ଜାଳେଣୀ କାଠ ପାଇଁ ମାରପିଟ, ସାନ ଯା'ର ମାଡ଼ରେ ବଡ଼ ଯା’ ମୃତ
ଦେବଗଡ଼ ୦୩।୦୪ : ଦେବଗଡ଼ ସହରରେ ହତ୍ୟାକାଣ୍ଡ । ସାନ ଯାର ମାଡ଼ରେ ବଡ଼ ଯା’ର ହୋଇଛି ମୃତ୍ୟୁ । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଖବର ଅନୁଯାୟୀ, ସାମାନ୍ୟ ଜାଳେଣୀ କାଠ ପାଇଁ ଗୁରୁବାର ସକାଳ ସମୟରେ ଦୁଇ ଯାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବିବାଦ ଏତେ ବଢିଥିଲା ଯେ ଉଭୟଙ୍କ ମଧ୍ୟରେ ମାର୍ପିଟ୍ ଯାଏଁ କଥା ଯାଇଥିଲା । ମାର୍ପିଟ୍ ବେଳେ ସାନ ଯାର ମାଡ଼ରେ ବଡ଼ ଯା ଘଟଣାସ୍ଥଳରେ ହିଁ ପଡିଯାଇଥିଲେ । ଏହାପରେ ପଡ଼ୋଶୀ ଲୋକ ବଡ଼ ଯା’ ଜ୍ୟୋସ୍ନାଙ୍କୁ ଅଚେତ ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଏହି ବିବାଦ ପରେ ହତ୍ୟା ଅଭିଯୁକ୍ତ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜଙ୍କ ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ନେଇ ଜେରା କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ହତ୍ୟା ସଂପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।
ଦେବଗଡ଼ ୦୩।୦୪ : ଦେବଗଡ଼ ସହରରେ ହତ୍ୟାକାଣ୍ଡ । ସାନ ଯାର ମାଡ଼ରେ ବଡ଼ ଯା’ର ହୋଇଛି ମୃତ୍ୟୁ । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ଖବର ଅନୁଯାୟୀ, ସାମାନ୍ୟ ଜାଳେଣୀ କାଠ ପାଇଁ ଗୁରୁବାର ସକାଳ ସମୟରେ ଦୁଇ ଯାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବିବାଦ ଏତେ ବଢିଥିଲା ଯେ ଉଭୟଙ୍କ ମଧ୍ୟରେ ମାର୍ପିଟ୍ ଯାଏଁ କଥା ଯାଇଥିଲା । ମାର୍ପିଟ୍ ବେଳେ ସାନ ଯାର ମାଡ଼ରେ ବଡ଼ ଯା ଘଟଣାସ୍ଥଳରେ ହିଁ ପଡିଯାଇଥିଲେ । ଏହାପରେ ପଡ଼ୋଶୀ ଲୋକ ବଡ଼ ଯା’ ଜ୍ୟୋସ୍ନାଙ୍କୁ ଅଚେତ ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଏହି ବିବାଦ ପରେ ହତ୍ୟା ଅଭିଯୁକ୍ତ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜଙ୍କ ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ନେଇ ଜେରା କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ହତ୍ୟା ସଂପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।