍ଜର ଘନଶ୍ୟାମ ସିଂଙ୍କ ସୂଚନା ଅନୁଯାୟୀ, ଏହି ରେଞ୍ଜ ଅଧୀନ କଶାଫଳିଆ ଜଙ୍ଗଲ ନିକଟ ଦୁଆରଶୁଣି ଗ୍ରାମର ଏକ ବିଲ ନିକଟରେ ଏକ ହାତୀଛୁଆ ମୃତ୍ୟୁବର କରିଥିବାର ଖବର ପାଇବା ପରେ ଘଟଣାସ୍ଥଳରେ ରେଞ୍ଜରଙ୍କ ସହିତ ଡିଏଫଓ ଉମା ମାହେଶ, ଏସ୍ସିଏଫ୍ ରବିନାରାୟଣ ମହାନ୍ତି ପହଞ୍ଚି ମୃତଦେହର ବ୍ୟବଚ୍ଛେଦ ଚାଲିଥିବା ବେଳେ ଖବର ନେବା ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ିନାହିଁ। ହାତୀର ବୟସ ୧ବର୍ଷ ହେବ। ହାତୀଟି ଝାଡ଼ଖଣ୍ଡୀ ହାତୀ ଏବଂ ବର୍ତ୍ତମାନ ଉକ୍ତ ଜଙ୍ଗଲରେ ୭୨ଟି ହାତୀ ଥିବାର କହିଛନ୍ତି ରେଞ୍ଜର ଘନଶ୍ୟାମ ସିଂ।
The post ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ appeared first on Dharitri Odia News.