EVMକୁ ନେଇ ଶିବସେନା(ୟୁବିଟି)ର ଗୁରୁତର ଅଭିଯୋଗ, ୯୫ ଆସନର ଲୋକଙ୍କ ଭୋଟ ଓ ଗଣାଯାଇଥିବା ଭୋଟରେ ରହିଛି ଅନ୍ତର!

ମୁମ୍ବାଇ ୨୭।୧୧: ମହାବିକାଶ ଅଘାଡ଼ି (ଏମଭିଏ) ବୁଧବାର ୯୫ଟି ଆସନରେ ଗଣାଯାଇଥିବା ଭୋଟ ଓ ଲୋକେ ଦେଇଥିବା ଭୋଟରେ ଅନ୍ତର ଥିବାର ଗୁରୁତର ଅଭିଯୋଗ ଆଣିଛି। ଏମଭିଏ ନେତାମାନେ କହିଛନ୍ତି ଯେ ୭୬ଟି ଆସନରେ ଗଣାଯାଇଥିବା ଭୋଟରୁ ଲୋକେ ଦେଇଥିବା ଭୋଟ କମ ରହିଛି। ଏହି ଅଭିଯୋଗ ଆସିବା ପରେ ରାଜ୍ୟ ରାଜନୀତିରେ ହଲଚଲ ଆରମ୍ଭ ହୋଇଯାଇଛି। ଶିବସେନା(ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଇଭିଏମ ଦ୍ୱାରା ଭୋଟ ଏପଟସେପଟ କରାଯାଇଛି କି ବୋଲି ପ୍ରଶ୍ନ ଉଠାଇଛନ୍ତି। ପ୍ରିୟଙ୍କା ଏହାକୁ ବ୍ୟାପକ ଚର୍ଚ୍ଚାର ବିଷୟ କହି ତଦନ୍ତ ଦାବି କରିଛନ୍ତି। ପ୍ରିୟଙ୍କା ଚୁର୍ବେଦୀ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ ‘ଯଦି ଦେବେନ୍ଦ୍ର ଫଡନବୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଛି ତେବେ ଏହାକୁ ଅଟକାଉଛି କିଏ?’ସେ କହିଛନ୍ତି ଯେ ଏହି ପ୍ରଶ୍ନ ଏବେ ଜନତା ମଧ୍ୟ ଉଠାଇଲେଣି। ଶିବସେନା ସାଂସଦ କହିଛନ୍ତି ଯେ ‘ମହାରାଷ୍ଟ୍ରର ସମ୍ବାଦପତ୍ର କହୁଛନ୍ତି ୯୫ ସିଟରେ ଦିଆଯାଇଥିବା ଭୋଟ ଓ ଗଣାଯାଇଥିବା ଭୋଟରେ ଅନ୍ତର ରହିଛି। ପାଖାପାଖି ୭୬ଟି ସିଟରେ ଯେଉଁଠି କୁହାଯାଇଛି ଦିଆଯାଇଥିବା ଭୋଟ ଠାରୁ ଗଣାଯାଇଥିବା ଭୋଟର ସଂଖ୍ୟା ଅଧିକ ରହିଛି’। ଏଥିରୁ ପ୍ରଶ୍ନ ଉଠୁଛି ଇଭିଏମକୁ ଭୋଟ ହେରଫେରର ମାଧ୍ୟମ କରାଯାଉଛି କି?ଏଣୁ ନିର୍ବାଚନରେ ପୁଣି ଥରେ ଇଭିଏମର ପ୍ରାଦର୍ଶିତା ଉପରେ ପ୍ରଶ୍ନବାଚୀ ଲାଗିଛି। ବିରୋଧୀ ଦଳ ଏବେ ଏହି ପ୍ରସଙ୍ଗ ଉଠାଇ ଆୟୋଗଙ୍କୁ ସ୍ପଷ୍ଟିକର

EVMକୁ ନେଇ ଶିବସେନା(ୟୁବିଟି)ର ଗୁରୁତର ଅଭିଯୋଗ, ୯୫ ଆସନର ଲୋକଙ୍କ ଭୋଟ ଓ ଗଣାଯାଇଥିବା ଭୋଟରେ ରହିଛି ଅନ୍ତର!

