ସାପ କାମୁଡ଼ାରେ  ଜଣେ ମୃତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତ କୁମୁଳାବାହାଳି ଗ୍ରାମର ଦୃଷ୍ଟି ଶକ୍ତି ବାଧିତା ଜଣେ ବୃଦ୍ଧା ସାପ କାମୁଡ଼ାରେ  ମୃତ୍ୟୁ ବରଣ କରିଛନ୍ତି। ମୃତାଙ୍କ ନାମ ରଜନୀ ବେଣ୍ଟକାର(୭୦) ବୋଲି ଜଣାପଡିଛି। ତାଙ୍କୁ ଶୁକ୍ରବାର ରାତିରେ ସାପ କାମୁଡି ଦେଇଥିଲା। ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିବା ବେଳେ ସେଠାରେ ସେ ପ୍ରାଣ ହରାଇଛନ୍ତି। ଘଟଗାଁ ପୁଲିସ ଏକ ଅପମୃତ୍ୟୁ ମାମଲା ୨୧/୨୦୨୪ ରୁଜୁ ସହ ମୃତଦେହ ବ୍ୟବଚ୍ଛେଦ କରାଇଛି।