ଜାରିଂ ଗଣଦୁଷ୍କର୍ମ ମାମଲା: ୬ ଜଣଙ୍କୁ ଆଜୀବନ କାରାଦଣ୍ଡ
ଭବାନୀପାଟଣା : ପ୍ରାୟ ୫ ବର୍ଷତଳେ ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଂ ଜଙ୍ଗଲରେ ସଂଘଠିତ ଗଣଦୁଷ୍କର୍ମ ଘଟଣାର ଆଜି ରାୟ ପ୍ରକାଶ ହୋଇଛି। ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଦୁଷ୍କର୍ମ ଘଟଣାକୁ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ ଅଭିଯୋଗରେ ଅଭିଯୁକ୍ତ ଅନ୍ୟ ୩ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୯, […]

ଭବାନୀପାଟଣା : ପ୍ରାୟ ୫ ବର୍ଷତଳେ ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଂ ଜଙ୍ଗଲରେ ସଂଘଠିତ ଗଣଦୁଷ୍କର୍ମ ଘଟଣାର ଆଜି ରାୟ ପ୍ରକାଶ ହୋଇଛି। ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଦୁଷ୍କର୍ମ ଘଟଣାକୁ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ ଅଭିଯୋଗରେ ଅଭିଯୁକ୍ତ ଅନ୍ୟ ୩ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ୨୦୧୯, ସେପ୍ଟେମ୍ବର ୧୪ ତାରିଖ ଦିନ ପୀଡ଼ିତ ଗାଁକୁ ଯିବାକୁ ଭବାନୀପାଟଣାରେ ବସକୁ ଅପେକ୍ଷା କରିଥିଲେ। ସେତେବେଳେ ଧର୍ମଗଡ଼ ଥାନା ପର୍ଲା ଗାଁ ର ଲଲିନ୍ଦ୍ର ଶବର, ପୀଡ଼ିତା ଗାଁ ରେ ଛାଡି ଦେବି କହି ବାଇକରେ ଆଣୁଥିଲା। ହେଲେ ସେ ପୀଡ଼ିତାକୁ ଜାରିଂ ଜଙ୍ଗଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହେଇଥିଲା। ଏପରିକି ସେଠାରେ ପୂର୍ବରୁ ଥିବା ୬ ଜଣ ଯୁବକ ପୀଡ଼ିତାକୁ ଛୁରୀ ଦେଖାଇ ଗଣ ଦୁଷ୍କର୍ମ କରିଥିଲେ। ଏଥିସହିତ ଦୁଷ୍କର୍ମ ସମୟର ଭିଡିଓ ସୁଟିଂ କରି ଭାଇରାଲ ମଧ୍ୟ କରିଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପ୍ରଥମେ ପୁଲିସ କମ ଲୋକଙ୍କ ବିରୁଦ୍ଧରେ ମାମଲା ଦାଏର କରିଥିବାବେଳେ ବିଭିନ୍ନ ମହଲରେ ଚାପ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ , ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗାଡି ଚାଳକ ହେଇଥିବାରୁ ସେତେବେଳେ ତାହା ରାଜ୍ୟବ୍ୟାପୀ ଚହଳ ପକାଇଥିଲା।
ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଆଜି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ ସୁରେଶ ଚନ୍ଦ୍ର ପ୍ରଧାନ, ଅଭିଯୁକ୍ତ ଲଳିନ୍ଦ୍ର ଶବର, ଲାବଣ୍ୟ ଛତ୍ରିଆ, ଅନିରୁଦ୍ଧ ଛତ୍ରିଆ, ଲୁକୁ ନାଏକ, ଶାନ୍ତ ନାଏକ ଓ ଅମିତ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ଭିଡିଓ ଭାଇରାଲ କରିଥିବା ସ୍ୱୟମ୍ବର ବାଗ,ବିନୋଦ ନାଏକ ଏବଂ ଟିକେମନ ପୋଡ଼ଙ୍କୁ ଖଲାସ କରିଛନ୍ତି। ଏହି ଘଟଣାକୁ ପୁଲିସ ଅଧିକାରୀ ପ୍ରଭାତ କୁମାର ସେଠୀ ଏବଂ ଚନ୍ଦ୍ର ଶେଖର ଶବର ତଦନ୍ତ କରିଥିଲେ। ଏହି ମାମଲାକୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରୁଥିଲେ।