ପିକକ ପକ୍ଷରୁ ଶିଶୁ ସୁରକ୍ଷା ସମିତି ସଦସ୍ୟମାନଙ୍କ ତାଲିମ ଶିବିର
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ପିକକ୍ କାର୍ଯ୍ୟାଳୟ ସଭାଗୃହ ଠାରେ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ସଦସ୍ୟ ମାନଙ୍କ ତାଲିମ ଶିବିର ଆଜି ଅନୁଷ୍ଠିତ ହେଇଯାଇଛି । ପିକକର କେନ୍ଦୁଝର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ ଉପସ୍ଥିତ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ସଦସ୍ୟ ମାନଙ୍କର ତାଲିମ ଶିବିରର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟକ୍ରମ ଆଦି ବିଷୟରେ କହିଥିଲେ […]

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ପିକକ୍ କାର୍ଯ୍ୟାଳୟ ସଭାଗୃହ ଠାରେ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ସଦସ୍ୟ ମାନଙ୍କ ତାଲିମ ଶିବିର ଆଜି ଅନୁଷ୍ଠିତ ହେଇଯାଇଛି । ପିକକର କେନ୍ଦୁଝର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ ଉପସ୍ଥିତ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ସଦସ୍ୟ ମାନଙ୍କର ତାଲିମ ଶିବିରର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟକ୍ରମ ଆଦି ବିଷୟରେ କହିଥିଲେ । ଉକ୍ତ ତାଲିମ ଶିବିରରେ ପାଟଣା ଓ ଘଟଗାଁ ବ୍ଲକର ୨୫ ଟି ଗ୍ରାମର ଗ୍ରାମ୍ୟ ସ୍ତରୀୟ ଶିଶୁ କଲ୍ୟାଣ କମିଟିର ପ୍ରାୟ ୫୦ ଜଣ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ଏହି ଅବସରରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଯୋଗଦେଇ ଉପସ୍ଥିତ ଥିବା ଗ୍ରାମ୍ୟ ସ୍ତରୀୟ ଶିଶୁ କଲ୍ୟାଣ କମିଟିର ସଦସ୍ୟ ଓ ସଦସ୍ୟା ମାନଙ୍କୁ ଶିଶୁ ଅଧିକାର , ବଞ୍ଚିବାର ଅଧିକାର, ବିକାଶର ଅଧିକାର, ଶିଶୁ ସୁରକ୍ଷାର ଅଧିକାର ଓ ଅଂଶଗ୍ରହଣର ଅଧିକାର ଆଦି ବିଷୟରେ ସବିଶେଷ ଅବଗତ କରାଇଥିଲେ । ଏହା ସହିତ ଶିଶୁ ସୁରକ୍ଷାର ବିଭିନ୍ନ ସାମ୍ବିଧାନିକ ବ୍ୟବସ୍ଥା , ପୋକ୍ସୋ ଆଇନ – ୨୦୧୨, ଶିଶୁ ଶ୍ରମିକ ଆଇନ , ବାଲ୍ୟ ବିବାହ ଆଇନ ଓ ଶିଶୁ ଚାଲାଣ ବନ୍ଦ ଆଦି ବିଷୟରେ ମଧ୍ୟ ଅବଗତ କରାଇଥିଲେ । ଏହାପରେ ଶ୍ରୀମତୀ ମହାନ୍ତି ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ଗଠନ, କାର୍ଯ୍ୟ ଓ ଦାୟିତ୍ଵ ବିଷୟରେ ଆଲୋଚନା କରିଥିଲେ । ସଦସ୍ୟ ମାନଙ୍କ ମଧ୍ୟରେ ମିଳିତ ବିଚାର ବିମର୍ଷ ହେଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟ ମାନେ ଚାରୋଟି ଦଳରେ ଭାଗ ହେଇ ସେମାନେ ବାର୍ଷିକ ଯୋଜନା ପ୍ରସ୍ତୁତ କରି ଏହାକୁ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିକକର ପୂଜା ପଣ୍ଡା , ଝସକେତନ ମହାନ୍ତ , ଦ୍ରୌପଦୀ ବେଜ୍, ସୁନେଲି, ମେଘମାଳା, ସୁଚିତ୍ରା ଓ ଲକ୍ଷ୍ମୀକାନ୍ତ ପ୍ରମୁଖ ପରିଚାଳନା କରିଥିଲେ ।