ଜାଲ କାଗଜପତ୍ରରେ ଜମି ଜାଲିଆତି ! ୭ ଏକର ଚାଷ ଜମି ନେଇଗଲେ ମାଫିଆ
କନକ ବ୍ୟୁରୋ: ଚାଷୀ ପରିବାର ପୋଷୁଥିବା ଜମିକୁ ଜାଲ ହଡପ କରି ନେଇଛନ୍ତି ଜମି ମାଫିଆ। ଜାଲ କାଗଜପତ୍ର କରି ନିଜ ନାଁରେ କରି ଦେଇଛନ୍ତି। ଗଞ୍ଜାମ କୋଦଳା ତହସିଲ ଅର୍ନ୍ତଗତ ରାଗପୁର ଗାଁରେ ଏଭଳି ବେଆଇନ୍ କାରବାର ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଅଧିକ ସମୟ ହେଲା ଗ୍ରାମବାସୀ ଗାଁ ନିକଟରେ ଥିବା ୭ ଏକର ଜମିର କିଛି ଅଂଶରେ ଚାଷ କରିବା ସହ ମଶାଣି ଭାବେ ବ୍ୟବହାର କରୁଥିଲେ। ଜମିର ପ୍ରକୃତ ମାଲିକ ବିନାୟକ ପଟ୍ଟନାୟକ ୫୦ ବର୍ଷ ହେଲା ନିଖୋଜ ରହିଛନ୍ତି। ତାଙ୍କ ପରିବାରରେ କେହି ନାହାନ୍ତି । ଏହାର ଫାଇଦା ଉଠାଇ ମାଫିଆମାନେ ଜାଲ କାଗଜପତ୍ର କରି ସେହି ଜମି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସେହି ଜାଗରେ କୌଣସି ଘର ନଥିବା ଉଭୟ କ୍ରେତା ଓ ବିକ୍ରେତା ସତ୍ୟପାଠରେ ଦର୍ଶାଇଛନ୍ତି। ପ୍ରକୃତରେ ସେହି ଜାଗାରେ ଶ୍ମଶାନ ଘର ରହିଛି। ଜାଲ କାଗଜ ପତ୍ର କରି ଜମିକୁ ମାଫିଆମାନେ ହାତେଇ ନେବା ପରେ ଶବଦାହ କେଉଁଠି ହେବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଉଭୟ କ୍ରେତା ଓ ବିକ୍ରେତା ନାଁରେ ବେଗୁନିଆପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରାଗପୁର ଗ୍ରାମବାସୀ।

କନକ ବ୍ୟୁରୋ: ଚାଷୀ ପରିବାର ପୋଷୁଥିବା ଜମିକୁ ଜାଲ ହଡପ କରି ନେଇଛନ୍ତି ଜମି ମାଫିଆ। ଜାଲ କାଗଜପତ୍ର କରି ନିଜ ନାଁରେ କରି ଦେଇଛନ୍ତି। ଗଞ୍ଜାମ କୋଦଳା ତହସିଲ ଅର୍ନ୍ତଗତ ରାଗପୁର ଗାଁରେ ଏଭଳି ବେଆଇନ୍ କାରବାର ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଅଧିକ ସମୟ ହେଲା ଗ୍ରାମବାସୀ ଗାଁ ନିକଟରେ ଥିବା ୭ ଏକର ଜମିର କିଛି ଅଂଶରେ ଚାଷ କରିବା ସହ ମଶାଣି ଭାବେ ବ୍ୟବହାର କରୁଥିଲେ। ଜମିର ପ୍ରକୃତ ମାଲିକ ବିନାୟକ ପଟ୍ଟନାୟକ ୫୦ ବର୍ଷ ହେଲା ନିଖୋଜ ରହିଛନ୍ତି। ତାଙ୍କ ପରିବାରରେ କେହି ନାହାନ୍ତି । ଏହାର ଫାଇଦା ଉଠାଇ ମାଫିଆମାନେ ଜାଲ କାଗଜପତ୍ର କରି ସେହି ଜମି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।
ସେହି ଜାଗରେ କୌଣସି ଘର ନଥିବା ଉଭୟ କ୍ରେତା ଓ ବିକ୍ରେତା ସତ୍ୟପାଠରେ ଦର୍ଶାଇଛନ୍ତି। ପ୍ରକୃତରେ ସେହି ଜାଗାରେ ଶ୍ମଶାନ ଘର ରହିଛି। ଜାଲ କାଗଜ ପତ୍ର କରି ଜମିକୁ ମାଫିଆମାନେ ହାତେଇ ନେବା ପରେ ଶବଦାହ କେଉଁଠି ହେବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଉଭୟ କ୍ରେତା ଓ ବିକ୍ରେତା ନାଁରେ ବେଗୁନିଆପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରାଗପୁର ଗ୍ରାମବାସୀ।