ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ; ଚାଲିଗଲେ ଅର୍ଥନୀତିର ତ୍ରାଣକର୍ତ୍ତା
ନୂଆଦିଲ୍ଲୀ: ଆରପାରିରେ ଭାରତୀୟ ଆର୍ଥନୀତିର ତ୍ରାଣ କର୍ତ୍ତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ। ଗୁରୁବାର(ଡିସେମ୍ବର ୨୬) ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ରାତି ୯.୫୧ରେ ତାଙ୍କର ବିୟୋଗ ହୋଇଛି। ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ରାତି ପ୍ରାୟ ୮ ଟା ସମୟରେ ଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ୯୨ ବର୍ଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମନମୋହନ ସିଂହଙ୍କ ବିୟୋଗ ନେଇ ପ୍ରଥମେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ଇନ୍ଷ୍ଟା ପୋଷ୍ଟ କରି ସୂଚନା ଦେଇଥିଲେ। ପରେ ପୋଷ୍ଟକୁ ହଟାଇ ଦିଆଯାଇଥିଲା। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକର ବେଲଗାଭିରୁ ଦିଲ୍ଲୀ ଫେରୁଛନ୍ତି। ସେପଟେ ଆସନ୍ତାକାଲି ବେଲଗାଭିରେ ଆୟୋଜିତ ହେବାକୁ ଥିବା ରାଲିକୁ ମଧ୍ୟ କଂଗ୍ରେସ ବାତିଲ କରିଛି। ମନମୋହନ ସିଂଙ୍କ ପତ୍ନୀ ଗୁରୁଶରଣ କୌର ମଧ୍ୟ ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରିବାର ସଦସ୍ୟ ଏମ୍ସରେ ପହଞ୍ଚିବା ଆରମ୍ଭ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିଲ୍ଲୀ ଏମ୍ସରେ ଉପସ୍ଥିତ ଅଛନ୍ତି। ଏମ୍ସର ଭିତରେ ସୁରକ୍ଷା ପ୍ରୋଟୋକଲଗୁଡିକ ବଢ଼ାଇ ଦିଆଯାଇଛି। ଭାରତୀୟ ଅର୍ଥନୀତିର ତ୍ରାଣ କର୍ତ୍ତା କୁହାଯାଉଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ୧୦ ବର୍ଷ ପାଇଁ ପ୍
ନୂଆଦିଲ୍ଲୀ: ଆରପାରିରେ ଭାରତୀୟ ଆର୍ଥନୀତିର ତ୍ରାଣ କର୍ତ୍ତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ। ଗୁରୁବାର(ଡିସେମ୍ବର ୨୬) ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ରାତି ୯.୫୧ରେ ତାଙ୍କର ବିୟୋଗ ହୋଇଛି। ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ରାତି ପ୍ରାୟ ୮ ଟା ସମୟରେ ଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ୯୨ ବର୍ଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ମନମୋହନ ସିଂହଙ୍କ ବିୟୋଗ ନେଇ ପ୍ରଥମେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ଇନ୍ଷ୍ଟା ପୋଷ୍ଟ କରି ସୂଚନା ଦେଇଥିଲେ। ପରେ ପୋଷ୍ଟକୁ ହଟାଇ ଦିଆଯାଇଥିଲା।
ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକର ବେଲଗାଭିରୁ ଦିଲ୍ଲୀ ଫେରୁଛନ୍ତି। ସେପଟେ ଆସନ୍ତାକାଲି ବେଲଗାଭିରେ ଆୟୋଜିତ ହେବାକୁ ଥିବା ରାଲିକୁ ମଧ୍ୟ କଂଗ୍ରେସ ବାତିଲ କରିଛି। ମନମୋହନ ସିଂଙ୍କ ପତ୍ନୀ ଗୁରୁଶରଣ କୌର ମଧ୍ୟ ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରିବାର ସଦସ୍ୟ ଏମ୍ସରେ ପହଞ୍ଚିବା ଆରମ୍ଭ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିଲ୍ଲୀ ଏମ୍ସରେ ଉପସ୍ଥିତ ଅଛନ୍ତି। ଏମ୍ସର ଭିତରେ ସୁରକ୍ଷା ପ୍ରୋଟୋକଲଗୁଡିକ ବଢ଼ାଇ ଦିଆଯାଇଛି।
ଭାରତୀୟ ଅର୍ଥନୀତିର ତ୍ରାଣ କର୍ତ୍ତା କୁହାଯାଉଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ୧୦ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଚଳିତ ବର୍ଷ ସେ ରାଜ୍ୟସଭାରୁ ଅବସର ନେଇଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀ ସିଂହ ରାଜନୀତିରୁ ଦୂରେଇ ରହିଥିଲେ। ୨୦୨୪ରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନଥିଲା। ଜାନୁଆରୀ ୨୦୨୪ ରେ ତାଙ୍କ ଝିଅଙ୍କର ପୁସ୍ତକ ଉନ୍ମୋଚନ ଉତ୍ସବରେ ଶେଷ ଥର ପାଇଁ ତାଙ୍କୁ ଦେଖିବାକୁ ମିଳିଥିଲା।
ଶ୍ରୀ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ଅନେକ ଅର୍ଥନୈତିକ ସୁଧାର କରିଥିଲେ। ତାଙ୍କ ସମୟରେ ଦେଶ ବିଶ୍ୱର ଦ୍ରୁତ ପ୍ରଗତିଶୀଳ ପ୍ରମୁଖ ଅର୍ଥନୀତିର ଦେଶ ହୋଇଥିଲା। ମନରେଗା, ସୂଚନା ଅଧିକାରୀ ଆଇନ ଭଳି ସାମାଜିକ ସଂସ୍କାର ଆଣି ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। ଏଥିସହିତ ସେ ଐତିହାସିକ ଇଣ୍ଡୋ-ଆମେରିକା ସିଭିଲ୍ ଆଣବିକ ଚୁକ୍ତିନାମା ସ୍ୱାକ୍ଷର କରି ଭାରତ ପାଇଁ ଆମେରିକା ଲଗାଇଥିବା ପରମାଣୁ କଟକଣାକୁ ଶେଷ କରିଥିଲେ। ତେବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁଇଟି ବଡ଼ ଦୁର୍ନୀତି ହୋଇଥିଲା। ଗୋଟିଏ 2ଜି ସ୍ପେକ୍ଟ୍ରମ୍ ମାମଲା ଏବଂ କୋଇଲା ବ୍ଲକ ଆବଣ୍ଟନ ବିବାଦ।
ପ୍ରବୀଣ ଅର୍ଥଶାସ୍ତ୍ରୀ ଥିଲେ ମନମୋହନ
ଅର୍ଥନୀତିରେ ତାଙ୍କର ପାଣ୍ଡିତ୍ୟକୁ ଦେଖିଲେ ଶିକ୍ଷା ଜୀବନର ଉତ୍କୃଷ୍ଟ ଯୋଗଦାନ ଓ ଭାତରତୀୟ ଅର୍ଥନୀତିରେ ସୁଧାର ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ରାଜନୀତିରେ ଆସିବା ପୂର୍ବରୁ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ପ୍ରଫେସର ଭାବେ ପାଠ ପଢ଼ାଇଥିଲେ।
ଏହାପରେ ସେ ୯୧୭୨ରୁ ୧୯୭୬ ପର୍ଯ୍ୟନ୍ତ ସେ ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଥିଲେ। ସେତେବେଳେ ସେ ମୁଦ୍ରାସ୍ଫୀତି ଏବଂ ବିଶ୍ୱ ତୈଳ ସଙ୍କଟ ସମୟରେ ନୀତି ନିର୍ଦ୍ଧାରଣ କରିଥିଲେ। ୧୯୮୨ ରୁ ୧୯୮୫ ମସିହା ପର୍ଯ୍ୟନ୍ତ ମନମୋହନ ସିଂହ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିଲେ। ଏହି ସମୟରେ ସେ ସେ ଆର୍ଥିକ ସ୍ଥିରତା ଏବଂ ଆର୍ଥିକ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଇଥିଲେ। ସେହିପରି ୧୯୮୫ରୁ ୧୯୮୭ ପର୍ଯ୍ୟନ୍ତ ସେ ଯୋଜନା ଆୟୋଗର ଡେପୁଟି ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି ସମୟରେ ମନମୋହନ ସିଂହ ଭାରତର ଦୀର୍ଘମିଆଦୀ ଅର୍ଥନୈତିକ ରଣନୀତି ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ପାକିସ୍ତାନରେ ଜନ୍ମ ହୋଇଥଲେ ମନମୋହନ
୨୬ ସେପ୍ଟେମ୍ବର ୧୯୩୨ ମସିହାରେ ବ୍ରିଟିଶ ଭାରତର ପଞ୍ଜାବ ରାଜ୍ୟର ଗାହ ନାମକ ଏକ ଗାଁରେ ମନମୋହନ ସିଂହଙ୍କର ଜନ୍ମ ହୋଇଥିଲା। ୧୯୪୭ରେ ଦେଶ ବିଭାଜନ ପରେ ମନମୋହନ ସିଂହଙ୍କ ପରିବାର ଭାରତ ଚାଲି ଆସିଥିଲେ। ସେତେବେଳେ ଏତେ ଅସ୍ଥିରତା ଭିତରେ ବି ଅର୍ଥନୀତି ପାଠ ପଢ଼ାରେ ମନମୋହନ ଟପରେ ଥିଲେ। ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପ୍ରଥମ ଶ୍ରେଣୀ ଡିଗ୍ରୀ ହାସଲ କରିଥିଲେ। ପରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ କରି ୧୯୫୭ରେ ରେ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ ଏବଂ ୧୯୬୨ ମସିହାରେ ଅକ୍ସଫୋର୍ଡ ୟୁନିଭରସିଟିରୁ ଡିଫିଲ୍ ଅର୍ଜନ କରିଥିଲେ।
ଆଜିଠାରୁ ୩୩ ବର୍ଷ ତଳେ ୧୯୯୧ ମସିହାରେ ମନମୋହନ ସିଂହ ରାଜ୍ୟସଭା ସାଂସଦ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ରାଜ୍ୟସଭାରେ ୪ ମାସ ରହିବା ପରେ ସେହି ବର୍ଷ ଜୁନ ମାସରେ ସେ ପିଭି ନରସିହ୍ମା ରାଓଙ୍କ ସରକାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୋଇଥିଲେ।
ରାଜନୈତିକ କ୍ଷେତ୍ରରେ ବେଶ୍ ସଫଳ ହୋଇଥିବା ମନମୋହନ ସିଂହ ଶିକ୍ଷା କ୍ଷେତ୍ରରେ ମଧ୍ୟ ଖୁବ୍ ମେଧାବୀ ଥିଲେ। ତାଙ୍କର ଆକାଡେମିକ ରେକର୍ଡ ବି ଖୁବ ଚମତ୍କାର ରହିଛି। ଉଭୟ ବିଏ, ଏବଂ ଏମ୍ଏରେରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଟପ୍ପର ହୋଇଥିଲେ ମନମୋହନ ସିଂହ।
ଏହାପରେ କ୍ୟାମ୍ବ୍ରିଜ୍ ୟୁନିଭର୍ସିଟିରେ ପାଠ ପଢ଼ିଥିଲେ। ଏବଂ ପରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିରେ ଡି ଫିଲ୍ କରିଥିଲେ। ଭାରତର ଅର୍ଥନୀତିରେ ଉଦାରୀକରଣ ନୀତି ଆଣି ଘରୋଇ କରଣ କରିବା ଓ ଗ୍ଲୋବାଲାଇଜେସନ କରିବାରେ ମନମୋହନ ସିଂହ ପ୍ରମୁଖ ଭୂମିକା ରହିଛି।
ମନମୋହନ ସିଂହଙ୍କ କଠିନ୍ନ ପରିଶ୍ରମ ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ତାରିଫ କରି ସାରିଛନ୍ତି। ସଂସଦରେ ମନମୋହନ ସିଂହ ଦେଇଥିବା ତାଙ୍କ ଶେଷ ଭାଷଣରେ ମୋଦୀ ସରକାରଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରୀକରଣକୁ ସମାଲୋଚନା କରିଥିଲେ। ଏହା ସଂଗଠିତ ଓ ଆଇନଗତ ଏକ ଲୁଟ୍ ବୋଲି ସେ କହିଥିଲେ।