ପୋଲାଣ୍ଡ ୱାର୍ସରେ ମୋଦିଙ୍କୁ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି, ୨୩ରେ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ୨୧/୮: ୩ ଦିନିଆ ପୋଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋଲାଣ୍ଡର ୱାର୍ସରେ ମୋଦିଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ କରାଯିବ । ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେ ସେବାଷ୍ଟିଆନ୍ ଡୁଡାଙ୍କୁ ଭେଟିବେ ମୋଦି। ଏଥିସହ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ପୋଲାଣ୍ଡରେ ରହୁଥିବା ଭାରତୀୟଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି । ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ପ୍ରବାସୀ ଭାରତୀୟ । ପୋଲାଣ୍ଡ ପରେ ମୋଦି ଅଗଷ୍ଟ ୨୩ରେ ୟୁକ୍ରେନ ଯିବେ । ଏଥିପାଇଁ ସେ ପୋଲାଣ୍ଡରୁ ୟୁକ୍ରେନ ଯାଏ ୧୦ ଘଣ୍ଟା ଟ୍ରେନରେ ଯାତ୍ରା କରିବେ। ୧୯୯୨ ମସିହାରେ ୨ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ୟୁକ୍ରେନକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଶା କରାଯାଉଛି । 

ପୋଲାଣ୍ଡ ୱାର୍ସରେ ମୋଦିଙ୍କୁ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି, ୨୩ରେ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ୨୧/୮: ୩ ଦିନିଆ ପୋଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋଲାଣ୍ଡର ୱାର୍ସରେ ମୋଦିଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ କରାଯିବ । ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେ ସେବାଷ୍ଟିଆନ୍ ଡୁଡାଙ୍କୁ ଭେଟିବେ ମୋଦି। ଏଥିସହ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ପୋଲାଣ୍ଡରେ ରହୁଥିବା ଭାରତୀୟଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି । ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ପ୍ରବାସୀ ଭାରତୀୟ । 

ପୋଲାଣ୍ଡ ପରେ ମୋଦି ଅଗଷ୍ଟ ୨୩ରେ ୟୁକ୍ରେନ ଯିବେ । ଏଥିପାଇଁ ସେ ପୋଲାଣ୍ଡରୁ ୟୁକ୍ରେନ ଯାଏ ୧୦ ଘଣ୍ଟା ଟ୍ରେନରେ ଯାତ୍ରା କରିବେ। ୧୯୯୨ ମସିହାରେ ୨ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ୟୁକ୍ରେନକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଶା କରାଯାଉଛି ।