ଭାରତର ପଡୋଶୀ ଦେଶ ସହ ସିକ୍ରେଟ୍‌ ଡିଲ୍‌ କରୁଛି କି ପାକିସ୍ତାନ ? ଗୁପ୍ତଚର ତଥ୍ୟ ଲିକ୍‌

ନୂଆଦିଲ୍ଲୀ – ଗତ ମେ ମାସରେ ଭାରତ ଠାରୁ ଶକ୍ତ ପରାଜୟ ପରେ ଏବେ ପାକିସ୍ତାନ ନୂଆ ଚାଲ୍‌ ଚଲାଇଛି। ସୂଚନା ଆଧାରରେ ପାକିସ୍ତାନ ଏହି ସମୟରେ ଭାରତର ପୂର୍ବ ପଡୋଶୀ ବାଂଲାଦେଶ ସହ ଏକ ସିକ୍ରେଟ୍‌ ଡିଲ୍‌ କରିବାକୁ ଚେଷ୍ଟା କରୁଛି। ଏହାର ଖୁଲାସା ନିକଟରେ ହୋଇଥିବା ଏକ ଇଣ୍ଟେଲିଜେନ୍ସ ଲିକ୍‌ରେ ହୋଇଛି। ସୂଚନା ମୁତାବିକ , ପାକିସ୍ତାନୀ ଓ ବାଂଲାଦେଶୀ ବାୟୁସେନା ମଧ୍ୟରେ ଏକ ଚୁକ୍ତି ଉପରେ ଆଲୋଚନା ଚାଲିଛି। ଗୁପ୍ତଚର ସୂଚନା ସାମ୍ନାକୁ ଆସିବା ପରେ ଭାରତ ଆଲର୍ଟ ମୋଡକୁ ଆସିଛି। ନ୍ୟୁଜ୍‌-୧୮ର ଏକ ରିପୋର୍ଟ ଆଧାରରେ , ଭାରତୀୟ ଏଜେନ୍ସିଙ୍କ ହାତରେ ଯେଉଁ ଗୁପ୍ତଚର ତଥ୍ୟ ଲାଗିଛି , ଏହି ଅନୁସାରେ ପାକସ୍ତାନ ଏୟାରଫୋର୍ସ ଓ ବାଂଲାଦେଶ ଏୟାରଫୋର୍ସ ମଧ୍ୟରେ ଗତ ୧୫ରୁ ୧୯ ଅପ୍ରେଲ ଯାଏ ଗୁପ୍ତ ସାମରିକ ବୈଠକ ହୋଇଥିଲା। ଉଚ୍ଚ ସ୍ତରୀୟ ଇଣ୍ଟେଲିଜେନ୍ସ ଲିକ୍‌ରେ ଏହି ଖୁଲାସା ମଧ୍ୟ ହୋଇଥିଲାଯେ, ଇସଲାମାବାଦ ଓ ଢାକା ମଧ୍ୟରେ ଖୁବ୍‌ ଜୋରରେ ସାମରିକ ପାର୍ଟନରସିପ୍‌ ହେବାକୁ ଯାଉଛି। ପାକିସ୍ତାନୀ ବାୟୁସେନା ପ୍ରମୁଖ ଓ ବାଂଲାଦେଶ ସେନାର ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମାଧ୍ୟମରେ ଏହି କଥା ସାମ୍ନାକୁ ଆସିଛି ଯେ, ଉଭୟ ଦେଶ ଡ୍ରୋନ୍‌ ୱାରଫେୟାର , କମ୍ୟୁନିକେସନ , ସାଇବର ଯୁଦ୍ଧ ଓ ଆହୁରି ଅନେକ କ୍ଷେତ୍ରରେ ପାର୍ଟନରସିପ୍‌ର ପରିସର ବୃଦ୍ଧି କରୁଛି। ଆଲୋଚନା ବେଳେ ଆଧୁନିକ ଯୁଦ୍ଧର ଅଂଶ ମନେକରାଯାଉ ଥିବା ଡ୍ରୋନ୍‌ ସ୍ୱାର୍ମି

ଭାରତର ପଡୋଶୀ ଦେଶ ସହ ସିକ୍ରେଟ୍‌ ଡିଲ୍‌ କରୁଛି କି ପାକିସ୍ତାନ ? ଗୁପ୍ତଚର ତଥ୍ୟ ଲିକ୍‌

ନୂଆଦିଲ୍ଲୀ – ଗତ ମେ ମାସରେ ଭାରତ ଠାରୁ ଶକ୍ତ ପରାଜୟ ପରେ ଏବେ ପାକିସ୍ତାନ ନୂଆ ଚାଲ୍‌ ଚଲାଇଛି। ସୂଚନା ଆଧାରରେ ପାକିସ୍ତାନ ଏହି ସମୟରେ ଭାରତର ପୂର୍ବ ପଡୋଶୀ ବାଂଲାଦେଶ ସହ ଏକ ସିକ୍ରେଟ୍‌ ଡିଲ୍‌ କରିବାକୁ ଚେଷ୍ଟା କରୁଛି। ଏହାର ଖୁଲାସା ନିକଟରେ ହୋଇଥିବା ଏକ ଇଣ୍ଟେଲିଜେନ୍ସ ଲିକ୍‌ରେ ହୋଇଛି। ସୂଚନା ମୁତାବିକ , ପାକିସ୍ତାନୀ ଓ ବାଂଲାଦେଶୀ ବାୟୁସେନା ମଧ୍ୟରେ ଏକ ଚୁକ୍ତି ଉପରେ ଆଲୋଚନା ଚାଲିଛି। ଗୁପ୍ତଚର ସୂଚନା ସାମ୍ନାକୁ ଆସିବା ପରେ ଭାରତ ଆଲର୍ଟ ମୋଡକୁ ଆସିଛି। 

ନ୍ୟୁଜ୍‌-୧୮ର ଏକ ରିପୋର୍ଟ ଆଧାରରେ , ଭାରତୀୟ ଏଜେନ୍ସିଙ୍କ ହାତରେ ଯେଉଁ ଗୁପ୍ତଚର ତଥ୍ୟ ଲାଗିଛି , ଏହି ଅନୁସାରେ ପାକସ୍ତାନ ଏୟାରଫୋର୍ସ ଓ ବାଂଲାଦେଶ ଏୟାରଫୋର୍ସ ମଧ୍ୟରେ ଗତ ୧୫ରୁ ୧୯ ଅପ୍ରେଲ ଯାଏ ଗୁପ୍ତ ସାମରିକ ବୈଠକ ହୋଇଥିଲା। ଉଚ୍ଚ ସ୍ତରୀୟ ଇଣ୍ଟେଲିଜେନ୍ସ ଲିକ୍‌ରେ ଏହି ଖୁଲାସା ମଧ୍ୟ ହୋଇଥିଲାଯେ, ଇସଲାମାବାଦ ଓ ଢାକା ମଧ୍ୟରେ ଖୁବ୍‌ ଜୋରରେ ସାମରିକ ପାର୍ଟନରସିପ୍‌ ହେବାକୁ ଯାଉଛି। 

ପାକିସ୍ତାନୀ ବାୟୁସେନା ପ୍ରମୁଖ ଓ ବାଂଲାଦେଶ ସେନାର ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମାଧ୍ୟମରେ ଏହି କଥା ସାମ୍ନାକୁ ଆସିଛି ଯେ, ଉଭୟ ଦେଶ ଡ୍ରୋନ୍‌ ୱାରଫେୟାର , କମ୍ୟୁନିକେସନ , ସାଇବର ଯୁଦ୍ଧ ଓ ଆହୁରି ଅନେକ କ୍ଷେତ୍ରରେ ପାର୍ଟନରସିପ୍‌ର ପରିସର ବୃଦ୍ଧି କରୁଛି। ଆଲୋଚନା ବେଳେ ଆଧୁନିକ ଯୁଦ୍ଧର ଅଂଶ ମନେକରାଯାଉ ଥିବା ଡ୍ରୋନ୍‌ ସ୍ୱାର୍ମିଂ ଓ ଅଟୋମେଟିକ୍‌ ଅସ୍ତ୍ରଶସ୍ତ୍ରର ସେୟାରର ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଛି। ସୂଚନା ମୁତାବିକ , ପାକିସ୍ତାନ ବାଂଲାଦେଶ ସହ ଡ୍ରୋନ୍‌ ୱାରଫେୟାର ଟେକନିକ୍‌ ସେୟାର କରିବ ,ଏହାର ବ୍ୟତୀତ ପାକିସ୍ତାନ ଓ ବାଂଲାଦେଶ ଦୁହେ ମିଶି ଏକ ଟାକ୍ସିକଲ ଏୟାର ଡାଟା ଲିଙ୍କ୍‌ ସିଷ୍ଟମ ତିଆରି କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି।   

,