ଜାଲରେ ପଡିଲା ୬୦ କିଲୋର ବୁଧିଆ ମାଛ, ୪ରୁ ୫ ଜଣ ଜାଲ ଟାଣି ଉଠାଇଲେ ମାଛ

ସମ୍ବଲପୁର : ଜାଲରେ ପଡିଲା ୬୦ କେଜିର ମାଛ । ମହାନଦୀରେ ମତ୍ସ୍ୟଜିବୀଙ୍କ ଜାଲରେ ପଡିଛି ବିରାଟକାୟ ମାଛ । ସମ୍ବଲପୁର ବୁର୍ଲା ସାଇଫନ ଅଞ୍ଚଳରେ ମତ୍ସ୍ୟଜିବୀ ମାନେ ୬୦ କେଜିର ମାଛ ଧରିଛନ୍ତି । ମାଛର ନାଁ ବୁଧିଆ ମାଛ ବୋଲି ମତ୍ସ୍ୟଜିବୀ କହିଛନ୍ତି। ମହାନଦୀରୁ ବିରାଟ କାୟ ବୁଧିଆ ମାଛ ଧରିଲେ ମତ୍ସ୍ୟଜିବୀ, ମାଛର ଓଜନ ପ୍ରାୟ ୬୦ କେଜି। ହୀରାକୁଦ ଡ୍ୟାମ ତଳେ ବା ବୁର୍ଲା ସାଇଫନରେ ମତ୍ସ୍ୟଜିବୀଙ୍କ ଜାଲରେ ବିରାଟ କାୟ […]

ଜାଲରେ ପଡିଲା ୬୦ କିଲୋର ବୁଧିଆ ମାଛ, ୪ରୁ ୫ ଜଣ ଜାଲ ଟାଣି ଉଠାଇଲେ ମାଛ
60 kg fish catch in sambalpur

ସମ୍ବଲପୁର : ଜାଲରେ ପଡିଲା ୬୦ କେଜିର ମାଛ । ମହାନଦୀରେ ମତ୍ସ୍ୟଜିବୀଙ୍କ ଜାଲରେ ପଡିଛି ବିରାଟକାୟ ମାଛ । ସମ୍ବଲପୁର ବୁର୍ଲା ସାଇଫନ ଅଞ୍ଚଳରେ ମତ୍ସ୍ୟଜିବୀ ମାନେ ୬୦ କେଜିର ମାଛ ଧରିଛନ୍ତି । ମାଛର ନାଁ ବୁଧିଆ ମାଛ ବୋଲି ମତ୍ସ୍ୟଜିବୀ କହିଛନ୍ତି।


ମଙ୍ଗଳବାର ମତ୍ସ୍ୟଜିବୀ ମାନେ ବୁର୍ଲା ସାଇଫନରେ ମାଛ ଧରିବାକୁ ଯାଇଥିଲେ । ଜଳଭଣ୍ତାର ପ୍ରାୟ ଡାହାଣ ପାଶ୍ବ ସ୍ଲିଲଓ୍ଵେର କିଛି ଦୂରରେ ଏହି ମାଛଟି ଜାଲରେ ଲାଗିଥିଲା । ଜଣେ ମତ୍ସ୍ୟଜିବୀ ଜାଲ ପକାଇ ଟାଣିବାରେ ଅସମର୍ଥ ହୋଇଥିଲେ। ସାଥି ମତ୍ସ୍ୟଜିବୀଙ୍କୁ ଡାକି ଜାଲ ଟାଣିବା ବେଳେ ଏହି ବିରାଟ କାୟ ବୁଧିଆ ମାଛ ଜାଲରେ ଲାଗିଥିବା ଦେଖିବାକୁ ପାଇଥିଲେ । ତେବେ ମାଛଟିକୁ ସହରରେ ବିକ୍ରି କରିଥିବା ଜଣାପଡିଛି।