ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି, ବନ୍ଧା ହେଲେ ଆଉ ୫ ଅଭିଯୁକ୍ତ

ବଲାଙ୍ଗୀର: ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ  ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ  ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଛି। ଏହା ସହିତ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା 25କୁ ବୃଦ୍ଧି ପାଇଛି।ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତ ହେଉଛନ୍ତି ବଲାଙ୍ଗୀର ଥାନା ମୁରିବାହଲର  କୁଳମଣି ରାଣା (୨୪), ବଲାଙ୍ଗୀର ସଦର ଥାନା କୁଟମଦୋଳାର ଅଜାଉଦିନ କୁମ୍ଭାର (୨୮), ଜଗନ୍ନାଥ ପଡାର ରଜତ କୁମାର ନାଏକ (୩୨),  ବଲାଙ୍ଗୀର ଥାନା ଅଞ୍ଚଳର ସୁଧିର ଭୁଏ (୨୭) ଏବଂ   ସୁବର୍ଣ୍ଣପୁର ଅଞ୍ଚଳର ତୋଫାନ ବାଗ  (୪୫) । ପୂର୍ବରୁ ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଝାଡ଼ଖଣ୍ଡର ଅଭିଜିତ କୁମାର ଭକତ, ବଲାଙ୍ଗୀର ଟାଉନ ରିଲାଏନ୍ସ ଏଜୁକେସନ କମ୍ପ୍ଲେକ୍ସର ମାଲିକ ମନୋଜ ମିଶ୍ର ଏବଂ ଆଲୋକ ରଞ୍ଜନ ଉଦଗାତାଙ୍କ ସମେତ  ଏହି ରାକେଟ ସହିତ ଜଡିତ ଅନ୍ୟ ୧୭ ଜଣଙ୍କୁ ଗିରଫ କରାଯାଇଥିଲା।ଉଲ୍ଲେଖଯୋଗ୍ୟ,  ୨୦୨୩ ଜାନୁଆରୀ ମାସରେ ଗ୍ରାମୀଣ ଡାକ ସେବକ (ଜିଡିଏସ୍)ରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ଚାକିରି ନିମନ୍ତେ ହଜାର ହଜାର ସଂଖ୍ୟାରେ ଆଶାୟୀ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ତେବେ କିଛି ପରୀକ୍ଷାର୍ଥୀ ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରି ଚାକିରୀ ପାଇବାକୁ ଉଦ୍ୟମ କରୁଥିବା ସଂକ୍ରାନ୍ତରେ ବଲାଙ୍ଗୀର ଡିଭିଜନର ଡାକଘର ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ରାଜେ

ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି, ବନ୍ଧା ହେଲେ ଆଉ ୫ ଅଭିଯୁକ୍ତ

ବଲାଙ୍ଗୀର: ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ  ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ  ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଛି। ଏହା ସହିତ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା 25କୁ ବୃଦ୍ଧି ପାଇଛି।ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତ ହେଉଛନ୍ତି ବଲାଙ୍ଗୀର ଥାନା ମୁରିବାହଲର  କୁଳମଣି ରାଣା (୨୪), ବଲାଙ୍ଗୀର ସଦର ଥାନା କୁଟମଦୋଳାର ଅଜାଉଦିନ କୁମ୍ଭାର (୨୮), ଜଗନ୍ନାଥ ପଡାର ରଜତ କୁମାର ନାଏକ (୩୨),  ବଲାଙ୍ଗୀର ଥାନା ଅଞ୍ଚଳର ସୁଧିର ଭୁଏ (୨୭) ଏବଂ   ସୁବର୍ଣ୍ଣପୁର ଅଞ୍ଚଳର ତୋଫାନ ବାଗ  (୪୫) । 

ପୂର୍ବରୁ ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଝାଡ଼ଖଣ୍ଡର ଅଭିଜିତ କୁମାର ଭକତ, ବଲାଙ୍ଗୀର ଟାଉନ ରିଲାଏନ୍ସ ଏଜୁକେସନ କମ୍ପ୍ଲେକ୍ସର ମାଲିକ ମନୋଜ ମିଶ୍ର ଏବଂ ଆଲୋକ ରଞ୍ଜନ ଉଦଗାତାଙ୍କ ସମେତ  ଏହି ରାକେଟ ସହିତ ଜଡିତ ଅନ୍ୟ ୧୭ ଜଣଙ୍କୁ ଗିରଫ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ,  ୨୦୨୩ ଜାନୁଆରୀ ମାସରେ ଗ୍ରାମୀଣ ଡାକ ସେବକ (ଜିଡିଏସ୍)ରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ଚାକିରି ନିମନ୍ତେ ହଜାର ହଜାର ସଂଖ୍ୟାରେ ଆଶାୟୀ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ତେବେ କିଛି ପରୀକ୍ଷାର୍ଥୀ ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରି ଚାକିରୀ ପାଇବାକୁ ଉଦ୍ୟମ କରୁଥିବା ସଂକ୍ରାନ୍ତରେ ବଲାଙ୍ଗୀର ଡିଭିଜନର ଡାକଘର ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଥିଲେ। 

Also read: ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା, ଘର ଭିତରେ ମାରି ଦାଣ୍ଡ ଦୁଆରେ ଫିଙ୍ଗିଦେଲେ ମୃତଦେହ

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଏହି ଘଟଣାରେ ଏକ ସଂଗଠିତ ନେଟୱାର୍କ କାର୍ଯ୍ୟ କରୁଥିବା ସମ୍ପର୍କରେ ଜାଣିବାକୁ ପାଇଥିଲା। ତେବେ ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ  ପରବର୍ତ୍ତୀ ସମୟରେ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ଶ୍ରୀ ବିକାଶ ରଞ୍ଜନ ବେହୁରାଙ୍କ ନେତୃତ୍ଵରେ ଏକ ଟିମ ଗଠନ କରାଯାଇ ମାମଲାର ତଦନ୍ତ ଆରମ୍ଭ କରାଯାଇଥିଲା। 

ଅଭିଯୁକ୍ତମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରତିଷ୍ଠାନରୁ ନକଲି ପ୍ରମାଣପତ୍ର ପ୍ରସ୍ତୁତ କରି ଚାକିରୀ ଆଶାୟୀଙ୍କୁ ଯୋଗାଉ ଥିବା ସମ୍ପର୍କରେ ତଦନ୍ତକାରୀ ଟିମ ଜାଣିବାକୁ ପାଇଥିଲେ। ଏହି ଠକେଇ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ  ପୋଲିସର ତଦନ୍ତ ଜାରି ରହିଛି।