ମୁମ୍ବାଇ ୨୭।୧୧: ମହାବିକାଶ ଅଘାଡ଼ି (ଏମଭିଏ) ବୁଧବାର ୯୫ଟି ଆସନରେ ଗଣାଯାଇଥିବା ଭୋଟ ଓ ଲୋକେ ଦେଇଥିବା ଭୋଟରେ ଅନ୍ତର ଥିବାର ଗୁରୁତର ଅଭିଯୋଗ ଆଣିଛି। ଏମଭିଏ ନେତାମାନେ କହିଛନ୍ତି ଯେ ୭୬ଟି ଆସନରେ ଗଣାଯାଇଥିବା ଭୋଟରୁ ଲୋକେ ଦେଇଥିବା ଭୋଟ କମ ରହିଛି। ଏହି ଅଭିଯୋଗ ଆସିବା ପରେ ରାଜ୍ୟ ରାଜନୀତିରେ ହଲଚଲ ଆରମ୍ଭ ହୋଇଯାଇଛି। ଶିବସେନା(ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଇଭିଏମ ଦ୍ୱାରା ଭୋଟ ଏପଟସେପଟ କରାଯାଇଛି କି ବୋଲି ପ୍ରଶ୍ନ ଉଠାଇଛନ୍ତି। 

ପ୍ରିୟଙ୍କା ଏହାକୁ ବ୍ୟାପକ ଚର୍ଚ୍ଚାର ବିଷୟ କହି ତଦନ୍ତ ଦାବି କରିଛନ୍ତି। ପ୍ରିୟଙ୍କା ଚୁର୍ବେଦୀ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ ‘ଯଦି ଦେବେନ୍ଦ୍ର ଫଡନବୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଛି ତେବେ ଏହାକୁ ଅଟକାଉଛି କିଏ?’ସେ କହିଛନ୍ତି ଯେ ଏହି ପ୍ରଶ୍ନ ଏବେ ଜନତା ମଧ୍ୟ ଉଠାଇଲେଣି। ଶିବସେନା ସାଂସଦ କହିଛନ୍ତି ଯେ ‘ମହାରାଷ୍ଟ୍ରର ସମ୍ବାଦପତ୍ର କହୁଛନ୍ତି ୯୫ ସିଟରେ ଦିଆଯାଇଥିବା ଭୋଟ ଓ ଗଣାଯାଇଥିବା ଭୋଟରେ ଅନ୍ତର ରହିଛି। 

ପାଖାପାଖି ୭୬ଟି ସିଟରେ ଯେଉଁଠି କୁହାଯାଇଛି ଦିଆଯାଇଥିବା ଭୋଟ ଠାରୁ ଗଣାଯାଇଥିବା ଭୋଟର ସଂଖ୍ୟା ଅଧିକ ରହିଛି’। ଏଥିରୁ ପ୍ରଶ୍ନ ଉଠୁଛି ଇଭିଏମକୁ ଭୋଟ ହେରଫେରର ମାଧ୍ୟମ କରାଯାଉଛି କି?ଏଣୁ ନିର୍ବାଚନରେ ପୁଣି ଥରେ ଇଭିଏମର ପ୍ରାଦର୍ଶିତା ଉପରେ ପ୍ରଶ୍ନବାଚୀ ଲାଗିଛି। ବିରୋଧୀ ଦଳ ଏବେ ଏହି ପ୍ରସଙ୍ଗ ଉଠାଇ ଆୟୋଗଙ୍କୁ ସ୍ପଷ୍ଟିକରଣ ମାଗିଛନ୍ତି। ତେବେ ନିର୍ବାଚନ ଆୟୋଗ ଏହା ଉପରେ କଣ ପ୍ରତିକ୍ରିୟା ଦେଉଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର।